Posted inଜାତୀୟ

ସହରାଞ୍ଚଳରେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ,୨ା୧ : ୨୦୨୨ ନଭେମ୍ବରରେ ଦେଶରେ ବେକାରି ହାର ୮% ଥିବାବେଳେ ଡିସେମ୍ବର ମାସରେ ଏହା ୮.୩୦%କୁ ବୃଦ୍ଧି ପାଇଛି। ବେରୋଜଗାରୀ ବୃଦ୍ଧିରେ ଏହା ଗତ ୧୬ ମାସରେ ସର୍ବାଧିକ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ତଥ୍ୟରୁ ରବିବାର ସ୍ପଷ୍ଟ ହୋଇଛି। ଭାଜପା ଶାସିତ ହରିୟାଣାରେ ସର୍ବାଧିକ ୩୭.୪% ଥିବାବେଳେ ଓଡ଼ିଶାରେ ଏହା ୦.୯% ରହିଥିବା କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମୁମ୍ବାଇରେ ମୁଖ୍ୟାଳୟ ଥିବା ଇକୋନୋମିକ୍‌ ଥିଙ୍କଟ୍ୟାଙ୍କ ସିଏମ୍‌ଆଇଇ ଡେଟା ଅନୁସାରେ ଡିସେମ୍ବରରେ ସହରାଞ୍ଚଳରେ ବେରୋଜଗାରୀ ହାର ୧୦.୯% ଥିବାବେଳେ ପୂର୍ବ ମାସରେ ୮.୯୬% ରହିଥିଲା। ଅନ୍ୟପକ୍ଷେ ଗ୍ରାମାଞ୍ଚଳରେ ଏହା ୭.୫୫%ରୁ ୭.୪୪%କୁ ଖସିଥିଲା। ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି, ଦେଶରେ ବଢ଼ୁଥିବା ବେରୋଜଗାରୀ ହାର ବୃଦ୍ଧି ଯେତେ ଚିନ୍ତାଜନକ ମନେହେଉଛି, ସେତିକି ଖରାପ ନୁହେଁ। ଡିସେମ୍ବରରେ ଶ୍ରମ ଯୋଗଦାନ ହାର ୪୦.୪୮%କୁ ବଢ଼ିଛି, ଯାହାକି ଗତ ବର୍ଷକ ମଧ୍ୟରେ ସର୍ବାଧିକ। ଏଥିଯୋଗୁ ବେରୋଜଗାରୀ ଏତେ ଉପରକୁ ଚଢ଼ିଯାଇଛି। ଡିସେମ୍ବରରେ ବେରୋଜଗାରୀ ୩୭.୧% ବଢ଼ିଛି, ଯାହାକି ୨୦୨୨ ଜାନୁୟାରୀ ପରଠାରୁ ସର୍ବାଧିକ ବୋଲି ସେ ସୂଚନା ଦେଇଛନ୍ତି।

ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଓ ନିଯୁକ୍ତି ବଜାରରେ ପ୍ରବେଶ କରୁଥିବା ଅନେକ ନିୟୁତ ଆଶାୟୀଙ୍କୁ ଚାକିରି ଯୋଗାଇଦେବା ୨୦୨୪ ଜାତୀୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କନ୍ୟାକୁମାରୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ଼ୋ ଯାତ୍ରା’ ଚଳାଇଛି। ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ଏବଂ ମୋଦିଙ୍କ ଭାଜପାର ବିଭାଜନବାଦୀ ରାଜନୀତି ବିରୋଧରେ ଲୋକଙ୍କୁ ଏକାଠି କରିବା ଏହି ୩,୫୦୦ କି.ମି. ପଦଯାତ୍ରାର ଉଦ୍ଦେଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହାର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗଣମାଧ୍ୟମକୁ କହିଥିଲେ, ଭାରତ କେବଳ ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ଫୋକସ୍‌ ନ କରି ନିଯୁକ୍ତି ଅଭିବୃଦ୍ଧି, ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଏବଂ ରପ୍ତାନି ଲକ୍ଷ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଉଚିତ।

ପ୍ରକାଶ ଯେ, ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ବେକାରୀ ହାର ୭.୨%କୁ ଖସିଥିଲା, ଯାହାକି ପୂର୍ବ କ୍ୱାର୍ଟରରେ ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସଂଗୃହୀତ ତଥ୍ୟାନୁସାରେ ନଭେମ୍ବରରେ ଏହି ଡେଟା ଜାରି କରାଯାଇଥିଲା। ଗତ ଡିସେମ୍ବରରେ ହରିୟାଣାରେ ବେରୋଜଗାରୀ ୩୭.୪%କୁ ବୃଦ୍ଧି ପାଇଥିଲା। ରାଜସ୍ଥାନରେ ଏହା ୨୮.୫% ଥିବାବେଳେ ଦିଲ୍ଲୀରେ ୨୦.୮% ରହିଛି। ଓଡ଼ିଶାରେ ସର୍ବନିମ୍ନ ୦.୯% ବେକାରୀ ହାର ରହିଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri