ଅନିଶ୍ଚିତତାରେ ଓଡ଼ିଆ ସିନେମା ଶିଳ୍ପ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍‌-୧୯ ପ୍ରଭାବ ଯୋଗୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଓଡ଼ିଆ ସିନେମା ଶିଳ୍ପ। ରାଜ୍ୟର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଏବଂ ଫିଲ୍ମ ଶିଳ୍ପ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷ ଓଡ଼ିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କରୋନା ପ୍ରଭାବରେ ପର୍ଯ୍ୟଟନ, ହୋଟେଲ, ଏମ୍‌ଏସ୍‌ଏମ୍‌ଇ(ମଧ୍ୟମ, କ୍ଷୁଦ୍ର, ଲଘୁ ଉଦ୍ୟୋଗ) ଏବଂ ସିନେମା ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସିନେମା ହଲ୍‌ ବନ୍ଦ ଯୋଗୁ ଇଣ୍ଡଷ୍ଟ୍ରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ତେବେ କେବଳ କୋଭିଡ୍‌ କିମ୍ବା କୋଭିଡ୍‌ ପରବର୍ତ୍ତୀ ସମୟରେ ନୁହେଁ, ଓଡ଼ିଆ ସିନେମା ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବା ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ୧୯୯୯ ମହାବାତ୍ୟା ପରେ ଯେପରି ରାଜ୍ୟର ଅଧାରୁ ଅଧିକ ସିନେମା ହଲ୍‌ରେ ତାଲା ଝୁଲୁଥିଲା, ଏବେ ଠିକ୍‌ ସେଭଳି ପରିସ୍ଥିତି ସୃଷ୍ଟିହୋଇଛି। କଟକର ବହୁ ପୁରାତନ ‘ଜୟଶ୍ରୀ’ ସିନେମା ହଲ୍‌କୁ କରୋନା ପରିସ୍ଥିତି ଲାଗି ଶେଷରେ ସବୁଦିନ ପାଇଁ ତାଲା ପକାଇଛନ୍ତି ଏହାର ମାଲିକ। ଏହାପୂର୍ବରୁ ମଧ୍ୟ କଟକରେ ଥିବା ବହୁ ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ କୋଭିଡ୍‌ ପରବର୍ତ୍ତୀ ସମୟରେ ଏକାଧିକ ସିନେମା ହଲ୍‌ ସ୍ଥାୟୀଭାବେ ବନ୍ଦ ହୋଇଯିବ ବୋଲି ସିନେ ସମୀକ୍ଷକ, ପ୍ରଯୋଜକ ଏବଂ ସିନେମା ହଲ୍‌ ମାଲିକମାନେ ଆକଳନ କରିଛନ୍ତି।
୧୯୯୯ ମସିହା ପରଠାରୁ ସିନେମା ହଲ୍‌ ଅଭାବ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ମହାବାତ୍ୟା ପୂର୍ବରୁ ରାଜ୍ୟରେ ୨୩୦ଟି ସିନେମା ହଲ୍‌ ରହିଥିଲା। ମହାବାତ୍ୟାରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ହଲ୍‌ ଭାଙ୍ଗିରୁଜି ଯିବାପରେ ତାହା ସ୍ଥାୟୀଭାବେ ବନ୍ଦ ହୋଇଯାଇଥିଲା। ହୁଡ୍‌ହୁଡ୍‌, ଫାଇଲିନ୍‌ ଓ ଫନୀ ଭଳି ବାତ୍ୟା ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଆହୁରି ୫୦ଟି ସିନେମା ହଲ୍‌ ବନ୍ଦ ହୋଇ ରାଜ୍ୟରେ ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ସଂଖ୍ୟା ୧୦୦ରୁ ତଳକୁ ଖସିଆସିଛି। ଗତ କିଛିବର୍ଷ ମଧ୍ୟରେ ଭୁବନେଶ୍ୱର ଓ କଟକକୁ ମଲ୍ଟିପ୍ଲେକ୍ସ ଆସିଥିଲେ ମଧ୍ୟ ସେଥିରେ ଓଡ଼ିଆ ଫିଲ୍ମ ରିଲିଜ କରିବା ସମ୍ଭବ ହେଉନି। ଯାହା ବି ରିଲିଜ ହେଉଛି ଗ୍ରାହକ ଏତେଟଙ୍କା ଦେଇ ସେଠାକୁ ଯିବାକୁ ରାଜି ହେଉନାହାନ୍ତି। ଏଭଳିସ୍ଥଳେ କରୋନା ବୋଝ ଉପରେ ନଳିତା ବିଡ଼ା ସାଜିଛି। ଲକ୍‌ଡାଉନ୍‌ ପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ୩ମାସ ମଧ୍ୟରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛି। ସେହିଭଳି ଫିଲ୍ମ ଶିଳ୍ପ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ଜଡ଼ିତ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଓଡ଼ିଆ ଫିଲ୍ମ ସହ ଜଡ଼ିତ ୧ ହଜାରରୁ ଊର୍ଦ୍ଧ୍ୱ ଟେକ୍ନିସିଆନ, ୮୦୦ରୁ ଊର୍ଦ୍ଧ୍ୱ ପ୍ରଯୋଜକ ଏବଂ ବିତରକ, ୧୪୦ ସିନେମା ହଲ୍‌ ମାଲିକ ଏବଂ ହଲ୍‌ରେ କାମ କରୁଥିବା ପ୍ରାୟ ୨ ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଗୋଟିଏ ସିନେମା ହଲ୍‌ ଚଲାଇବାକୁ ମାସକୁ ସର୍ବନିମ୍ନ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିରେ ବିଦ୍ୟୁତ୍‌ ବିଲ୍‌, ମେଣ୍ଟେନାନ୍ସ ଖର୍ଚ୍ଚ, କର୍ମଚାରୀଙ୍କ ଦରମା ଆଦି ରହିଥାଏ। ମାର୍ଚ୍ଚ ୩୧ରୁ ସିନେମା ହଲ୍‌ ବନ୍ଦ ହେବାଫଳରେ ପୁଣିଥରେ ହଲ୍‌ ଖୋଲି ଫିଲ୍ମ ଚଲାଇବା ଅଧିକାଂଶ ମାଲିକଙ୍କ ପାଇଁ ସମ୍ଭବ ହେବନାହିଁ। ବିଶେଷକରି ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ଫିଲ୍ମ ଡିଷ୍ଟ୍ରିବ୍ୟୁଟର ୟୁ.କେ. ଝା କହିଛନ୍ତି।
ସେହିଭଳି କୋଭିଡ୍‌ ପରବର୍ତ୍ତୀ ସମୟରେ ହଲ୍‌ ଖୋଲିଲେ ମଧ୍ୟ ଲୋକ ହଲ୍‌କୁ ଯିବାକୁ ଭୟକରିବେ। ଅନ୍ୟ ରାଷ୍ଟ୍ର ଭଳି ସାମାଜିକ ଦୂରତା ରକ୍ଷାକରି ୫୦% ଅକ୍ୟୁପାନ୍ସିରେ ହଲ୍‌ ଚଲାଇଲେ ମାଲିକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌, ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର୍‌ ଭଳି ‘ଓଟିଟି’ ପ୍ଲାଟଫର୍ମ ଦର୍ଶକଙ୍କ ସିନେମା ଦେଖିବାର ଅଭ୍ୟାସକୁ ପ୍ରଭାବିତ କରିବ। ଏଭଳିସ୍ଥଳେ ଅତିକମ୍‌ରେ ଆଗାମୀ ୨ବର୍ଷ ପାଇଁ ରାଜ୍ୟ ସରକାର ଫିଲ୍ମ ବିତରକମାନଙ୍କ ପାଇଁ ଜିଏସ୍‌ଟି ଏବଂ ହଲ୍‌ଗୁଡ଼ିକର ବିଦ୍ୟୁତ୍‌ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବିହୋଇଛି। ନଚେତ୍‌ କଟକର ନିଶାମଣୀ ଏବଂ ଦୁର୍ଗା ସିନେମା ହଲ୍‌ ଭଳି ଅଧିକାଂଶ ହଲ୍‌ କଲ୍ୟାଣ ମଣ୍ଡପ ଓ ମଲ୍‌ରେ ପରିଣତ ହୋଇଯିବ ବୋଲି ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି। ଅଧିକ ହଲ୍‌‌ ହେଲେ ଓଡ଼ିଆ ସିନେମା ବଞ୍ଚତ୍ରହିବ ବୋଲି ଆଶା ରହିଥିବା ବେଳେ କୋଭିଡ୍‌ ପରବର୍ତ୍ତୀ ସମୟରେ କିନ୍ତୁ ହଲ୍‌ ସଂଖ୍ୟା ଆହୁରି କମିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତାହେଲେ ଓଡ଼ିଆ ଫିଲ୍ମର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ।

ସ୍ବପ୍ନରେ ମିନି ସିନେମା ହଲ୍‌, ଇନ୍‌ଫୋ ଥିଏଟର

ଇତିମଧ୍ୟରେ ଓଡ଼ିଶା ରାଜ୍ୟ ସିନେମା ନୀତି ୨୦୧୯କୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ସିମ୍ପ୍ଲେକ୍ସ ଓ ମଲ୍ଟିପ୍ଲେକ୍ସ ନିର୍ମାଣ ପାଇଁ ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି। ସୂର୍ଯ୍ୟ ନାରାୟଣ ପାତ୍ର ସଂସ୍କୃତି ମନ୍ତ୍ରୀ ଥିବାବେଳେ ୩୧୪ଟି ବ୍ଲକ୍‌ରେ ମିନି ସିନେମା ହଲ୍‌ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ହେଲେ ଏହାମଧ୍ୟରେ ମନ୍ତ୍ରୀଙ୍କ ଘୋଷଣାକୁ ୧୦ରୁ ୧୨ବର୍ଷ ବିତିଯାଇଥିଲେ ବି ମିନି ସିନେମା ହଲ୍‌ ତିଆରି ହୋଇପାରିଲାନି। ସେହିଭଳି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ବ୍ଲକ୍‌ରେ ଇନ୍‌ଫୋ ଥିଏଟର ନିର୍ମାଣ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତାହା ବି ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏଭଳିସ୍ଥଳେ ଆବଶ୍ୟକ ସିନେମା ହଲ୍‌ ନଥିବାରୁ ପ୍ରଯୋଜକମାନେ ଭଲ କିମ୍ବା ଅଧିକ ବଜେଟର ଫିଲ୍ମ ତିଆରି କରିବାକୁ ପଛାଉଥିବା ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ ଅଭିଯୋଗ କରିଛି। ଏହାବ୍ୟତୀତ ଗ୍ରାମୀଣ ଓ ଛୋଟ ସହରଗୁଡିକରେ ସିନେମା ହଲ୍‌ ତିଆରି ପାଇଁ ଆଗ୍ରହୀ ଲୋକଙ୍କୁ ଯଥାସମ୍ଭବ ଋଣ ତଥା ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri