Posted inଜାତୀୟ

ଅସହ୍ୟ ବୈବାହିକ ବିବାଦ: ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ, ୭।୪: ବେଙ୍ଗାଲୁରୁର ଗଣିଗରାହଲ୍ଲୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସୋମବାର ସଫ୍ଟଓ୍ବେର ଇଞ୍ଜିନିୟର ପ୍ରଶାନ୍ତ ନାୟାର(୪୦) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପ୍ରଶାନ୍ତଙ୍କ ବିବାହ ୧୨ ବର୍ଷ ତଳେ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର ପୂଜା ନାୟାରଙ୍କ ସହ ହୋଇଥିଲା। ପ୍ରଶାନ୍ତ ଓ ପୂଜାଙ୍କର ଜଣେ ୮ ବର୍ଷୀୟ ଝିଅ ମଧ୍ୟ ରହିଛନ୍ତି। ପୂର୍ବରୁ ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟରେ ପ୍ରଶାନ୍ତ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ଏକାଠି ରହୁଥିଲେ। ତେବେ ଅଧିକାଂଶ ସମୟ ପ୍ରଶାନ୍ତ ଓ ପୂଜାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ତେଣୁ ଉଭୟେ ଗତ ବର୍ଷେ ହେବ ଅଲଗା ରହିବା ସହ ପରସ୍ପରରକୁ ଛାଡ଼ପତ୍ର ଦେବା ପାଇଁ ଚିନ୍ତା କରୁଥିଲେ।

ରବିବାର ରାତିରେ ପ୍ରଶାନ୍ତଙ୍କ ବାପା ଏମ୍‌. ଏନ୍‌. କୁଟ୍ଟୀ ତାଙ୍କୁ ବାରମ୍ବାର କଲ୍‌ କରିଥିଲେ ମଧ୍ୟ ସେ କଲ୍‌ ଉଠାଇ ନ ଥିଲେ। ତେଣୁ ସନ୍ଦେହ ହେବାରୁ ପ୍ରଶାନ୍ତଙ୍କ ବାପା ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟକୁ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଜାଣିବାକୁ ପାଇଥିଲେ। ପ୍ରଶାନ୍ତଙ୍କ ଅସ୍ବଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି। ପୋଲିସ ଉକ୍ତ ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରଖିଛି। କେରଳର ମୂଳ ନିବାସୀ ପ୍ରଶାନ୍ତ ନିଜ ବୈବାହିକ ଜୀବନରେ ଚାଲିଥିବା ସମସ୍ୟା ଯୋଗୁ ଗତ କିଛିମାସ ହେବ ଭାବପ୍ରବଣ ଏବଂ ବିବ୍ରତ ରହୁଥିଲେ ବୋଲି ପୋଲିସ କହିଛି। ତେବେ ତାଙ୍କ ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri