ଜିଲାର ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ,୪।୨: ରବି ଫସଲ ପାଇଁ ଚଳିତ ବର୍ଷ କେନାଲରେ ପାଣି ଛଡା ଯିବ ନାହିଁ। ଜଳ ସମ୍ପଦର ଏହି ନିଷ୍ପତ୍ତିକୁ କେନ୍ଦ୍ରାପଡ଼ା ଜିଲାର ଚାଷୀ ବିରୋଧ କରିଛନ୍ତି। ଏ ନେଇ ଏଡିଏମ୍‌ଙ୍କୁ ଗୁରୁବାର ଦାବିପତ୍ର ଦିଆଯାଇଛି। ଅପରପକ୍ଷରେ ଜଳ ପରିଚାଳନା ସମସ୍ୟା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ପ୍ରଶ୍ନ ହେଉଛି। ଏ ସମ୍ପର୍କରେ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡା, କୃଷକ ନେତା ଗୟାଧର ଧଳ କୁହନ୍ତି, ନିର୍ବାଚନ ସମୟ ଆସିଲେ ରାଜନେତାଙ୍କର ଚାଷୀଙ୍କ ସମସ୍ୟାଗୁଡିକ ମନେପଡେ। ନିର୍ବାଚନ ପ୍ରକ୍ରିୟା ଶେଷ ପରେ ସବୁ କିଛି ଭୁଲି ଯାଆନ୍ତ। ଜିଲାର ୩୬,୦୩୮ ହେକ୍ଟର ଉଚ୍ଚ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ। ସେହିପରି ୭୦,୩୩୩ ହେକ୍ଟରିରେ ଜଳ ନିଷ୍କାସନ ସମସ୍ୟା ହୋଇଛି। ଚାଷୋପଯୋଗୀ ୭୫,୮୧୮ ହେକ୍ଟର ମଧ୍ୟମ ଜମି ରୁ ୬୫,୦୩୨ ହେକ୍ଟର ଜମି ଜଳସେଚିତ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ବାସ୍ତବିକ ତଥ୍ୟ ଭିନ୍ନ। ଜିଲାର ୯ ବ୍ଲକ ମଧ୍ୟରୁ ଆଳି, ରାଜନଗର ଓ ରାଜକନିକାରେ ଆଦୌ କେନାଲ ନାହିଁ। ପ୍ରତି ବ୍ଲକର ଅତିକମରେ ୩୫ ପ୍ରତିଶତ କ୍ଷେତକୁ ଜଳ ଯୋଗାଣ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବାର ଦୀର୍ଘଦିନ ବିତିଥିଲେ ମଧ୍ୟ ଏହା ଉପରୋକ୍ତ ବ୍ଲକଗୁଡିକରେ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଯୁବବର୍ଗ ଚାଷ ଛାଡି କର୍ମନିଯୁକ୍ତି ପାଇଁ ବିଦେଶମୁହଁା ହେଉଛନ୍ତି।
ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ଏ ନେଇ କୃଷି ବିଭାଗ ପକ୍ଷରୁ ଏକ ତଥ୍ୟ ମିଳିଛି। ଏହି ତଥ୍ୟ ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୨୮,୦୭୦ ହେକ୍ଟର ଚାଷ ଜମି ଥିବା ବେଳେ ମାତ୍ର ୬,୮୨୩ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି। ଅର୍ଥାତ୍‌ ୨୪.୩୧ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜନଗରର ମୋଟ ୨୫,୮୯୫ ହେକ୍ଟର ଜମିରୁ ମାତ୍ର ୧୯.୧୬ ପ୍ରତିଶତ ଜମି ଜଳସେଚିତ। ସେହିପରି ରାଜକନିକା ବ୍ଲକ ଅଞ୍ଚଳରେ ୩୩.୬୨ ପ୍ରତିଶତ କ୍ଷେତକୁ ଉଠା ଜଳସେଚନ ଓ ଅନ୍ୟାନ୍ୟ ଉତ୍ସ୍ୟରୁ ଜଳ ମିଳୁଛି। ଜିଲାରେ ୧,୧୧୪ଟି ଲିଫ୍ଟ ଇରିଗେଶନ ଓ ୩,୦୬୩ଟି ସୋଲୋ ଟିଉବ୍‌ୱେଲ ମାଧ୍ୟମରେ ମୋଟ ୩୦,୬୮୧ ହେକ୍ଟରକୁ ଜଳସେଚନ ହେଉଥିବା ଏହି ତଥ୍ୟରେ ଉଲ୍ଲେଖ ରହିଛି। ଅନ୍ୟାନ୍ୟ ଉତ୍ସରୁ ମାତ୍ର ୧୦,୬୨୪ ହେକ୍ଟର ଚାଷ ଜମିକୁ ପାଣି ମିଳୁଥିବା ଦର୍ଶାଯାଇଛି। ତେବେ ତୃଣମୂଳରେ ଏହାର ତନଖି କଲେ ଏହି ତଥ୍ୟ ଅବାସ୍ତବ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ବାନାମ୍ବର ସାହୁ କହିଛନ୍ତି, ଉଠା ଜଳସେଚନ ବିଭାଗ ପକ୍ଷରୁ ଗଠନ ହୋଇଥିବା ପାଣି ପଞ୍ଚାୟତ ଏବେ ପ୍ରହସନ ପାଲଟିଛି। କେତେକ ପାଣି ପଞ୍ଚାୟତରେ ସଭ୍ୟାସଭ୍ୟଙ୍କ ଅଜାଣତରେ କର୍ମକର୍ତ୍ତାମାନେ ସରକାରୀ ଅନୁଦାନକୁ ଠିକାଦାରି ଆଳରେ ଆତ୍ମସାତ କରୁଛନ୍ତି। ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉନାହିଁ। ଗୋବରୀ, ଜମ୍ବୁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲ ଆଦିରେ ବିଲାତି ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ଜଳ ପହଞ୍ଚି ପାରୁନାହିଁ। ପ୍ରତିବର୍ଷ ବନ୍ୟା ସମୟରେ ଉପାନ୍ତ ଅଞ୍ଚଳର ୫୫ ପଞ୍ଚାୟତରେ ଚାଷ ନଷ୍ଟ ହେଉଛି। ଜଳ ନିଷ୍କାସନ ଓ ଜଳସେଚନ ପାଇଁ ଆବଶ୍ୟକ ଜଳର ଅଭାବ ଚାଷୀଙ୍କୁ ଚାଷରୁ ନିବୃତ୍ତ କରୁଛି। ବିଭିନ୍ନ ନଦୀ ଓ ନାଳରେ ବ୍ୟାରେଜ ଓ କ୍ରିକ୍‌ ବନ୍ଧ ଦ୍ୱାରା ମଧୁର ଜଳ ଅଟକାଇ କ୍ଷେତକୁ ଜଳସେଚନ ହୋଇପାରନ୍ତା। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେନାଲର ଉନ୍ନତୀକରଣ ସହ କ୍ରିକ୍‌ ବନ୍ଧ ନିର୍ମାଣ କରାଯାଉଛି। ଆଗକୁ ନଦୀରେ ବ୍ୟାରେଜ ଓ ଅଧିକ କ୍ରିକ୍‌ ବନ୍ଧ ନିର୍ମାଣ ଯୋଜନା ରହିଛି। ଏଥିପାଇଁ କେନାଲରେ ଜଳ ଛଡା ଯାଉ ନ ଥିବା ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri