ଅଘୋଷିତ ବିଜୁଳି କାଟ୍‌ ବଢୁଛି

ରସୁଲପୁର,୧୨ା୬(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ବିଦ୍ୟୁତ୍‌ ଖଣ୍ଡ ଅଧୀନରେ ଅଘୋଷିତ ବିଜୁଳି କାଟ୍‌ ବଢ଼ିଥିବା ଅଭିଯୋଗ ହେଉଛି। ବାରମ୍ବାର ବିଜୁଳି କାଟ୍‌ ଯୋଗୁ ଅସହ୍ୟ ଗରମଗୁଳୁଗୁଳିରେ ଉପଭୋକ୍ତା ଛଟପଟ ହେଉଛନ୍ତି। ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରସୁଲପୁର ବ୍ଲକ ଅଞ୍ଚଳ ଗସ୍ତ କରିବା ପରେ ବିଜୁଳି କାଟ୍‌ ମାତ୍ର ବଢ଼ିଛି ବୋଲି ଉପଭୋକ୍ତା କମିଟିଗୁଡ଼ିକ ଅଭିଯୋଗ କରିଛନ୍ତି।
ମନ୍ତ୍ରୀଙ୍କ ବୟାନ ବିଦ୍ୟୁତ୍‌ ବିଭାଗର ତ୍ରୁଟି ବିଚ୍ୟୁତିକୁ ଘୋଡ଼ାଇବା ପାଇଁ ଢାଲ ସାଜୁଛି। ସେଥିପାଇଁ ତାଙ୍କ ଗସ୍ତ ପରେ କୁଆଖିଆ ବିଦ୍ୟୁତ୍‌ ଖଣ୍ଡ ଅଞ୍ଚଳରେ ବିଜୁଳି କାଟ ମାତ୍ର ବଢ଼ିଯାଇଛି ବୋଲି ଗ୍ରାମାଞ୍ଚଳ ବିଦ୍ୟୁତ୍‌ ଉପଭୋକ୍ତା ମଞ୍ଚ ସଭାପତି ନାରାୟଣ ଜେନା ଅଭିଯୋଗ କରିଛନ୍ତି। ତେବେ ଏ ଦିଗରେ ବିଦ୍ୟୁତ୍‌ ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କଠାରୁ ଭିନ୍ନ ପ୍ରତିକ୍ରିୟା ମିଳିଛି। ବିଜୁଳି କାଟ୍‌କୁ ନେଇ କେତେବେଳେ ୩୩ କେ.ଭି. ଲାଇନ ଉପରେ ଦୋଷ ଦିଆଯାଉଛି ତ ଆଉ କତେବେଳେ ଲାଇନ ଟ୍ରିପ କରିଯାଉଥିବା ଆଳ ଦେଖାଯାଉଛି। ବାରମ୍ବାର ବିଜୁଳି କାଟ୍‌ ପଛରେ ବିଭାଗୀୟ ଅଭିସନ୍ଧି ରହୁଛି ବୋଲି ଅଭିଯୋଗ ହେଉଛି ମଧ୍ୟ। କମ୍‌ ବିଜୁଳି ବିନିଯୋଗ କରି ଉପଭୋକ୍ତାଙ୍କ ଉପରେ ଅଧିକ ୟୁନିଟ୍‌ ଚାପ ପକାଇବା ପାଇଁ ବାରମ୍ବାର ବିଜୁଳି କାଟ ଏକ ମନୁଷ୍ୟକୃତ ତ୍ରୁଟି ବୋଲି ବିଦ୍ୟୁତ୍‌ ଉପୋଭକ୍ତା କମିଟି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି। ଯଦିଓ ଏହିଭଳି ଅଭିଯୋଗକୁ ବିଭାଗୀୟ ଅଧିକାରୀମାନେ ଖଣ୍ଡନ କରୁଛନ୍ତି, ହେଲେ ବିଭାଗୀୟ ଅଧିକାରୀଙ୍କ ସଫେଇ ଉପଭୋକ୍ତା କମିଟି କାର୍ଯ୍ୟକର୍ତ୍ତାଙ୍କ ମନକୁ ବୁଝାଇବାରେ ବିଫଳ ହେଉଛି।
ସୂଚନା ମୁତାବକ, ଗତ ଗୁରୁବାର କୁଆଖିଆ ବିଦ୍ୟୁତ୍‌ ଖଣ୍ଡ ଅଧୀନ ବ୍ରହ୍ମବରଦା ସେକ୍ସନରେ ୩୩/୧୧କେ.ଭିର ଏକ ବିଦ୍ୟୁତ ଷ୍ଟ୍ରକଚର ଉଦ୍‌ଘାଟନ କରାଯାଇଛି। ଶକ୍ତିମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ପରେ ସେ ବ୍ରହ୍ମବରଦା କଲେଜରେ ଆୟୋଜିତ ଏକ ସଭାରେ କହିଥିଲେ, ଲୋକଙ୍କ ବିଜୁଳି ଆବଶ୍ୟକତା ବହୁଗୁଣ ବଢ଼ିଯାଇଛି। ପୁରୁଣା ଭିତ୍ତିଭୂମି ଉପରେ ଅଧିକ ଲୋଡ୍‌ ପଡୁଥିବାରୁ ଲାଇନ ଟ୍ରିପ ହୋଇ ବିଜୁଳି ସରବାରହରେ ବାଧା ଉପୁଜୁଛି। ଏହାକୁ ବିଜୁଳି କାଟ୍‌ ବୋଲି କୁହାଯାଇ ପାରିବନାହିଁ। ସେ ଏକ ତୁଳନାତ୍ମକ ଚିତ୍ର ଦେଇ କହିଥିଲେ, ୨୦୧୬ରେ ରାଜ୍ୟରେ ୧୬ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ଥିଲେ। ଏବେ ସେହି ସଂଖ୍ୟା ୧ କୋଟିରୁ ଊର୍ଦ୍ଧ୍ୱକୁ ବଢ଼ିଯାଇଛି। ପୂର୍ବ ଅପେକ୍ଷା ବିଜୁଳି ଆବଶ୍ୟକତା ବହୁ ଅଧିକ ରହୁଛି। ଓଭର ଲୋଡିଂ ଯୋଗୁ ବିଜୁଳି କଟିଯାଉଛି। ଏହାକୁ ବିଜୁଳି କାଟ୍‌ କୁହାଯିବ ନାହିଁ ବୋଲି ମନ୍ତ୍ରୀ ସଫେଇ ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ବିବୃତି ବିଦ୍ୟୁତ୍‌ ବିଭାଗକୁ ଗୋଳିଆ ପାଣି ଶୁହାଇଲା ଭଳିମନେ ହେଉଛି। ମନ୍ତ୍ରୀଙ୍କ ବିବୃତିକୁ ନେଇ ଗ୍ରାମାଞ୍ଚଳ ବିଦ୍ୟୁତ୍‌ ଉପୋଭକ୍ତା ମଞ୍ଚ ସଭାପତି ଜେନା ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ବିଜୁଳି ସରବରାହ ଅନୁସାରେ ଆବଶ୍ୟକ ସୁଦୃଢ଼ ଭିତ୍ତିଭୂମି ଅସଜଡ଼ା ରହିଛି ବୋଲି ସରକାର ସ୍ବୀକାର କରୁଛନ୍ତି। ୧ ଏପ୍ରିଲ, ୨୦୨୧ରେ ରାଜ୍ୟ ସରକାର ଟାଟା ପାୱାରକୁ ବିଦ୍ୟୁତ୍‌ ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ଭିତ୍ତିଭୂମି ସଜାଡ଼ିବାରେ କମ୍‌ ଗୁରୁତ୍ୱ ଦିଆଯାଇ ବକେୟା ଆଦାୟ ଆଳରେ ଗ୍ରାହକଙ୍କୁ ଶୋଷଣ କରାଯାଉଛି। ଏହାରି ଭିତରେ ୨ବର୍ଷରୁ ଊର୍ଦ୍ଧ୍ୱ କାଳ ଅତିବାହିତ ହୋଇସାରିଲାଣି। କମ୍ପାନୀ ପକ୍ଷରୁ ଗ୍ରାହକଙ୍କଠାରୁ କେତେ ଟଙ୍କା ଆଦାୟ କଲେଣି ଓ ଆଦାୟ ଅର୍ଥରୁ କେତେ ଉପଭୋକ୍ତାଙ୍କ ହିତରେ ଖର୍ଚ୍ଚ କଲେଣି ତା’ର ହିସାବ ସରକାର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସରକାର କମ୍ପାନୀ କାର୍ଯ୍ୟକୁ ତଦାରଖ କରୁନାହାନ୍ତି। ଶୁଳ୍କ ବାବଦରେ ବିପୁଳ ଟଙ୍କା ଆଦାୟ କରି ଉପଭୋକ୍ତାଙ୍କ ସମସ୍ୟାକୁ ଅଣଦେଖା କରୁଥିବା କମ୍ପାନୀକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ବାରମ୍ବାର ବିଦ୍ୟୁତ କାଟ୍‌ କରି ୟୁନିଟ ବଢ଼ାଇ ଉଭଭୋକ୍ତାଙ୍କୁ ଆର୍ଥତ୍କ ଶୋଷଣ କରିବାକୁ ସରକାର ଓ କମ୍ପାନୀ ମଧ୍ୟରେ ଭିତ୍ତିରି ବୁଝାବଣା ହୋଇଛି ବୋଲି ସେ ମତ ରଖିଛନ୍ତି। ବିଦ୍ୟୁତ୍‌ ସେବାରେ ଉପୁଜିଥିବା ବାଧାରେ ସୁଧାର ନ ଆସିଲେ ଉପଭୋକ୍ତା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?