ବୁଝ ନ ବୁଝ…

ରାକେଶ ପଣ୍ଡା

 

ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି ହୋଇଥାଏ ଏବଂ ଜୀବନ ନିର୍ବାହ ଦୁର୍ବିଷହ ହୋଇପଡେ। ଏଣୁ ପ୍ରତିଟି ମଣିଷ ନିଜର ଜୀବନଶୈଳୀ ଓ ଚଳଣିକୁ ଆଦର୍ଶ କରିବା ଜରୁରୀ। ଯେଉଁ ଆଦର୍ଶ ଜୀବନଟିଏ ବଞ୍ଚିବା ପାଇଁ ଏକ ସଜଡା ମାର୍ଗର ଆବଶ୍ୟକତା ରହିଅଛି ସେଥିଲାଗି ସମାଜରେ କିଛି ସାମାଜିକ ନୀତି, ନିୟମ ଏବଂ ଜୀବନ ଦର୍ଶନର ଅନେକ ଗୁରୁତ୍ୱ ରହିଥାଏ। ଏହାଛଡା ଉକ୍ତ ମାର୍ଗ ଦର୍ଶନ ନିମନ୍ତେ ଜଣେ ଗୁରୁ ଓ ଗ୍ରନ୍ଥର ଆବଶ୍ୟକତା ମଧ୍ୟ ରହିଛି, ଯାହା ଜୀବନର ଚଲାବାଟକୁ ସୁଗମ,ସରଳ ଓ ସହଜ କରିଥାଏ। ତେବେ ବିଭିନ୍ନ ପବିତ୍ର ଗ୍ରନ୍ଥରେ ବର୍ଣ୍ଣିତ ନୈତିକତା ହେଉଛି ଏକ ନୈତିକ ନୀତି ଯାହା ଲୋକଙ୍କ ଆଚରଣ, ନିଷ୍ପତ୍ତି ଏବଂ କାର୍ଯ୍ୟକୁ ବିଶୁଦ୍ଧ କରିବା ସହ ମାର୍ଗଦର୍ଶନ କରିଥାଏ। ଏହି ନୀତିଗୁଡ଼ିକ ଠିକ୍‌ ଭୁଲ, ଭଲ ମନ୍ଦ ଏବଂ ନ୍ୟାୟ ଅନ୍ୟାୟ ଧାରଣା ଉପରେ ଆଧାରିତ। ଯାହା କି ଜୀବନ ମୂଲ୍ୟବୋଧ ଓ ବ୍ୟକ୍ତିଗତ ଆଚରଣର ଆଦର୍ଶ ବିକାଶ କରିଥାଏ।
ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାଧୁ ଏବଂ ବିଦ୍ୱାନମାନଙ୍କର ଶିକ୍ଷା ହିଁ ଆମ ସଂସ୍କୃତିକୁ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ନେଇ ଆସିବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି। ବେଦ, ପୁରାଣ, ଗୀତା, ମହାଭାରତ, ରାମାୟଣ ଇତ୍ୟାଦି ପବିତ୍ର ଗ୍ରନ୍ଥମାନ ଭାରତୀୟ ସଂସ୍କୃତିର ଆଧାର। ଉକ୍ତ ସମସ୍ତ ଶାସ୍ତ୍ରଗୁଡ଼ିକ ମଧ୍ୟରେ ଶ୍ରୀମଦ୍‌ ଭଗବଦ ଗୀତାକୁ ପ୍ରଥମ ସ୍ଥାନ ଦିଆଯାଇଛି। ଏଥିରେ ସମୁଦାୟ ଅଠର ଗୋଟି ଅଧ୍ୟାୟ ଏବଂ ପ୍ରାୟ ସାତଶହ ସଂସ୍କୃତ ଶ୍ଳୋକ ରହିଅଛି। ଚାରି ବେଦର ସମ୍ପୂର୍ଣ୍ଣ ସୂଚନାକୁ ମିଶାଇ ଗୀତାର ସୃଷ୍ଟି। ଭାରତୀୟ ସଂସ୍କୃତିର ଏକ ଅଂଶ ଭାବରେ ସହନଶୀଳତାର ଆତ୍ମା ଗୀତାରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ। ଏଥିରେ ବର୍ଣ୍ଣିତ ପଦଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିରୁ ବାହାରିବାରେ ସାହାଯ୍ୟ କରିଥାଏ। ଜଣେ ବ୍ୟକ୍ତି କିପରି ନିଜ ଜୀବନ ବଞ୍ଚିବା ଉଚିତ, କିପରି ସେ ଅନ୍ୟକୁ ନିଜର ବ୍ୟବହାର ପ୍ରଦର୍ଶନ କରିବା ଜରୁରୀ, ନିଜ ଭିତରେ କିପରି ସଂଶୋଧନ ଓ ପରିଶୋଧନ ସମ୍ଭବ ତାହା ଗୀତା ଜଣେ ବ୍ୟକ୍ତିକୁ ଶିକ୍ଷା ଦିଏ। ଲୋକଙ୍କୁ ବଞ୍ଚିବା ଶିଖାଇବା ଓ ଉଦ୍ଧାର କରିବା ହେଉଛି ଗୀତାର ମୂଳ ଉଦ୍ଦେଶ୍ୟ।
ମହାଭାରତ ଯୁଦ୍ଧରେ ଯେତେବେଳେ କୌରବ ଏବଂ ପାଣ୍ଡବଙ୍କ ସୈନ୍ୟ ପରସ୍ପର ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ, ସେହି ସମୟରେ ଅର୍ଜୁନ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିପରୀତ ପାର୍ଶ୍ୱରେ ଦେଖି ଯୁଦ୍ଧ ଛାଡି ନିଜର ପରାଜୟ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅର୍ଜୁନଙ୍କୁ ଯୁଦ୍ଧରୁ ବିମୁଖ ହେବା ଅନୁଭବ କରି ଶ୍ରୀକୃଷ୍ଣ ତାଙ୍କୁ ଆତ୍ମାର ପ୍ରକୃତିକୁ ସ୍ପଷ୍ଟ ଭାବରେ ବୁଝାଇଥିଲେ ଏବଂ ଜୀବନ ବାସ୍ତବତାର ମହାନ୍‌ ଦର୍ଶନ ପ୍ରଦାନ କରିଥିଲେ। ଅର୍ଜୁନଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ସେ ପ୍ରେରଣା ଦେଇଥିଲେ ଏବଂ କର୍ମଯୋଗ ମାଧ୍ୟମରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ଉକ୍ତ ଉପଦେଶ ଅର୍ଜୁନଙ୍କୁ ଜୀବନର ବାସ୍ତବତା ଓ ନିଜର କର୍ତ୍ତବ୍ୟ ସବୁକୁ ଅନୁଭବ କରାଇବାରେ ସମ୍ପୂର୍ଣ୍ଣ ସହାୟକ ହୋଇଥିଲା।
ତେବେ ଗୀତାର ଶିକ୍ଷା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ଭାଷା, ଜାତି କିମ୍ବା ଧର୍ମ ପାଇଁ ସୀମିତ ନୁହେଁ। ଏହା ପ୍ରତିଟି ମଣିଷ ନିମନ୍ତେ ସର୍ବଭାରତୀୟ ତଥା ସମଗ୍ର ବିଶ୍ୱର ଜନତାଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ଦେଶ ତଥା ବିଦେଶରେ ଗୀତା ପାଠ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପାଶ୍ଚାତ୍ୟ ବୁଦ୍ଧିଜୀବୀମାନେ ଗୀତା ବିଷୟରେ କୁହନ୍ତି ଯେ ସମସ୍ତ ଆଧୁନିକ ଭାଷାର ଗୀତ ମଧ୍ୟରେ ଗୀତା ସବୁଠାରୁ ସୁନ୍ଦର, ଅମୂଲ୍ୟ ଏବଂ ଦାର୍ଶନିକ। ହେଲେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ବର୍ତ୍ତମାନ ସମୟରେ ଅନେକ ଭାରତୀୟ ଗୀତାକୁ ନିଜ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ଆଗ୍ରହୀ ନୁହନ୍ତି ! କିନ୍ତୁ ଆମର ସମାଜରେ ଏକ ମହତ୍ତ୍ୱପୂର୍ଣ୍ଣ ଲୋକକଥା ରହିଛି, ରୁଚୁ ନ ରୁଚୁ ଖାଅ ପିତା, ବୁଝ ନ ବୁଝ ପଢ ଗୀତା। ଅର୍ଥାତ୍‌ ସ୍ବାସ୍ଥ୍ୟ ପ୍ରତି ପିତାଯୁକ୍ତ ଖାଦ୍ୟର ଉପକାରିତା ଓ ହିତକୁ ଅନୁଭବ କରି ତାହା ପାଟିକୁ ଭଲ ଲାଗୁ ଅବା ନ ଲାଗୁ ପ୍ରତ୍ୟହ ପ୍ରତ୍ୟେକ ବ୍ୟକ୍ତି ଗ୍ରହଣ କରିବା ଉଚିତ। ଠିକ୍‌ ସେହିପରି ଗୀତା ତଥା ଏହାର ଅମୂଲ୍ୟ ବାଣୀକୁ ବୁଝ ଅବା ନ ବୁଝ ତାକୁ ପ୍ରତ୍ୟହ ପଠନ ତଥା ଅଧ୍ୟୟନ କରିବା ଉଚିତ। କୁହାଯାଏ ଯଦି ଜଣେ ମୂର୍ଖ ବ୍ୟକ୍ତି ଥରେ ମଧ୍ୟ ଗୀତାର ଶିକ୍ଷାକୁ ଅନୁକରଣ କରେ ତେବେ ତାକୁ ଜ୍ଞାନପ୍ରାପ୍ତ ହୋଇଥାଏ। ଯାହାର ଶବ୍ଦ ଏବଂ ବାକ୍ୟଗୁଡିକ ଏତେ ଶକ୍ତିଶାଳୀ ଯେ ତାକୁ କେବଳ ଶୁଣିବା ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ହୁଏ।
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri