ଜାରକା ବଜାରରେ ନକଲି ଡାକ୍ତର! ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି….

ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର କରାଯାଇଛି । ଏହି ଚମ୍ବାରକୁ ବିଭିନ୍ନ ବିଭାଗର ଡାକ୍ତରମାନେ ଆସି ରୋଗୀମାନଙ୍କୁ ଦେଖିଥାନ୍ତି । କିନ୍ତୁ ଏହି ଡାକ୍ତରମାନଙ୍କ ମଧ୍ୟରେ କିଛି ନକଲି ଡାକ୍ତର ରୋଗୀମାନଙ୍କ ଜୀବନ ସହ ଖେଳୁଥିବା ଆଲୋଚନା ହେଉଛି । ଯାହା ଦ୍ୱାରା ଅସଲି ଡାକ୍ତର ବଦନାମ ହେବା ସହ ରୋଗୀ ମଧ୍ୟ ନକଲି ଡାକ୍ତରମାନଙ୍କ ଶିକାର ହେଉଛନ୍ତି ।

ଷୋହଳ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜାରକା ଏକ ବ୍ୟବସାୟ ସ୍ଥଳୀ ଭାବେ ବେଶ୍ ପରିଚିତ। ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସହ ଘରୋଇ ହସ୍ପିଟାଲ୍, ବଡ଼ ବଡ଼ ଔଷଧ ଗୋଦାମ, ଔଷଧ ଦୋକାନ ଏବଂ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ଅନେକ ସେଣ୍ଟର ଗଢ଼ି ଉଠିଛି । ସବୁଠାରୁ ବଡ଼କଥା ଏହା ମଧ୍ୟରୁ କିଛି ଔଷଧ ଦୋକାନ ଏବଂ ପରୀକ୍ଷା ନିରୀକ୍ଷା କରିବା ସେଣ୍ଟର ଗୁଡ଼ିକ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ରୋଗୀ ଦେଖିବା ନିମନ୍ତେ ଡାକ୍ତରଙ୍କୁ ଡକାଇ ଥାଆନ୍ତି । ଏକ ଚାମ୍ବର କରି ନାମୀଦାମୀ ହସ୍ପିଟାଲର ଫଳକ ମାରି ନକଲି ଡାକ୍ତର ଭାବେ ରୋଗୀ ଦେଖୁଛନ୍ତି । ଏହି ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ କିଛି ଜଣ ନକଲି ଡାକ୍ତର ନିଜକୁ ଆତ୍ମଘୋଷିତ ଡାକ୍ତର କହି ଲୋକଙ୍କୁ ଭୁଆଁ ବୁଲାଇ ବେସ୍‌ ଫାଇଦା ଉଠାଉଥିବା ବିଶେଷ ସୂତ୍ର ରୁ ଜଣା ପଡ଼ିଛି। ଯାହା ଫଳରେ ରୋଗୀ ମାନେ ହଇରାଣ ହରକତ ହେଉଥିବା ବେଳେ ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି।

କେହି ଯଦି ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ତାକୁ ଚପାଇ ଦିଆଯାଉଛି । ଏହି ଭଳି ଅନେକ ଅଘଟଣ ଜାରକା ଅଞ୍ଚଳରେ ହୋଇ ଥିଲେ ବି ଘଟଣା ସର୍ବ ସମ୍ମୁଖ କୁ ଆସି ପାରିନାହିଁ। ତେବେ ପ୍ରଶାସନ ଏକ ପ୍ରକାର ନୀରବ ଦ୍ରଷ୍ଟା ପାଲଟିଯାଇଛି। କିଛି ସ୍ଥାନରେ ଅଘଟଣ ଓ ଅଭିଯୋଗ ପରେ ପ୍ରଶାସନ ପହଞ୍ଚି ତଦନ୍ତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କେବେ ଅଚାନକ ଚଢ଼ାଉ କରା ଯାଉନାହିଁ । ଧର୍ମଶାଳା, କାଏମା, ନରସିଂହପୁର, ଆରୁହା, ମିର୍ଜାପୁର, କୋତପୁର ଭଳି ବିଭିନ୍ନ ଜନ ବସତି ସ୍ଥାନମାନଙ୍କରେ ଥିବା ଛକ ଉପରେ ଅନେକ ଔଷଧ ଦୋକାନ ରହିଛି। ସେଥି ମଧ୍ୟରୁ ଅନେକ ଔଷଧ ଦୋକାନ ଗୁଡ଼ିକରେ ବିଭିନ୍ନ ବିଭାଗର ଡାକ୍ତର ରୋଗୀମାନଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏହା ଉପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ସହ ଆସୁଥିବା ଡାକ୍ତରମାନେ ଅସଲି କି ନକଲି ତାହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri