Posted inଜାତୀୟ

ସହରାଞ୍ଚଳରେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ,୨ା୧ : ୨୦୨୨ ନଭେମ୍ବରରେ ଦେଶରେ ବେକାରି ହାର ୮% ଥିବାବେଳେ ଡିସେମ୍ବର ମାସରେ ଏହା ୮.୩୦%କୁ ବୃଦ୍ଧି ପାଇଛି। ବେରୋଜଗାରୀ ବୃଦ୍ଧିରେ ଏହା ଗତ ୧୬ ମାସରେ ସର୍ବାଧିକ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ତଥ୍ୟରୁ ରବିବାର ସ୍ପଷ୍ଟ ହୋଇଛି। ଭାଜପା ଶାସିତ ହରିୟାଣାରେ ସର୍ବାଧିକ ୩୭.୪% ଥିବାବେଳେ ଓଡ଼ିଶାରେ ଏହା ୦.୯% ରହିଥିବା କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମୁମ୍ବାଇରେ ମୁଖ୍ୟାଳୟ ଥିବା ଇକୋନୋମିକ୍‌ ଥିଙ୍କଟ୍ୟାଙ୍କ ସିଏମ୍‌ଆଇଇ ଡେଟା ଅନୁସାରେ ଡିସେମ୍ବରରେ ସହରାଞ୍ଚଳରେ ବେରୋଜଗାରୀ ହାର ୧୦.୯% ଥିବାବେଳେ ପୂର୍ବ ମାସରେ ୮.୯୬% ରହିଥିଲା। ଅନ୍ୟପକ୍ଷେ ଗ୍ରାମାଞ୍ଚଳରେ ଏହା ୭.୫୫%ରୁ ୭.୪୪%କୁ ଖସିଥିଲା। ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି, ଦେଶରେ ବଢ଼ୁଥିବା ବେରୋଜଗାରୀ ହାର ବୃଦ୍ଧି ଯେତେ ଚିନ୍ତାଜନକ ମନେହେଉଛି, ସେତିକି ଖରାପ ନୁହେଁ। ଡିସେମ୍ବରରେ ଶ୍ରମ ଯୋଗଦାନ ହାର ୪୦.୪୮%କୁ ବଢ଼ିଛି, ଯାହାକି ଗତ ବର୍ଷକ ମଧ୍ୟରେ ସର୍ବାଧିକ। ଏଥିଯୋଗୁ ବେରୋଜଗାରୀ ଏତେ ଉପରକୁ ଚଢ଼ିଯାଇଛି। ଡିସେମ୍ବରରେ ବେରୋଜଗାରୀ ୩୭.୧% ବଢ଼ିଛି, ଯାହାକି ୨୦୨୨ ଜାନୁୟାରୀ ପରଠାରୁ ସର୍ବାଧିକ ବୋଲି ସେ ସୂଚନା ଦେଇଛନ୍ତି।

ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଓ ନିଯୁକ୍ତି ବଜାରରେ ପ୍ରବେଶ କରୁଥିବା ଅନେକ ନିୟୁତ ଆଶାୟୀଙ୍କୁ ଚାକିରି ଯୋଗାଇଦେବା ୨୦୨୪ ଜାତୀୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କନ୍ୟାକୁମାରୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ଼ୋ ଯାତ୍ରା’ ଚଳାଇଛି। ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ଏବଂ ମୋଦିଙ୍କ ଭାଜପାର ବିଭାଜନବାଦୀ ରାଜନୀତି ବିରୋଧରେ ଲୋକଙ୍କୁ ଏକାଠି କରିବା ଏହି ୩,୫୦୦ କି.ମି. ପଦଯାତ୍ରାର ଉଦ୍ଦେଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହାର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗଣମାଧ୍ୟମକୁ କହିଥିଲେ, ଭାରତ କେବଳ ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ଫୋକସ୍‌ ନ କରି ନିଯୁକ୍ତି ଅଭିବୃଦ୍ଧି, ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଏବଂ ରପ୍ତାନି ଲକ୍ଷ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଉଚିତ।

ପ୍ରକାଶ ଯେ, ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ବେକାରୀ ହାର ୭.୨%କୁ ଖସିଥିଲା, ଯାହାକି ପୂର୍ବ କ୍ୱାର୍ଟରରେ ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସଂଗୃହୀତ ତଥ୍ୟାନୁସାରେ ନଭେମ୍ବରରେ ଏହି ଡେଟା ଜାରି କରାଯାଇଥିଲା। ଗତ ଡିସେମ୍ବରରେ ହରିୟାଣାରେ ବେରୋଜଗାରୀ ୩୭.୪%କୁ ବୃଦ୍ଧି ପାଇଥିଲା। ରାଜସ୍ଥାନରେ ଏହା ୨୮.୫% ଥିବାବେଳେ ଦିଲ୍ଲୀରେ ୨୦.୮% ରହିଛି। ଓଡ଼ିଶାରେ ସର୍ବନିମ୍ନ ୦.୯% ବେକାରୀ ହାର ରହିଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri