ନୂଆ ଜିଏସ୍‌ଟି ନିୟମ ଅଧୀନରେ ୪୫ ହଜାର ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ମାତ୍ର ୪୫ ହଜାର ପଞ୍ଜୀକୃତ ସଂସ୍ଥା ବାଧ୍ୟତାମୂଳକ ୧% ନଗଦ ଟିକସ ପ୍ରଦାନ କରିବେ। ଏହା ଜାନୁୟାରୀରୁ ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ମୋଟ ବାଣିଜ୍ୟ ସଂସ୍ଥା ମଧ୍ୟରୁ ପ୍ରାୟ ୦.୩୭% ସଂସ୍ଥା ନୂଆ ବ୍ୟବସ୍ଥା ପରିସରରେ ଆସିବେ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ଜାଲ୍‌ ବିଲ୍‌ ଦ୍ୱାରା ହେଉଥିବା ଟିକସ ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି ଏଭଳି ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଜିଏସ୍‌ଟି ଆଇନରେ ପରିବର୍ତ୍ତନ କରାଯାଇଛି। ଯେଉଁ ସଂସ୍ଥାଗୁଡିକ ମାସିକ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଛନ୍ତି ସେମାନଙ୍କ ଧାର୍ଯ୍ୟ ଜିଏସ୍‌ଟିର ୧% ନଗଦ ହିସାବରେ ଦେବାକୁ ନୂଆ ନିୟମରେ କୁହାଯାଇଛି।
କୌଣସି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବା ପାର୍ଟନର ୧ ଲକ୍ଷ ଟଙ୍କାର ଆୟକର ଦେଉଥିଲେ କିମ୍ବା ଅଣ ବ୍ୟବହୃତ ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ ପାଇଁ ପୂର୍ବ ଆର୍ଥତ୍କ ବର୍ଷରେ ପଞ୍ଜୀକୃତ ବ୍ୟକ୍ତିବିଶେଷ ୧ ଲକ୍ଷ ଟଙ୍କାର ରିଫଣ୍ଡ ଲାଭ କରିଥିଲେ କଟକଣା ଲାଗୁ ହେବ ନାହିଁ। ଜିଏସ୍‌ଟି ଡାଟା ଆନାଲିଟିକ୍ସ ମୁତାବକ, ମୋଟ ୧.୨ କୋଟି ପଞ୍ଜୀକୃତ ଟିକସଦାତାଙ୍କ ମଧ୍ୟରୁ ପ୍ରାୟ ୪ ଲକ୍ଷ ଟିକସଦାତାଙ୍କ ମାସିକ ସପ୍ଲାଇ ଭାଲ୍ୟୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏହି ୪ ଲକ୍ଷଙ୍କ ମଧ୍ୟରୁ କେବଳ ୪୫ ହଜାର ପ୍ରକୃତ ପକ୍ଷେ ୧% ଜିଏସ୍‌ଟି ନଗଦ ଆକାରରେ ପ୍ରଦାନ କରିବେ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଇନ୍‌ପୁଟ ଟାକ୍ସ କ୍ରେଡିଟ ଠକେଇ ମାମଲାରେ ୧୨ ହଜାର ମାମଲା ଦାୟର ହୋଇଛି। ୩୬୫ ଜଣ ଏଥିରେ ଗିରଫ ହେଲେଣି। ଗତ ଗୋଟିଏ ସପ୍ତାହ ମଧ୍ୟରେ ୧୬୫ ଜଣ ଗିରଫ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ)...

ନିଯୁକ୍ତି ହ୍ରାସ କରାଯିବ ନାହିଁ: ରେଲଓ୍ବେ

ନୂଆଦିଲ୍ଲୀ,୩୧-୭: ରେଲଓ୍ବେରେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ତେବେ ନିୟମିତ କାର୍ଯ୍ୟଧାରାର ସମୀକ୍ଷା ଲାଗି ଜୋନାଲ କାର୍ଯ୍ୟାଳୟଗୁଡ଼ିକୁ ପତ୍ର ଲେଖାଯାଇଛି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ୫୫...

ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ ୧୦୦୦ ଆର୍‌ଆର୍‌ର ସର୍ବଭାରତୀୟ ଉନ୍ମୋଚନ...

ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ...

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୪।୧୧:କ୍ରମାଗତ ୨ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ଚଳିତ ସପ୍ତାହର...

ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର...

ଚବିଶ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୭-୧୨: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହି ଯୋଜନା ଅନ୍ତର୍ଗତ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ୍‌ସ ଟ୍ରାନ୍ସଫର...

ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଓଏସ୍‌ଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୮।୬: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ପକ୍ଷରୁ କଟକ ଶିଖରପୁରସ୍ଥିତ ଆରୋଗ୍ୟ ନୀଳୟ ଫିଜିଓଥେରାପି ସେଣ୍ଟରକୁ ଏକ ଅତ୍ୟାଧୁନିକ ୱିନ୍‌ଲିଜ...

Advertisement
Archives

Model This Week