ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା ଚିନ୍ତାର କାରଣ ପାଲଟିଛି। ଦିନ ହେଉ କି ରାତି ବିଦ୍ୟୁତ୍‌ କାଟ୍‌ ଲୋକମାନଙ୍କୁ ହନ୍ତସନ୍ତ କରିଛି । ଜାରକା ଅଞ୍ଚଳରେ ରବିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

ସେହି ସମୟରେ ସ୍ଥାନୀୟ ଯନ୍ତ୍ରୀଙ୍କୁ ଫୋନ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲାା କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡିଖୋଲଠାରେ ଥିବା ଓପିଟିସିଏଲର ୧୩୨/୩୩ ମେଗା ଭୋଲ୍ଟର ବିଦ୍ୟୁତ୍‌ ଉପକେନ୍ଦ୍ରରୁ ଜାରକା, ଆରୁହା, କବାଟବନ୍ଧ, କୁଣ୍ଡପାଟଣା ଆଦି ଅନେକ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ କରାଯାଉଛି।

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଲୋକମାନେ ବହୁଳ ପରିମାଣରେ ଏସି , ଫ୍ୟାନ୍‌,କୁଲର ବ୍ୟବହାର କରୁଛନ୍ତି। ଫଳରେ ଅତ୍ୟାଧିକ ଲୋଡ୍‌ କାରଣରୁ ଚଣ୍ଡିଖୋଲଠାରେ ଥିବା ବିଦ୍ୟୁତ୍‌ ଉପକେନ୍ଦ୍ରରୁ ବିଦ୍ୟୁତ୍‌ ଯୋଗାଣ ବାରମ୍ବାର ବିଚ୍ଛିନ୍ନ ହେଉଛି ା ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ ନ କାଟିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା କିନ୍ତୁ ଅତ୍ୟାଧିକ ଲୋଡ୍‌ ପାଇଁ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…

ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି...

ଥାନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍‌ପି

ଯାଜପୁର,୪।୧୨: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଝିଅ-ପୁଅ ମାମଲାର ଚାର୍ଜସିଟ ରିପୋର୍ଟକୁ ନେଇ ଥାନା ଭିତରେ ତୁମୁଳକାଣ୍ଡ...

ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ  ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କୁ….. 

ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ...

ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ...

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ...

ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍‌

ଯାଜପୁର,୨୩।୧୧: ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ   ବସ୍‌। ଏଥିରେ  ୪ ଜଣ ଗୁରୁତର...

ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…

ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ...

‘ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ’

ଭୁବନେଶ୍ୱର,୨୨ା୧୧: ୧ ୟୁନିଟ୍‌-୩ ନିକଟସ୍ଥ ସ୍କାଉଟ ଭବନ ପରିସରରେ ଶିଶୁ ସାହିତ୍ୟ ପତ୍ରିକା ମହକ ଭରା ‘ ବଉଳଫୁଲ’ ସାହିତ୍ୟ ସଂସଦର ୧୯ ତମ ବାର୍ଷିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri