ନୂଆ ଜିଏସ୍‌ଟି ନିୟମ ଅଧୀନରେ ୪୫ ହଜାର ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ମାତ୍ର ୪୫ ହଜାର ପଞ୍ଜୀକୃତ ସଂସ୍ଥା ବାଧ୍ୟତାମୂଳକ ୧% ନଗଦ ଟିକସ ପ୍ରଦାନ କରିବେ। ଏହା ଜାନୁୟାରୀରୁ ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ମୋଟ ବାଣିଜ୍ୟ ସଂସ୍ଥା ମଧ୍ୟରୁ ପ୍ରାୟ ୦.୩୭% ସଂସ୍ଥା ନୂଆ ବ୍ୟବସ୍ଥା ପରିସରରେ ଆସିବେ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ଜାଲ୍‌ ବିଲ୍‌ ଦ୍ୱାରା ହେଉଥିବା ଟିକସ ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି ଏଭଳି ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଜିଏସ୍‌ଟି ଆଇନରେ ପରିବର୍ତ୍ତନ କରାଯାଇଛି। ଯେଉଁ ସଂସ୍ଥାଗୁଡିକ ମାସିକ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଛନ୍ତି ସେମାନଙ୍କ ଧାର୍ଯ୍ୟ ଜିଏସ୍‌ଟିର ୧% ନଗଦ ହିସାବରେ ଦେବାକୁ ନୂଆ ନିୟମରେ କୁହାଯାଇଛି।
କୌଣସି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବା ପାର୍ଟନର ୧ ଲକ୍ଷ ଟଙ୍କାର ଆୟକର ଦେଉଥିଲେ କିମ୍ବା ଅଣ ବ୍ୟବହୃତ ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ପାଇଁ ପୂର୍ବ ଆର୍ଥତ୍କ ବର୍ଷରେ ପଞ୍ଜୀକୃତ ବ୍ୟକ୍ତିବିଶେଷ ୧ ଲକ୍ଷ ଟଙ୍କାର ରିଫଣ୍ଡ ଲାଭ କରିଥିଲେ କଟକଣା ଲାଗୁ ହେବ ନାହିଁ। ଜିଏସ୍‌ଟି ଡାଟା ଆନାଲିଟିକ୍ସ ମୁତାବକ, ମୋଟ ୧.୨ କୋଟି ପଞ୍ଜୀକୃତ ଟିକସଦାତାଙ୍କ ମଧ୍ୟରୁ ପ୍ରାୟ ୪ ଲକ୍ଷ ଟିକସଦାତାଙ୍କ ମାସିକ ସପ୍ଲାଇ ଭାଲ୍ୟୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏହି ୪ ଲକ୍ଷଙ୍କ ମଧ୍ୟରୁ କେବଳ ୪୫ ହଜାର ପ୍ରକୃତ ପକ୍ଷେ ୧% ଜିଏସ୍‌ଟି ନଗଦ ଆକାରରେ ପ୍ରଦାନ କରିବେ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଇନ୍‌ପୁଟ ଟାକ୍ସ କ୍ରେଡିଟ ଠକେଇ ମାମଲାରେ ୧୨ ହଜାର ମାମଲା ଦାୟର ହୋଇଛି। ୩୬୫ ଜଣ ଏଥିରେ ଗିରଫ ହେଲେଣି। ଗତ ଗୋଟିଏ ସପ୍ତାହ ମଧ୍ୟରେ ୧୬୫ ଜଣ ଗିରଫ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri