ଚାପରେ ରାଜକୋଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କୋଭିଡ୍‌-୧୯ ଯୋଗୁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ଚାପ ବଢ଼ିଚାଲିଛି। ଗତ କିଛିବର୍ଷ ହେବ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ହ୍ରାସ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ ତା’ର ପାଉଣା ମିଳୁ ନ ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଖର୍ଚ୍ଚ କାଟ କରି କେନ୍ଦ୍ର ସରକାର ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ଚାଲିଛନ୍ତି। ଯୋଜନା ଏବଂ ପ୍ରାଶାସନିକ ଖର୍ଚ୍ଚ ତୁଲାଇବାକୁ ସରକାର ଖୋଲା ବଜାରରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତି ଭରିବା ପାଇଁ ଖୋଲା ବଜାରରୁ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ କରିବାକୁ ଯାଉଛନ୍ତି।
ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ ଯେତିକି ଅର୍ଥ ମିଳିବା କଥା ତାହା ମିଳୁ ନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟକୁ ୩୬,୮୫୭ କୋଟି ଟଙ୍କା ହରାଇବାକୁ ପଡିଛି। କେବଳ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶଧନ ବାବଦରେ ୩୫,୦୯୬ କୋଟି ମିଳି ନାହିଁ। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଦ୍ଦଶ ଅର୍ଥ କମିଶନ ରାଜ୍ୟକୁ ୨ଟି କ୍ଷେତ୍ର ଯଥା ସ୍ବାୟତ୍ତ ଶାସନ ସଂସ୍ଥାକୁ ଅନୁଦାନ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ନିମିତ୍ତ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ୧,୯୮,୪୧୧ କୋଟି ଟଙ୍କା ପ୍ରଦାନ କରିବାକୁ ସୁପାରିସ କରିଥିଲେ । ସେଥିରୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ୧, ୮୪,୦୭୦ କୋଟିରୁ ୧,୪୮,୯୭୪ କୋଟି ଟଙ୍କା ମିଳିଛି। ସେହିପରି ସହରାଞ୍ଚଳ ମୌଳିକ ଅନୁଦାନ ବାବଦରେ ରାଜ୍ୟକୁ ୭୨ କୋଟି ଟଙ୍କା କମ ମିଳିଥିବା ବେଳେ ଗ୍ରାମପଞ୍ଚାୟତଗୁଡ଼ିକର ସମ୍ପାଦନଭିତ୍ତିକ ଅନୁଦାନ(ପର୍‌ଫର୍ମାନ୍ସ ଗ୍ରାଣ୍ଟ) ବାବଦରେ ୫୧୫ କୋଟି, ସହରାଞ୍ଚଳ ପୌର ସଂସ୍ଥା ପାଇଁ ସମ୍ପାଦନଭିତ୍ତିକ ଅନୁଦାନ(ପର୍‌ଫର୍ମାନ୍ସ ଗ୍ରାଣ୍ଟ) ବାବଦରେ ୨୮୭ କୋଟି ମିଳି ନାହିଁ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌) ପାଇଁ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ କରାଯାଇଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୬୨୧ କୋଟି ଟଙ୍କା କମ୍‌ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କମିଶନ କରିଥିବା ସୁପାରିସକୁ ମଧ୍ୟ କେନ୍ଦ୍ର ସରକାର ମାନିବାକୁ ରାଜି ହେଉନାହାନ୍ତି। ରାଜ୍ୟ ଉପରେ ଚାପ ପଡୁଥିବାରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଅଂଶଧନ ଯଥାକ୍ରମେ ୯୦:୧୦ ରହିବ ବୋଲି କମିଶନ ସୁପାରିସ କରିଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଜିଏସ୍‌ଟି ପ୍ରଚଳନ ହେବା ପର୍ଯ୍ୟନ୍ତ ୭୫:୨୫ ଅନୁପାତରେ ରଖିଥିଲେ। ଜିଏସ୍‌ଟି ଲାଗୁ ହେବା ପରେ ଏହା ୯୦:୧୦ ଅନୁପାତରେ କାର୍ଯ୍ୟକାରୀ ହେବ। ୨୦୧୭ ଜୁଲାଇରୁ ଦେଶରେ ଜିଏସ୍‌ଟି ପ୍ରଚଳନ ହୋଇଛି। ମାତ୍ର ଗୋଟିଏ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ରେ ଏସ୍‌ଡିଆର୍‌ଏଫ୍‌କୁ ୯୦:୧୦ ଅନୁପାତରେ ଅନୁଦାନ ମିଳିଥିଲା। ୨୦୧୯-୨୦ରେ ଅନୁଦାନକୁ ୭୫:୨୫ରେ ସୀମିତ ରଖିବାରୁ ରାଜ୍ୟକୁ ୨୬୬ କୋଟି ଟଙ୍କା କମ୍‌ ମିଳିଛି। ଜିଏସ୍‌ଟିରେ ସ୍ଥିରତା ଆସି ନ ଥିବାରୁ ୭୫:୨୫ ହାରରେ ଏସ୍‌ଡିଆର୍‌ଏଫ୍‌ ଅନୁଦାନ ଦିଆଯିବ ବୋଲି ରାଜ୍ୟକୁ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି।  ଅନ୍ୟ ପକ୍ଷରେ ଜିଏସ୍‌ଟି କ୍ଷତି ବଢିଚାଲିଥିବାରୁ କେନ୍ଦ୍ର ସରକାର ଋଣ କରି ଭରଣା କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଆର୍ଥିକ ସମସ୍ୟାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ଖୋଲା ବଜାରରୁ ୨୮୫୮ କୋଟି ଟଙ୍କାର ଋଣ କରିବା ଲାଗି ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗ ଅନୁମତି ଦେଇଛି। ଅର୍ଥ ମନ୍ତ୍ରଣାଳୟ ଓଡ଼ିଶା ସମେତ ୨୦ ରାଜ୍ୟକୁ ଖୋଲା ବଜାରରୁ ୬୮,୮୨୫ କୋଟି ଟଙ୍କା ଋଣ ଉଠାଇବାକୁ ଅନୁମତି ଦେଇଛି। ଏହି ଋଣ ମୋଟ ରାଜ୍ୟ ଘରୋଇ ଉତ୍ପାଦନ(ଜିଏସ୍‌ଡିପି)ର ୦.୫୦ ପ୍ରତିଶତରୁ ୨% ପ୍ରତିଶତ ପର୍ଯ୍ୟନ୍ତ କରିବାକୁ ଅନୁମତି ଦିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଓ କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାରଙ୍କୁ ୨.୩୫ ଲକ୍ଷ କୋଟି ଟଙ୍କା ଦେବାକୁ ଅସମର୍ଥ ହୋଇଛନ୍ତି। ସେହି ବୋଝକୁ କେନ୍ଦ୍ର ସରକାର ଚତୁରତାର ସହ ରାଜ୍ୟଗୁଡ଼ିକ ଉପରେ ଲଦିଛନ୍ତି। ୨୦୨୦ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ ବୈଠକରେ ଜିଏସ୍‌ଟି କ୍ଷତି ଭରଣା ପାଇଁ ରାଜ୍ୟଗୁଡିକ ନିକଟରେ କେନ୍ଦ୍ର ସରକାର ଦୁଇଟି ବିକଳ୍ପ ରଖିଥିଲେ। ସେଥିରୁ ଗୋଟିଏ ବାଛିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ।
ପ୍ରଥମ ପ୍ରସ୍ତାବ ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରି କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ ୯୭ ହଜାର କୋଟି ଟଙ୍କା ଋଣ କରିବେ। ସେହି ଅର୍ଥ ୨୦୨୨ଜୁନ୍‌ ସୁଦ୍ଧା କ୍ଷତିପୂରଣ ସେସ୍‌ ପାଣ୍ଠିରୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ପଞ୍ଚଦଶ ଅର୍ଥ କମିଶନ ଏହାକୁ ରାଜ୍ୟ ପାଇଁ ଋଣ ବୋଝ ଭାବେ ଗ୍ରହଣ କରିବ ନାହିଁ। କେନ୍ଦ୍ର ସରକାର ଉଭୟ ସୁଧ ଓ ଋଣ ବାବଦ ସମସ୍ତ ଅର୍ଥ ବହନ କରିବେ। ଦ୍ୱିତୀୟ ପ୍ରସ୍ତାବ ଥିଲା, ସମୁଦାୟ ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟ ସରକାରଗୁଡ଼ିକ ଚଳିତ ବର୍ଷ ଖୋଲା ବଜାରରୁ ଆର୍‌ବିଆଇ ସହିତ ବୁଝାମଣା କରି ଋଣ କରିବେ। ରାଜ୍ୟ ସରକାର ଋଣର ସୁଧ ବହନ କରିବେ ଏବଂ ମୂଳଧନ ୨୦୨୨ ଜୁନ୍‌ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଯୋଗାଇ ଦେବେ। ରାଜ୍ୟ ସରକାର ପ୍ରଥମ ପ୍ରସ୍ତାବଟିକୁ ଗ୍ରହଣ କରିଛନ୍ତି। ସେଥିରେ ପ୍ରଥମ ବିକଳ୍ପକୁ ଓଡ଼ିଶା ସମେତ ୨୦ଟି ରାଜ୍ୟ ଗ୍ରହଣ କରିଥିଲେ। ଓଡ଼ିଶା ପ୍ରଥମ ବିକଳ୍ପ ବାଛିଥିବାରୁ ଖୋଲା ବଜାରରୁ ଋଣ କରିବାକୁ ପଡୁଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ୫ ବର୍ଷ ଯାଏ ରାଜ୍ୟର କ୍ଷତିଭରଣା କରିବା ସକାଶେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ବାର୍ଷିକ ୧୪ ପ୍ରତିଶତ ରାଜସ୍ବ ବୃଦ୍ଧି ହିସାବକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତି ଭରଣା କରୁଛନ୍ତି। ତେବେ ଚଳିତ ବର୍ଷ ରାଜ୍ୟଗୁଡିକ ଉପରେ ଏହି ବୋଝ ଲଦି ଦେଇଛନ୍ତି। କେନ୍ଦ୍ରର ଏହି ପ୍ରସ୍ତାବକୁ ପଞ୍ଜାବ, କେରଳ, ଛତିଶଗଡ଼, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଓ ପୁଡ଼ୁଚେରୀ ଭଳି ରାଜ୍ୟ ଦୃଢ଼ ବିରୋଧ କରିଥିବା ବେଳେ ଓଡ଼ିଶା ସରକାର କୌଣସି ପ୍ରତିବାଦ କରି ନ ଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ରାଜ୍ୟର ସମୁଦାୟ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଋଣ କରି ଭରଣା କରନ୍ତୁ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri