ପାଠ ପିଠିରେ ଅପାଠ ବୋଝ

ରବିନାରାୟଣ ସାମଲ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସାତ ଦଶନ୍ଧିର ଇତିହାସ ପ୍ରାୟ ସାତ ଶହରୁ ଊର୍ଦ୍ଧ୍ୱ ସଂସ୍କାରରେ ଜର୍ଜରିତ। କେତେବେଳେ ପରୀକ୍ଷା ପ୍ରଣାଳୀରେ ସଂସ୍କାର, କେତେବେଳେ ଶିକ୍ଷାବର୍ଷ ଅବଧିରେ ସଂସ୍କାର ତ ଆଉ କେତେବେଳେ ପାଠ୍ୟ ଖସଡ଼ାରେ ସଂସ୍କାର। ଛାତ୍ରୀଛାତ୍ରଙ୍କ ଉପରେ ସଂସ୍କାରର ଘନ ଘନ ପରୀକ୍ଷଣ। ସଫଳତା କମ୍‌, ବିଫଳତା ବେଶି। ନିଜସ୍ବ ପଥରେ ବହୁ ବର୍ଷ ଅତିକ୍ରମ କରିବା ପରେ ଗତ ଏକ ଦଶନ୍ଧି ଧରି ବିଏସ୍‌ଇ କରୁଛି ସିବିଏସ୍‌ଇର ହନୁକରଣ। ଶିକ୍ଷାବର୍ଷ ପ୍ରାରମ୍ଭରେ, ଶିକ୍ଷାବର୍ଷ ମଧ୍ୟ ଭାଗରେ ଏବଂ ଏପରିକି ଶିକ୍ଷାବର୍ଷ ଶେଷରେ ବି ସଂସ୍କାରର ସର୍କୁଲାର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହସ୍ତଗତ ହେବାର ନଜିର ଅଛି।
ଏକ ଉଲ୍ଲେଖନୀୟ ସଂସ୍କାରକ୍ରମରେ ୧୯୯୮ ମାଟ୍ରିକ୍‌ ପରୀକ୍ଷାରେ ଇଂଲିଶ ପ୍ରଶ୍ନପତ୍ରକୁ ଉତ୍ତର ଖାତା ରୂପେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ପୁନରାୟ୧୯୯୯ରେ ଇଂଲିଶ ସମେତ ଆଉ ତିନୋଟି ବିଷୟକୁ ଅନୁରୂପ ଭାବେ ବ୍ୟବହାର କରାଗଲା। କିନ୍ତୁ ଫଳ ଓଲଟା ହେଲା। ବ୍ୟାପକ କପି ହେଲା। ଦୁଇଟି ବିଷୟର ପ୍ରଶ୍ନପତ୍ର ପ୍ରଘଟ ହେତୁ ପୁନର୍ବାର ପରୀକ୍ଷା ଅନୁଷ୍ଠିତ ହେଲା। କିନ୍ତୁ ପିଲା ପାସ୍‌ କଲେ ମାତ୍ର ଶତକଡ଼ା ୪୮। ଏହା ଥିଲା ଏକ ରେକର୍ଡ। ପୁଣି ପରୀକ୍ଷା-ନିରୀକ୍ଷା ଚାଲିଲା। ଏ, ବି, ସି, ଡି ପ୍ରଶ୍ନପତ୍ର ସେଟ୍‌ର ପ୍ରଶ୍ନ ବଦଳିଲା। ସିଏ ଫେଲ୍‌ ମାରିଲା। ପୁଣି ପ୍ରଶ୍ନଗୁଡ଼ିକର କ୍ରମିକରେ ପରିବର୍ତ୍ତନ କରାଗଲା। ଅବ୍‌ଜେକ୍ଟିଭ୍‌ ଆସିଲା, ସବ୍‌କ୍ଟିଭ୍‌ ଆସିଲା। ଏଗୁଡ଼ିକ ଫଳପ୍ରଦ ନ ହେବାରୁ ଏମ୍‌ସିକ୍ୟୁ ବ୍ୟବସ୍ଥା ଲାଗୁହେଲା। ଏମିତି ହୋଇ ହୋଇ ଆସି ପହଞ୍ଚତ୍ଛି ଫର୍ମେଟିଭ୍‌ ଓ ସମ୍ମେଟିଭ୍‌ରେ। ଉଠିଯାଇଥିବା ଅପ୍‌ଶନାଲକୁ ୨୦୦୪ରେ ହଠାତ୍‌ ପୁନଃ ଲାଗୁ କରାଗଲା, କମ୍ପ୍ୟୁଟର୍‌ ଓ ବିଜ୍ଞାନରେ ପ୍ରାକ୍ଟିକାଲ୍‌ ହେଲା। ସେହି ଗୋଟିଏ ବର୍ଷରେ ପ୍ରାକ୍ଟିକାଲ ପରୀକ୍ଷା ମୁହଁମାଡ଼ି ତଳେ କଚାଡ଼ି ପଡ଼ିଲା। ପରୀକ୍ଷା କେନ୍ଦ୍ର ଓ ନିରୀକ୍ଷକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ସଂସ୍କାର କଥା ନ କହିଲେ ଭଲ। କିଛି ବର୍ଷ ଲାଗି ହୋମ୍‌ ସେଣ୍ଟର ପ୍ରଥା ଲାଗୁ ହେଲା, ପୁଣି ତାହା ଉଠିଗଲା। ଶିକ୍ଷକମାନେ ବେଡିଂବିସ୍ତରା ଧରି ଅନ୍ୟ କେନ୍ଦ୍ରକୁ ନିରୀକ୍ଷକ ଭାବେ ଚାଲିଲେ। ସମୁଦାୟ ମାର୍କ କଥା ବିଚାର କଲେ, ପ୍ରଥମେ ୮୦୦ମାର୍କର ପରୀକ୍ଷା ହେଉଥିଲା, ତା’ପରେ ୭୫୦ମାର୍କ ହେଲା ଓ ବର୍ତ୍ତମାନ ତାହା ୬୦୦ ମାର୍କରେ ଆସି ପହଞ୍ଚତ୍ଛି। କ’ଣ ପାଇଁ ଏ ଘନ ଘନ ପରୀକ୍ଷଣ ଓ ନିରୀକ୍ଷଣ, ଛାତ୍ରୀଛାତ୍ରମାନେ ଏଥିରୁ କ’ଣ ଉପକୃତ ହେଉଛନ୍ତି, ତାହା ଆମମାନଙ୍କ ପରି ସାଧାରଣ ବ୍ୟକ୍ତିଙ୍କ ପକ୍ଷେ ବୁଝିବା କଷ୍ଟକର।
ଏବେ ଶିକ୍ଷାବର୍ଷ ଶେଷ ହେବାକୁ ବସିଲାଣି, ‘ଆସ୍ପିରେଶନାଲ କମ୍ପୋନେଟ’ ନାମରେ ଏକ କିମ୍ଭୂତକିମାକାର ପାଠ୍ୟ ଖସଡ଼ା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରବର୍ତ୍ତନ କରିବାକୁ ଯାଉଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ୍‌ ଓ ବେସିକ୍‌ ଆଇଟି ସ୍କିଲ୍ସ ନାମରେ ୪ଟି ନୂଆ ବିଷୟରେ ୧୦୦ମାର୍କର ପରୀକ୍ଷା ଦେବେ। ନିଜ ସ୍କୁଲର ଶିକ୍ଷକମାନେ ଏହି ପରୀକ୍ଷା କରିବେ। ଏଥିରେ ପାସ୍‌-ଫେଲ୍‌ ନ ରହି ଗ୍ରେଡେଶନ୍‌ ରହିବ। ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଏ,ବି,ସି କିମ୍ବା ଡି ଗ୍ରେଡ୍‌ ଲେଖାଯିବ। ଅଦ୍ଭୁତ ଓ ଅବାସ୍ତବ ପରିକଳ୍ପନା!
ଆମ ଜାଣିବାରେ ଏକ ପୁସ୍ତକର ସମୀକ୍ଷା କରିବା ଏକ ସହଜସାଧ୍ୟ ବ୍ୟାପାର ନୁହେଁ। ବଡ଼ ବଡ଼ ସମାଲୋଚକମାନେ ବି ଏ କ୍ଷେତ୍ରରେ କୁଣ୍ଠାବୋଧ କରିଥା’ନ୍ତି। ମାତ୍ର ବାର-ଚଉଦ ବର୍ଷର କୋମଳମତି ପିଲାଟି ଏ ‘ବୁକ୍‌ ରିଭ୍ୟୁ’ କରିବ, ତାହା ପୁଣି ପୁସ୍ତକରେ ସନ୍ନିବେଶିତ ବିଭିନ୍ନ ଖ୍ୟାତନାମା ଲେଖକଙ୍କ ଗଦ୍ୟ ଓ ପଦ୍ୟ ଉପରେ। ଏହା କ’ଣ ଜଣେ ଛାତ୍ରର ବୟସ ଓ ଦକ୍ଷତାର ଅତ୍ୟଧିକ ପ୍ରାକ୍‌କଳନ ନୁହେଁ କି? ବର୍ତ୍ତମାନ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ୍‌ରେ ପ୍ରୋଜେକ୍ଟ ୱାର୍କ ଅଛି। ଏହା ଏକ ଉତ୍ତମ ପାଠ୍ୟକ୍ରମ। ମାତ୍ର ଉପଯୁକ୍ତ ଦିଗ୍‌ଦର୍ଶକଙ୍କ ବିନା ଏହା ସମ୍ଭବ ନୁହେଁ। ଛାତ୍ରୀଛାତ୍ରମାନଙ୍କର ଶ୍ରମ, ସମୟ ଓ ଅର୍ଥ ଅଯଥା ଶ୍ରାଦ୍ଧ ହେବା କେବଳ ସାର ହେବ। କୋ-କରିକୁଲାର ଆକ୍ଟିଭିଟିଜ୍‌ରେ ଖେଳକୁଦ ସହିତ ଯୋଗ, ଆସନ, ପ୍ରାଣାୟାମ ଓ ସନ୍ତରଣକୁ ପ୍ରାଧାନ୍ୟ ଦିଆଯାଇଛି। ସାକ୍ଷରତା, ସାମାଜିକ ଉନ୍ନତୀକରଣ, ନାଗରିକତା ତାଲିମ ଓ ଜାତୀୟ ତଥା ଅନ୍ତର୍ଜାତୀୟ ବିକାଶ ଭଳି ପ୍ରସଙ୍ଗକୁ ଏଥିରେ ସଂଶ୍ଳିଷ୍ଟ କରାଯାଇଛି। ଏହି ବାହ୍ୟ ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କ ପାଖରେ ସୁଯୋଗ ଅଛି ତ? ବାକି ରହିଲା ବେସିକ୍‌ ଆଇଟି ସ୍କିଲ୍‌। ବର୍ତ୍ତମାନ ସୂଚନା ପ୍ରଯୁକ୍ତି ବିଦ୍ୟାର ଚାହିଦାକୁ ବିଚାର କଲେ ଏହା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଏକ ସୁନ୍ଦର ପ୍ରସ୍ତାବ। ମାତ୍ର ବାସ୍ତବତା? ଅଧିକାଂଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ନିମିତ୍ତ ଭିତ୍ତିଭୂମି ନାହିଁ। କିଛି ବର୍ଷ ତଳେ ରାଜ୍ୟର ୪ହଜାର ବିଦ୍ୟାଳୟକୁ ଦିଆଯାଇଥିବା କୋଟି କୋଟି ଟଙ୍କାର କମ୍ପ୍ୟୁଟର ବର୍ତ୍ତମାନ ଖତ ଖାଉଛି। ଅପରେଟର ନାହାନ୍ତି କି ଅପରେଶନ୍‌ ନାହିଁ। ପିଲାମାନେ ଶିଖିବେ କେମିତି?
ଦୀର୍ଘବର୍ଷ ଧରି ଆର୍ଟ ଏଜୁକେଶନ, ୱାର୍କ ଏକ୍ସପେରିଏନ୍ସ ଓ ହେଲ୍‌ଥ ଏଜୁକେଶନ ବିଷୟରେ ଛାତ୍ରୀଛାତ୍ରମାନଙ୍କୁ ଗ୍ରେଡେଶନ୍‌ ଦିଆଯାଇ ଆସୁଅଛି। ରେକର୍ଡ ପ୍ରସ୍ତୁତି ଛଡ଼ା ଏହାର କିଛି ବାସ୍ତବ ଉପଯୋଗିତା ନାହିଁ। ରୂପାନ୍ତରିତ ବିଦ୍ୟାଳୟରେ ଜୀବବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ତଥାକଥିତ ପ୍ରାକ୍ଟିକାଲ ହେଉଛି। ପୁଣି ନିୟମିତ ଭାବେ ଓସେପାକୁ ରିପୋର୍ଟ ଯାଉଛି। ଏଥିରେ କୌଣସି ମାର୍କିଂ ନ ଥିବାରୁ ଏହା କେବଳ ରେକର୍ଡପତ୍ରରେ ସୀମିତ ରହିଛି। ପ୍ରବର୍ତ୍ତିତ ‘ଆସ୍ପିରେଶନାଲ କମ୍ପୋନେଟ’ର ଅବସ୍ଥା ମଧ୍ୟ ତଦ୍ରୂପ ହେବ। ଛାତ୍ରୀଛାତ୍ରମାନେ ଅନାବଶ୍ୟକ (ଅ)ପାଠ ବୋଝରେ ଭାରାକ୍ରାନ୍ତ ହେବେ। ଲାଭ ତ କିଛି ହେବ ନାହିଁ, ବରଂ କ୍ଷତି ହେବ। ଯେ ପର୍ଯ୍ୟନ୍ତ ମୂଳ ପାଠ ଭଳି ଏହା ମାର୍କ ସମ୍ବଳିତ ନ ହୋଇଛି, ସେ ପର୍ଯ୍ୟନ୍ତ ପ୍ରଚଳିତ ଆର୍ଟ ଏଜୁକେଶନ ଓ ୱାର୍କ ଏକ୍ସପେରିଏନ୍ସର ଗ୍ରେଡ୍‌ ପରି କେବଳ ରେକର୍ଡ ପ୍ରସ୍ତୁତିରେ ସୀମିତ ରହିବ। ସଂସ୍କାର ହେଉ, କାହାର ଆପତ୍ତି ନାହିଁ, ମାତ୍ର ତାହା ବୋର୍ଡକୈନ୍ଦ୍ରିକ ନ ହୋଇ ଛାତ୍ରକୈନ୍ଦ୍ରିକ ହେଉ। ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍‌ ଓ ଶିକ୍ଷକ ସଂଗଠନଗୁଡ଼ିକ ସହ ଆଲୋଚନାକ୍ରମରେ ହେଉ। ଗଣଶିକ୍ଷା ବିଭାଗ ଏ ଦିଗରେ ଅଧିକ ଯତ୍ନବାନ୍‌ ହେବା ନିହାତି ଜରୁରୀ।
ମୋ:୭୯୭୫୦୪୬୪୮୬

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri