ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ମୃତଦେହ ଚିହ୍ନଟ ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍ସ ଭୁବନେଶ୍ୱରକୁ ୧୬୨ମୃତ ଦେହ ଆସିଥିଲା। ୮୧ ମୃତଦେହକୁ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୧ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କେତେକ ମୃତଦେହର ଏକାଧିକ ଦାବିଦାର ଥିବାବେଳେ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ତେଣୁ ଡିଏନ୍ଏ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ଟି ନମୁନା ଦିଲ୍ଲୀ ପଠାଯାଇଥିବାବେଳେ ଶନିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଛି। ତେବେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ଓ ସଂରକ୍ଷଣ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦୁର୍ଘଟଣାର ୩୬ରୁ ୪୦ ଘଣ୍ଟା ପରେ ମୃତଦେହଗୁଡିକ ଏମ୍ସ ଶବ ସଂରକ୍ଷଣ ଗୃହକୁ ଆସିଥିଲା। ବିକୃତ ଭାବେ ଅନେକ ଶରୀର ଥିବାରୁ ସେଗୁଡିକ ପ୍ରଥମେ ଏମ୍ବାଲ୍ମ୍ବିଂ (ମୃତଦେହ ସଂରକ୍ଷଣ ପ୍ରକ୍ରିୟା) କରାଯାଇଥିଲା। ଶବ ଗୃହରେ ସ୍ଥାନାଭାବ ଯୋଗୁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇ ସେଥିରେ ମୃତଦେହକୁ ରଖାଯାଇଛି। ତେବେ ଜଣେ ବ୍ୟକ୍ତିର ମୃତଦେହ ମୃତ୍ୟୁର ୧୨ ଘଣ୍ଟା ଭିତରେ ଏମ୍ବାଲ୍ମ୍ବିଂ କରାଗଲେ ଏହାକୁ ବର୍ଷାଧିକ ସମୟ ରଖାଯାଇପାରିବ। ମାତ୍ର ବାହାନଗା ଟ୍ରେନ ଦୁର୍ଘଟଣାରେ ଆସିଥିବା ମୃତଦେହଗୁଡିକ ୪୦ ଘଣ୍ଟା ପରେ ଆସିଥିବାରୁ, ପୁଣି ତାହା ବିକୃତ ହୋଇଯାଇଥିବାରୁ କଣ୍ଟେନର ଫ୍ରିଜରରେ ଏଗୁଡିକୁ ଅଧିକ ଦିନ ରଖିବା ସମ୍ଭବ ନୁହେଁ। ତେଣୁ ମୃତଦେହ ଚିହ୍ନଟ ହୋଇ ନ ପାରିଲେ ଓ କେହି ଦାବିଦାର ନ ଆସିଲେ ତାହାକୁ ସତ୍କାର କରିଦିଆଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଡିଏନ୍ଏ ଟେଷ୍ଟ ରିପୋର୍ଟ ଦିନକରେ ପଠାଇବାକୁ ଏମ୍ସ ଦିଲ୍ଲୀକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଆସିବା ବିଳମ୍ବ ହେଉଛି। ଏନେଇ ଭୁବନେଶ୍ୱର ଏମ୍ସର ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ଏବେ ଏମ୍ସରେ ୮୧ଟି ମୃତଦେହ ରହିଛି। ଏହା ଭିତରୁ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ସେପଟେ ଏକାଧିକ ଲୋକ ମଧ୍ୟ ଗୋଟିଏ ମୃତଦେହର ଦାବିଦାର ରହିଛନ୍ତି। ସେଥିପାଇଁ ୭୦ଜଣ ଲୋକଙ୍କ ଡିଏନ୍ଏ ନମୁନା ସଂଗ୍ରହ ହୋଇଛି। ଆଉଦିନେ ଦୁଇଦିନ ଭିତରେ ସ୍ପଷ୍ଟ ରିପୋର୍ଟ ଆସିବ। ଦୁର୍ଘଟଣାରେ ଅଧିକ କ୍ଷତବିକ୍ଷତ ହୋଇଥିବା ମୃତଦେହଗୁଡିକ ଆଉ ୬ରୁ ୭ ଦିନ ସଂରକ୍ଷିତ ରଖାଯାଇପାରିବ। ତଥାପି ଅଧିକ ଦିନ ସଂରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ସ୍ଥିତିକୁ ଦେଖି ଦାବିଦାର ନ ଥିବା ମୃତଦେହକୁ ୪ରୁ ୫ ଦିନ ପରେ ନିୟମ ଅନୁସାରେ ସଂସ୍କାର କରି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


