Posted inଫୁରସତ

ବିନା କିଛି ଗ୍ୟାରେଣ୍ଟିରେ ଆଧାରକାର୍ଡ ମାଧ୍ୟମରେ କରିପାରିବେ ଋଣ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୮।୧: ଆଧାରକାର୍ଡ ମାଧ୍ୟମରେ ଋଣ ପାଇପାରିବେ। ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ କି ଏହା ସମ୍ପୂର୍ଣ୍ଣ ସତ ଅଟେ। ଆଧାର କାର୍ଡ ମାଧ୍ୟମରେ ଆପଣ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ୨୦୨୦ରେ, କୋଭିଡ -୧୯ ମହାମାରୀ ସମୟରେ କେନ୍ଦ୍ର ସରକାର କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଛୋଟ ବ୍ୟବସାୟୀ ଏବଂ ଉଠାଦୋକାନୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ।

ଏହି ଯୋଜନା ଅଧୀନରେ, ସେମାନେ କୌଣସି ଗ୍ୟାରେଣ୍ଟି ବିନା ଆଧାର କାର୍ଡରେ ଋଣ ନେଇପାରିବେ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଏହି ଯୋଜନା କିପରି କାମ କରେ? କହିରଖୁଛୁ ଯେ ଏଥିରେ ବ୍ୟବସାୟୀମାନଙ୍କୁ ପ୍ରଥମେ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ। ଯଦି ସେମାନେ ଏହାକୁ ଠିକ ସମୟରେ ପରିଶୋଧ କରନ୍ତି, ତେବେ ପରବର୍ତ୍ତୀ ସମୟରେ ସେମାନେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଏବଂ ଯଦି ସେମାନେ ଠିକ ସମୟରେ ପରିଶୋଧ କରନ୍ତି, ତେବେ ଋଣ ପରିମାଣ ୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଋଣ ୧୨ ମାସରେ କିସ୍ତିରେ ପରିଶୋଧ କରିବାକୁ ପଡିବ।

ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଋଣ ପାଇଁ କିପରି ଆବେଦନ କରିବେ? ତେଣୁ ଏଥିପାଇଁ ସର୍ବପ୍ରଥମେ ଆପଣଙ୍କ ପାଖରେ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ, ଯାହା ମାଧ୍ୟମରେ ଆପଣ କୌଣସି ସରକାରୀ ବ୍ୟାଙ୍କକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ କିମ୍ବା ଆପଣ ସିଧାସଳଖ ପୋର୍ଟାଲରେ କିମ୍ବା କୌଣସି ସାଧାରଣ ସେବା କେନ୍ଦ୍ର (CSC) କୁ ଯାଇ ଆବେଦନ କରିପାରିବେ। ଆପଣଙ୍କ ଅଞ୍ଚଳରେ ଆବେଦନ କରିପାରିବେ । ମନେରଖନ୍ତୁ ଯେ, ଏହି ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କ ଆଧାର ଆପଣଙ୍କ ମୋବାଇଲ ନମ୍ବର ସହିତ ସଂଯୁକ୍ତ ହୋଇଥିବ। ଯଦି ଆପଣ ଅନଲାଇନରେ ଋଣ ପାଇଁ ଆବେଦନ କରନ୍ତି, ତେବେ ଏହା ଇ-କଓ୍ବୋସି କିମ୍ବା ଆଧାର ଯାଞ୍ଚ ପାଇଁ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି...

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ଉଡିବ ହୋସ

ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ...

‘ଦେଶର ସୁରକ୍ଷାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଅବଦାନ ଅତୁଳନୀୟ’

ପ୍ରତିବର୍ଷ ଜାନୁଆରୀ ୧୯ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ପ୍ରତିଷ୍ଠା ଦିବସ ପାଳନ କରାଯାଏ। ୨୦୦୬ରେ ଏହି ବାହିନୀ ଗଠନ ହେବା ପରଠାରୁ କର୍ମଚାରୀମାନେ...

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri