ବୁଝ ନ ବୁଝ…

ରାକେଶ ପଣ୍ଡା

 

ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି ହୋଇଥାଏ ଏବଂ ଜୀବନ ନିର୍ବାହ ଦୁର୍ବିଷହ ହୋଇପଡେ। ଏଣୁ ପ୍ରତିଟି ମଣିଷ ନିଜର ଜୀବନଶୈଳୀ ଓ ଚଳଣିକୁ ଆଦର୍ଶ କରିବା ଜରୁରୀ। ଯେଉଁ ଆଦର୍ଶ ଜୀବନଟିଏ ବଞ୍ଚିବା ପାଇଁ ଏକ ସଜଡା ମାର୍ଗର ଆବଶ୍ୟକତା ରହିଅଛି ସେଥିଲାଗି ସମାଜରେ କିଛି ସାମାଜିକ ନୀତି, ନିୟମ ଏବଂ ଜୀବନ ଦର୍ଶନର ଅନେକ ଗୁରୁତ୍ୱ ରହିଥାଏ। ଏହାଛଡା ଉକ୍ତ ମାର୍ଗ ଦର୍ଶନ ନିମନ୍ତେ ଜଣେ ଗୁରୁ ଓ ଗ୍ରନ୍ଥର ଆବଶ୍ୟକତା ମଧ୍ୟ ରହିଛି, ଯାହା ଜୀବନର ଚଲାବାଟକୁ ସୁଗମ,ସରଳ ଓ ସହଜ କରିଥାଏ। ତେବେ ବିଭିନ୍ନ ପବିତ୍ର ଗ୍ରନ୍ଥରେ ବର୍ଣ୍ଣିତ ନୈତିକତା ହେଉଛି ଏକ ନୈତିକ ନୀତି ଯାହା ଲୋକଙ୍କ ଆଚରଣ, ନିଷ୍ପତ୍ତି ଏବଂ କାର୍ଯ୍ୟକୁ ବିଶୁଦ୍ଧ କରିବା ସହ ମାର୍ଗଦର୍ଶନ କରିଥାଏ। ଏହି ନୀତିଗୁଡ଼ିକ ଠିକ୍‌ ଭୁଲ, ଭଲ ମନ୍ଦ ଏବଂ ନ୍ୟାୟ ଅନ୍ୟାୟ ଧାରଣା ଉପରେ ଆଧାରିତ। ଯାହା କି ଜୀବନ ମୂଲ୍ୟବୋଧ ଓ ବ୍ୟକ୍ତିଗତ ଆଚରଣର ଆଦର୍ଶ ବିକାଶ କରିଥାଏ।
ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାଧୁ ଏବଂ ବିଦ୍ୱାନମାନଙ୍କର ଶିକ୍ଷା ହିଁ ଆମ ସଂସ୍କୃତିକୁ ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ନେଇ ଆସିବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି। ବେଦ, ପୁରାଣ, ଗୀତା, ମହାଭାରତ, ରାମାୟଣ ଇତ୍ୟାଦି ପବିତ୍ର ଗ୍ରନ୍ଥମାନ ଭାରତୀୟ ସଂସ୍କୃତିର ଆଧାର। ଉକ୍ତ ସମସ୍ତ ଶାସ୍ତ୍ରଗୁଡ଼ିକ ମଧ୍ୟରେ ଶ୍ରୀମଦ୍‌ ଭଗବଦ ଗୀତାକୁ ପ୍ରଥମ ସ୍ଥାନ ଦିଆଯାଇଛି। ଏଥିରେ ସମୁଦାୟ ଅଠର ଗୋଟି ଅଧ୍ୟାୟ ଏବଂ ପ୍ରାୟ ସାତଶହ ସଂସ୍କୃତ ଶ୍ଳୋକ ରହିଅଛି। ଚାରି ବେଦର ସମ୍ପୂର୍ଣ୍ଣ ସୂଚନାକୁ ମିଶାଇ ଗୀତାର ସୃଷ୍ଟି। ଭାରତୀୟ ସଂସ୍କୃତିର ଏକ ଅଂଶ ଭାବରେ ସହନଶୀଳତାର ଆତ୍ମା ଗୀତାରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ। ଏଥିରେ ବର୍ଣ୍ଣିତ ପଦଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିରୁ ବାହାରିବାରେ ସାହାଯ୍ୟ କରିଥାଏ। ଜଣେ ବ୍ୟକ୍ତି କିପରି ନିଜ ଜୀବନ ବଞ୍ଚିବା ଉଚିତ, କିପରି ସେ ଅନ୍ୟକୁ ନିଜର ବ୍ୟବହାର ପ୍ରଦର୍ଶନ କରିବା ଜରୁରୀ, ନିଜ ଭିତରେ କିପରି ସଂଶୋଧନ ଓ ପରିଶୋଧନ ସମ୍ଭବ ତାହା ଗୀତା ଜଣେ ବ୍ୟକ୍ତିକୁ ଶିକ୍ଷା ଦିଏ। ଲୋକଙ୍କୁ ବଞ୍ଚିବା ଶିଖାଇବା ଓ ଉଦ୍ଧାର କରିବା ହେଉଛି ଗୀତାର ମୂଳ ଉଦ୍ଦେଶ୍ୟ।
ମହାଭାରତ ଯୁଦ୍ଧରେ ଯେତେବେଳେ କୌରବ ଏବଂ ପାଣ୍ଡବଙ୍କ ସୈନ୍ୟ ପରସ୍ପର ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ, ସେହି ସମୟରେ ଅର୍ଜୁନ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିପରୀତ ପାର୍ଶ୍ୱରେ ଦେଖି ଯୁଦ୍ଧ ଛାଡି ନିଜର ପରାଜୟ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅର୍ଜୁନଙ୍କୁ ଯୁଦ୍ଧରୁ ବିମୁଖ ହେବା ଅନୁଭବ କରି ଶ୍ରୀକୃଷ୍ଣ ତାଙ୍କୁ ଆତ୍ମାର ପ୍ରକୃତିକୁ ସ୍ପଷ୍ଟ ଭାବରେ ବୁଝାଇଥିଲେ ଏବଂ ଜୀବନ ବାସ୍ତବତାର ମହାନ୍‌ ଦର୍ଶନ ପ୍ରଦାନ କରିଥିଲେ। ଅର୍ଜୁନଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ସେ ପ୍ରେରଣା ଦେଇଥିଲେ ଏବଂ କର୍ମଯୋଗ ମାଧ୍ୟମରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ଉକ୍ତ ଉପଦେଶ ଅର୍ଜୁନଙ୍କୁ ଜୀବନର ବାସ୍ତବତା ଓ ନିଜର କର୍ତ୍ତବ୍ୟ ସବୁକୁ ଅନୁଭବ କରାଇବାରେ ସମ୍ପୂର୍ଣ୍ଣ ସହାୟକ ହୋଇଥିଲା।
ତେବେ ଗୀତାର ଶିକ୍ଷା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ଭାଷା, ଜାତି କିମ୍ବା ଧର୍ମ ପାଇଁ ସୀମିତ ନୁହେଁ। ଏହା ପ୍ରତିଟି ମଣିଷ ନିମନ୍ତେ ସର୍ବଭାରତୀୟ ତଥା ସମଗ୍ର ବିଶ୍ୱର ଜନତାଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ଦେଶ ତଥା ବିଦେଶରେ ଗୀତା ପାଠ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପାଶ୍ଚାତ୍ୟ ବୁଦ୍ଧିଜୀବୀମାନେ ଗୀତା ବିଷୟରେ କୁହନ୍ତି ଯେ ସମସ୍ତ ଆଧୁନିକ ଭାଷାର ଗୀତ ମଧ୍ୟରେ ଗୀତା ସବୁଠାରୁ ସୁନ୍ଦର, ଅମୂଲ୍ୟ ଏବଂ ଦାର୍ଶନିକ। ହେଲେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ବର୍ତ୍ତମାନ ସମୟରେ ଅନେକ ଭାରତୀୟ ଗୀତାକୁ ନିଜ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ଆଗ୍ରହୀ ନୁହନ୍ତି ! କିନ୍ତୁ ଆମର ସମାଜରେ ଏକ ମହତ୍ତ୍ୱପୂର୍ଣ୍ଣ ଲୋକକଥା ରହିଛି, ରୁଚୁ ନ ରୁଚୁ ଖାଅ ପିତା, ବୁଝ ନ ବୁଝ ପଢ ଗୀତା। ଅର୍ଥାତ୍‌ ସ୍ବାସ୍ଥ୍ୟ ପ୍ରତି ପିତାଯୁକ୍ତ ଖାଦ୍ୟର ଉପକାରିତା ଓ ହିତକୁ ଅନୁଭବ କରି ତାହା ପାଟିକୁ ଭଲ ଲାଗୁ ଅବା ନ ଲାଗୁ ପ୍ରତ୍ୟହ ପ୍ରତ୍ୟେକ ବ୍ୟକ୍ତି ଗ୍ରହଣ କରିବା ଉଚିତ। ଠିକ୍‌ ସେହିପରି ଗୀତା ତଥା ଏହାର ଅମୂଲ୍ୟ ବାଣୀକୁ ବୁଝ ଅବା ନ ବୁଝ ତାକୁ ପ୍ରତ୍ୟହ ପଠନ ତଥା ଅଧ୍ୟୟନ କରିବା ଉଚିତ। କୁହାଯାଏ ଯଦି ଜଣେ ମୂର୍ଖ ବ୍ୟକ୍ତି ଥରେ ମଧ୍ୟ ଗୀତାର ଶିକ୍ଷାକୁ ଅନୁକରଣ କରେ ତେବେ ତାକୁ ଜ୍ଞାନପ୍ରାପ୍ତ ହୋଇଥାଏ। ଯାହାର ଶବ୍ଦ ଏବଂ ବାକ୍ୟଗୁଡିକ ଏତେ ଶକ୍ତିଶାଳୀ ଯେ ତାକୁ କେବଳ ଶୁଣିବା ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ହୁଏ।
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?