ଅନିଶ୍ଚିତତାରେ ଓଡ଼ିଆ ସିନେମା ଶିଳ୍ପ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍‌-୧୯ ପ୍ରଭାବ ଯୋଗୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଓଡ଼ିଆ ସିନେମା ଶିଳ୍ପ। ରାଜ୍ୟର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଏବଂ ଫିଲ୍ମ ଶିଳ୍ପ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷ ଓଡ଼ିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କରୋନା ପ୍ରଭାବରେ ପର୍ଯ୍ୟଟନ, ହୋଟେଲ, ଏମ୍‌ଏସ୍‌ଏମ୍‌ଇ(ମଧ୍ୟମ, କ୍ଷୁଦ୍ର, ଲଘୁ ଉଦ୍ୟୋଗ) ଏବଂ ସିନେମା ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସିନେମା ହଲ୍‌ ବନ୍ଦ ଯୋଗୁ ଇଣ୍ଡଷ୍ଟ୍ରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ତେବେ କେବଳ କୋଭିଡ୍‌ କିମ୍ବା କୋଭିଡ୍‌ ପରବର୍ତ୍ତୀ ସମୟରେ ନୁହେଁ, ଓଡ଼ିଆ ସିନେମା ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବା ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ୧୯୯୯ ମହାବାତ୍ୟା ପରେ ଯେପରି ରାଜ୍ୟର ଅଧାରୁ ଅଧିକ ସିନେମା ହଲ୍‌ରେ ତାଲା ଝୁଲୁଥିଲା, ଏବେ ଠିକ୍‌ ସେଭଳି ପରିସ୍ଥିତି ସୃଷ୍ଟିହୋଇଛି। କଟକର ବହୁ ପୁରାତନ ‘ଜୟଶ୍ରୀ’ ସିନେମା ହଲ୍‌କୁ କରୋନା ପରିସ୍ଥିତି ଲାଗି ଶେଷରେ ସବୁଦିନ ପାଇଁ ତାଲା ପକାଇଛନ୍ତି ଏହାର ମାଲିକ। ଏହାପୂର୍ବରୁ ମଧ୍ୟ କଟକରେ ଥିବା ବହୁ ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ କୋଭିଡ୍‌ ପରବର୍ତ୍ତୀ ସମୟରେ ଏକାଧିକ ସିନେମା ହଲ୍‌ ସ୍ଥାୟୀଭାବେ ବନ୍ଦ ହୋଇଯିବ ବୋଲି ସିନେ ସମୀକ୍ଷକ, ପ୍ରଯୋଜକ ଏବଂ ସିନେମା ହଲ୍‌ ମାଲିକମାନେ ଆକଳନ କରିଛନ୍ତି।
୧୯୯୯ ମସିହା ପରଠାରୁ ସିନେମା ହଲ୍‌ ଅଭାବ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ମହାବାତ୍ୟା ପୂର୍ବରୁ ରାଜ୍ୟରେ ୨୩୦ଟି ସିନେମା ହଲ୍‌ ରହିଥିଲା। ମହାବାତ୍ୟାରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ହଲ୍‌ ଭାଙ୍ଗିରୁଜି ଯିବାପରେ ତାହା ସ୍ଥାୟୀଭାବେ ବନ୍ଦ ହୋଇଯାଇଥିଲା। ହୁଡ୍‌ହୁଡ୍‌, ଫାଇଲିନ୍‌ ଓ ଫନୀ ଭଳି ବାତ୍ୟା ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଆହୁରି ୫୦ଟି ସିନେମା ହଲ୍‌ ବନ୍ଦ ହୋଇ ରାଜ୍ୟରେ ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ସଂଖ୍ୟା ୧୦୦ରୁ ତଳକୁ ଖସିଆସିଛି। ଗତ କିଛିବର୍ଷ ମଧ୍ୟରେ ଭୁବନେଶ୍ୱର ଓ କଟକକୁ ମଲ୍ଟିପ୍ଲେକ୍ସ ଆସିଥିଲେ ମଧ୍ୟ ସେଥିରେ ଓଡ଼ିଆ ଫିଲ୍ମ ରିଲିଜ କରିବା ସମ୍ଭବ ହେଉନି। ଯାହା ବି ରିଲିଜ ହେଉଛି ଗ୍ରାହକ ଏତେଟଙ୍କା ଦେଇ ସେଠାକୁ ଯିବାକୁ ରାଜି ହେଉନାହାନ୍ତି। ଏଭଳିସ୍ଥଳେ କରୋନା ବୋଝ ଉପରେ ନଳିତା ବିଡ଼ା ସାଜିଛି। ଲକ୍‌ଡାଉନ୍‌ ପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ୩ମାସ ମଧ୍ୟରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛି। ସେହିଭଳି ଫିଲ୍ମ ଶିଳ୍ପ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ଜଡ଼ିତ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଓଡ଼ିଆ ଫିଲ୍ମ ସହ ଜଡ଼ିତ ୧ ହଜାରରୁ ଊର୍ଦ୍ଧ୍ୱ ଟେକ୍ନିସିଆନ, ୮୦୦ରୁ ଊର୍ଦ୍ଧ୍ୱ ପ୍ରଯୋଜକ ଏବଂ ବିତରକ, ୧୪୦ ସିନେମା ହଲ୍‌ ମାଲିକ ଏବଂ ହଲ୍‌ରେ କାମ କରୁଥିବା ପ୍ରାୟ ୨ ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଗୋଟିଏ ସିନେମା ହଲ୍‌ ଚଲାଇବାକୁ ମାସକୁ ସର୍ବନିମ୍ନ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିରେ ବିଦ୍ୟୁତ୍‌ ବିଲ୍‌, ମେଣ୍ଟେନାନ୍ସ ଖର୍ଚ୍ଚ, କର୍ମଚାରୀଙ୍କ ଦରମା ଆଦି ରହିଥାଏ। ମାର୍ଚ୍ଚ ୩୧ରୁ ସିନେମା ହଲ୍‌ ବନ୍ଦ ହେବାଫଳରେ ପୁଣିଥରେ ହଲ୍‌ ଖୋଲି ଫିଲ୍ମ ଚଲାଇବା ଅଧିକାଂଶ ମାଲିକଙ୍କ ପାଇଁ ସମ୍ଭବ ହେବନାହିଁ। ବିଶେଷକରି ସିଙ୍ଗିଲ୍‌ ସ୍କ୍ରିନ୍‌ ହଲ୍‌ଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ଫିଲ୍ମ ଡିଷ୍ଟ୍ରିବ୍ୟୁଟର ୟୁ.କେ. ଝା କହିଛନ୍ତି।
ସେହିଭଳି କୋଭିଡ୍‌ ପରବର୍ତ୍ତୀ ସମୟରେ ହଲ୍‌ ଖୋଲିଲେ ମଧ୍ୟ ଲୋକ ହଲ୍‌କୁ ଯିବାକୁ ଭୟକରିବେ। ଅନ୍ୟ ରାଷ୍ଟ୍ର ଭଳି ସାମାଜିକ ଦୂରତା ରକ୍ଷାକରି ୫୦% ଅକ୍ୟୁପାନ୍ସିରେ ହଲ୍‌ ଚଲାଇଲେ ମାଲିକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌, ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର୍‌ ଭଳି ‘ଓଟିଟି’ ପ୍ଲାଟଫର୍ମ ଦର୍ଶକଙ୍କ ସିନେମା ଦେଖିବାର ଅଭ୍ୟାସକୁ ପ୍ରଭାବିତ କରିବ। ଏଭଳିସ୍ଥଳେ ଅତିକମ୍‌ରେ ଆଗାମୀ ୨ବର୍ଷ ପାଇଁ ରାଜ୍ୟ ସରକାର ଫିଲ୍ମ ବିତରକମାନଙ୍କ ପାଇଁ ଜିଏସ୍‌ଟି ଏବଂ ହଲ୍‌ଗୁଡ଼ିକର ବିଦ୍ୟୁତ୍‌ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବିହୋଇଛି। ନଚେତ୍‌ କଟକର ନିଶାମଣୀ ଏବଂ ଦୁର୍ଗା ସିନେମା ହଲ୍‌ ଭଳି ଅଧିକାଂଶ ହଲ୍‌ କଲ୍ୟାଣ ମଣ୍ଡପ ଓ ମଲ୍‌ରେ ପରିଣତ ହୋଇଯିବ ବୋଲି ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି। ଅଧିକ ହଲ୍‌‌ ହେଲେ ଓଡ଼ିଆ ସିନେମା ବଞ୍ଚତ୍ରହିବ ବୋଲି ଆଶା ରହିଥିବା ବେଳେ କୋଭିଡ୍‌ ପରବର୍ତ୍ତୀ ସମୟରେ କିନ୍ତୁ ହଲ୍‌ ସଂଖ୍ୟା ଆହୁରି କମିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତାହେଲେ ଓଡ଼ିଆ ଫିଲ୍ମର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ।

ସ୍ବପ୍ନରେ ମିନି ସିନେମା ହଲ୍‌, ଇନ୍‌ଫୋ ଥିଏଟର

ଇତିମଧ୍ୟରେ ଓଡ଼ିଶା ରାଜ୍ୟ ସିନେମା ନୀତି ୨୦୧୯କୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ସିମ୍ପ୍ଲେକ୍ସ ଓ ମଲ୍ଟିପ୍ଲେକ୍ସ ନିର୍ମାଣ ପାଇଁ ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି। ସୂର୍ଯ୍ୟ ନାରାୟଣ ପାତ୍ର ସଂସ୍କୃତି ମନ୍ତ୍ରୀ ଥିବାବେଳେ ୩୧୪ଟି ବ୍ଲକ୍‌ରେ ମିନି ସିନେମା ହଲ୍‌ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ହେଲେ ଏହାମଧ୍ୟରେ ମନ୍ତ୍ରୀଙ୍କ ଘୋଷଣାକୁ ୧୦ରୁ ୧୨ବର୍ଷ ବିତିଯାଇଥିଲେ ବି ମିନି ସିନେମା ହଲ୍‌ ତିଆରି ହୋଇପାରିଲାନି। ସେହିଭଳି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ବ୍ଲକ୍‌ରେ ଇନ୍‌ଫୋ ଥିଏଟର ନିର୍ମାଣ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତାହା ବି ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏଭଳିସ୍ଥଳେ ଆବଶ୍ୟକ ସିନେମା ହଲ୍‌ ନଥିବାରୁ ପ୍ରଯୋଜକମାନେ ଭଲ କିମ୍ବା ଅଧିକ ବଜେଟର ଫିଲ୍ମ ତିଆରି କରିବାକୁ ପଛାଉଥିବା ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ ଅଭିଯୋଗ କରିଛି। ଏହାବ୍ୟତୀତ ଗ୍ରାମୀଣ ଓ ଛୋଟ ସହରଗୁଡିକରେ ସିନେମା ହଲ୍‌ ତିଆରି ପାଇଁ ଆଗ୍ରହୀ ଲୋକଙ୍କୁ ଯଥାସମ୍ଭବ ଋଣ ତଥା ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବିକରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?