ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ହେଇଛନ୍ତି ପାଟଣା ଥାନା ତିଳବେଡା ଗ୍ରାମର ସୁରେନ୍ଦ୍ର ମୁଣ୍ଡା(୩୫)।
ଅଭିଯୋଗ ଅନୁଯାୟୀ ଗତ ଶନିବାର ନାବାଳିକା ଜଣକ କଲେଜରୁ ଫେରୁଥିବାବେଳେ ସମ୍ପର୍କୀୟ ଦାଦା ଝିଆରୀଙ୍କୁ ସ୍କୁଟିରେ ଘରେ ଛାଡ଼ିଦେବାକୁ କହି ନେଇଥିଲେ। କିନ୍ତୁ ଘରକୁ ନ ଯାଇ ଏକ ଜଙ୍ଗଲ ରାସ୍ତାରେ ନେଇଯାଇ ବଳାତ୍କାର କରିବାକୁ ଟଣାଓଟରା କରିଥିଲେ। ନାବାଳିକା ଦୌଡ଼ି ଦୌଡି ନିଜ ଘରକୁ ଆସିଥିଲେ। ମା’ ବାପାଙ୍କ ନିକଟରେ ସବୁକଥା କହିବା ପରେ ରବିବାର ରାତ୍ରି ପାଟଣା ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ବପାଟଣା ଥାନାରେ ୩୦୮/୨୬ରେ ଏକ ମାମଲା ରୁଜ୍ଜୁ ହୋଉଥିବା ପାଟଣା ଥାନା ଅଧିକାରୀ କିରଣ ପ୍ରାସାଦ ସାହୁ କହିଛନ୍ତି।
Dharitri – Odisha’s No.1 Odia Daily

