ଆଶ୍ରୟ ଦେଇପାରୁନି ‘ଆଶ୍ରୟ’ ଯୋଜନା

ଅନୁଗୋଳ ଅଫିସ, ୨୯ା୭

ସହରକୁ ଆସି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ସ୍ବଳ୍ପ ଦେୟରେ ସାମୟିକ ରାତ୍ରି ରହଣିର ସୁବିଧା ଦେବାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଆଶ୍ରୟ’ ଯୋଜନା ଅନୁଗୋଳ ଜିଲାରେ ଏଯାଏ ସଫଳତା ପାଇପାରି ନାହିଁ। ଏଥିରେ ସାମିଲ ହୋଇଥିବା ଜିଲାର ଅନୁଗୋଳ ଓ ତାଳଚେର ପୌରପାଳିକାରେ ଏହି ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ପ୍ରବାସୀ ନିର୍ମାଣ ଶ୍ରମିକମାନେ କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ବସ୍‌ଷ୍ଟପ୍‌ରେ ଶୋଇବାକୁ ବାଧ୍ୟ ହେଉଛନ୍ତି।
ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ଅଧିକ ସୁବିଧା ଦେବାକୁ ୨୦୧୮ ମସିହାରୁ ରାଜ୍ୟ ସରକାର ଆଶ୍ରୟ ଯୋଜନାରେ ସେଲଟର ଫର ଅରବାନ୍‌ ହୋମ୍‌ ଲେସ୍‌ (ରାତ୍ରି ଆଶ୍ରୟସ୍ଥଳୀ) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୫ଟି ପୌରପାଳିକାରେ ଏଭଳି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହି ଯୋଜନାରେ ଅନୁଗୋଳ ଓ ତାଳଚେର ପୌରପାଳିକାକୁ ୪୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ଆସିଥିଲା। ଉକ୍ତ ଅର୍ଥ ନିଅଣ୍ଟ ପଡ଼ୁଥିଲେ ବି ତାଳଚେର ପୌରପାଳିକା ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ଯେନତେନ ପ୍ରକାର ୫୦ ଶଯ୍ୟା ବିଶିଷ୍ଟ ଏହି ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟ ନିକଟରେ ଶେଷ କରାଯାଇଛି। କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରାଯାଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହିପରି ଅନୁଗୋଳ ପୌରପାଳିକା ପକ୍ଷରୁ ଇକୋ ପାର୍କ ନିକଟରେ ରାତ୍ରି ଆଶ୍ରୟସ୍ଥଳୀ ନିର୍ମାଣ ପାଣ୍ଠି ଅଭାବରୁ ଶେଷ ହୋଇପାରୁନାହିଁ। ସରକାରଙ୍କୁ ଅଧିକ ଟଙ୍କା ମଗାଯାଇଛି। ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି। ନିର୍ମାଣ ଶେଷ ପରେ ପୌରପାଳିକା ପକ୍ଷରୁ ଉକ୍ତ ଆଶ୍ରୟସ୍ଥଳୀକୁ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ। ଗୋଷ୍ଠୀ ପକ୍ଷରୁ ଏହାକୁ ଲିଜ୍‌ ଆକାରରେ ନିଆଯିବା ସହ ରକ୍ଷଣାବେକ୍ଷଣ କରାଯିବ। ଏହି ରାତ୍ରି ଆଶ୍ରୟସ୍ଥଳୀରେ ଯେଉଁ ପ୍ରବାସୀ ନିର୍ମାଣ ଶ୍ରମିକମାନେ ରାତ୍ରି ଯାପନ କରିବେ ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ହେବ ସେ ନେଇ ନିଷ୍ପତ୍ତି ହୋଇନାହିଁ। ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ନିର୍ମାଣ ସରିଛି, ହସ୍ତାନ୍ତର ହୋଇନି
ରାତ୍ରି ଆଶ୍ରୟସ୍ଥଳୀ କାର୍ଯ୍ୟ ଶେଷ ହୋଇଛି। ଅର୍ଥ ନିଅଣ୍ଟ ପଡ଼ିଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏଯାଏ କାହାକୁ ହସ୍ତାନ୍ତର କରାଯାଇ ନାହିଁ। ନିୟମାନୁଯାୟୀ ଟେଣ୍ଡର କରାଯାଇ ସ୍ବୟଂସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ।
– ଅତସି ପରିଡ଼ା, ପୌର ନିର୍ବାହୀ ଅଧିକାରୀ,
ତାଳଚେର ପୌରପାଳିକା
ଅର୍ଥ ଅଭାବରୁ ଶେଷ ହୋଇନାହିଁ
ଖାଲୁଆ ସ୍ଥାନକୁ ପୋତାଯାଇ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଥିବାରୁ ଅର୍ଥ ନିଅଣ୍ଟ ପଡ଼ିଛି। ସରକାରଙ୍କୁ ଅଧିକ ୧୫ ଲକ୍ଷ ଟଙ୍କା ମଗାଯାଇଛି। ଉକ୍ତ ଅର୍ଥ ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରିବାର ବନ୍ଦୋବସ୍ତ କରାଯିବ।
– ବିନୋଦ ଚନ୍ଦ୍ର ପଣ୍ଡା, ନିର୍ବାହୀ ଅଧିକାରୀ,
ଅନୁଗୋଳ ପୌରପାଳିକା
ରାତ୍ରି ଆଶ୍ରୟସ୍ଥଳୀ ହେଲେ ଆଉ ଭୟ ରହିବ ନାହିଁ
ଜିଲାର ବିଭିନ୍ନ ସ୍ଥାନକୁ କାମ କରିବାକୁ ଯାଉଥିବାରୁ କେତେବେଳେ ଘରକୁ ଫେରୁ ତ ଆଉ କେତେବେଳେ କେଉଁଠି ରହିଯାଉ। ଏଥିପାଇଁ ମନରେ ଭୟ ରହିଥାଏ। ଅନୁଗୋଳରେ ରାତ୍ରି ଆଶ୍ରୟସ୍ଥଳୀ ମିଳିଗଲେ ସେ ଭୟ ଆଉ ରହନ୍ତା ନାହିଁ।
– ହାଡ଼ିଆ ପ୍ରଧାନ, ଗରୁଡ଼ୁ, ବଇଣ୍ଡା
କାମ ସରିଲେ ରହିବା ଚିନ୍ତା ବଢ଼େ
ଢେଙ୍କାନାଳରୁ ଦୈନିକ ଅନୁଗୋଳ ଆସି କାମ କରୁଛି। ବେଳେ ବେଳେ ଫେରି ନ ପାରି ରାତିରେ ଏଠି ସେଠି ଶୋଇପଡ଼ୁଛି। ସରକାରଙ୍କ ପକ୍ଷରୁ ରାତି ଆଶ୍ରୟସ୍ଥଳୀର ବ୍ୟବସ୍ଥା ହୋଇପାରିଲେ ମୁଣ୍ଡ ଗୁଞ୍ଜିବା ଚିନ୍ତା ରହନ୍ତା ନାହିଁ।
– ଘାସିରାମ ସାମଲ, ଠୋକର, ହିନ୍ଦୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri