Posted inUncategorized

ସ୍ବାମୀଙ୍କ ସହ ଅଣ୍ଡର ଓ୍ବାଟର ହନିମୁନ୍‌ ଉପଭୋଗ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନିକଟରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଜିକାଲି କାଜଲ ସ୍ବାମୀ ଗୌତମଙ୍କ ସହ ମାଳଦ୍ୱୀପରେ ହନିମୁନ୍‌ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ସେମାନଙ୍କର ହନିମୁନ୍‌ର ଫଟୋ ଭାଇରାଲ ହେଉଛି।

କାଜଲ କ୍ରମାଗତ ଭାବରେ ହନିମୁନ୍‌ର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରୁଛନ୍ତି। ନିକଟରେ କାଜଲ ଇନ୍‌ଷ୍ଟାଗ୍ରାମରେ କିଛି ନୂଆ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଏହି ନବ ବିବାହିତ ଦମ୍ପତି ଅଣ୍ଡର ଓ୍ବାଟର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି।

କାଜଲ ଶେୟାର କରିଥିବା ଫଟୋରେ ସେ ଏକ ନୀଳ ରଙ୍ଗର ବ୍ୟାକଲେସ୍‌ ଡ୍ରେସରେ ନଜର ଆସିଛନ୍ତି। ଏହି ଡ୍ରେସ୍‌ରେ କାଜଲ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗୌତମ ଏକ ସିମ୍ପଲ ଶର୍ଟ ଏବଂ ଜିନ୍ସରେ ନଜର ଆସିଛନ୍ତି। ଉଭୟ ପାଣି ତଳେ ଏକ କୋଠରିରେ ବସିଥିବାର ଦେଖିବାକୁ ମିଳିଛି। ସେମାନଙ୍କ ଚାରିପାଖରେ ବହୁତ ମାଛ ମଧ୍ୟ ଅଛନ୍ତି। ଉଭୟଙ୍କର ଏହି ରୋମାଣ୍ଟିକ ମୁହୂର୍ତ୍ତକୁ ଖୁବ୍‌ ପସନ୍ଦ କରିଛନ୍ତି ପ୍ରଶଂସକ।

ଅକ୍ଟୋବର ୩୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ହନିମୁନ୍‌ ମନାଇବାକୁ ମାଳଦ୍ୱୀପ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?