ଯାଜପୁର ଅଫିସ,୪ା୨: ଯାଜପୁର ସଦର ବ୍ଲକ୍‌ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ଭାସ୍କର ଜେନା ନିଜର ଅସୁସ୍ଥତା ଦର୍ଶାଇ ନିର୍ବାଚନରୁ ଓହରିଯିବା ପରେ ସେଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି । ବିଜେଡିରୁ ପ୍ରେମାନନ୍ଦ ଜେନା ଓ କଂଗ୍ରେସରୁ ଜଗତ କେତକୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଜପା ଜିଲା ସଭାପତି ଗୌତମ ରାୟଙ୍କ ଗଡ଼ରେ ଭାଜପା ହାତଟେକି ଦେଇ ପରାଜୟକୁ ସ୍ବୀକାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଜେଡିର ମାଷ୍ଟର ଷ୍ଟ୍ରୋକ୍‌ରେ ଭାଜପା ଅସହାୟ ପ୍ରକାଶ କରିଛି। ଏହାର ପ୍ରଭାବ ଭାଜପା ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।
ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ପ୍ରମୁଖ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଦେଇଛନ୍ତି। କେବଳ ଯାଜପୁର ବ୍ଲକ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ନାହାନ୍ତି। ଏହି ଜୋନ୍‌ଟି ବିଜେଡି ପାଇଁ ଚିନ୍ତାର କାରଣ ଥିଲା ବୋଲି ଶୁଣିବାକୁ ମିଳିଥିଲା। ଜଣେ ଦକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଏହି ଜୋନ୍‌ ଭାଜପା ହାତକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ବିଜେଡିର ଚାଲ୍‌ରେ ଭାଜପା ପ୍ରାର୍ଥୀ ଜେନା ନିର୍ବାଚନରୁ ଓହରିଯାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୨୦୧୭ରେ ଗୌତମ ରାୟଙ୍କ ନେତୃତ୍ୱରେ ଭାଜପା ଜିଲାରେ ୬ ଜିଲା ପରିଷଦ ଆସନ ହାତେଇଥିଲା। ଅନ୍ୟ କେତେକ ଆସନରେ ଭାଜପା କଡା ଟକ୍କର ଦେଇଥିଲା। କଂଗ୍ରେସକୁ ପଛକୁ ଠେଲିଦେଇ ଦ୍ୱିତୀୟ ଦଳ ଭାବେ ଜିଲାରେ ଭାଜପା ଉଭା ହୋଇଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଭାଜପାର ଭୋଟହାର ବୃଦ୍ଧି ଘଟି ୪୦.୫%ରେ ପହଞ୍ଚି ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାଜପାର ୫ ବିଜୟୀ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିଥିଲେ। ଏପରିକି ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ବିଜେଡିକୁ ଚାଲିଯାଇଥିଲେ। ଭାଜପା ଜିଲା ସଭାପତିଙ୍କ ନେତୃତ୍ୱର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳର କେତେଜଣ ନେତା ପ୍ରକାଶ କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଭାଜପାର ଭୋଟହାର ପୂର୍ବ ନିର୍ବାଚନ ଅପେକ୍ଷା ପ୍ରାୟ ୩ ଗୁଣ ବୃଦ୍ଧି ଘଟିଥିଲା। ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଅନ୍ୟପକ୍ଷେ ବିଜେଡିର ୨୮,୮୭୪ ଭୋଟ ଓ କଂଗ୍ରେସର ୬୨,୦୫୦ ଭୋଟ ହ୍ରାସ ପାଇଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବୃଦ୍ଧି ସେତେବେଳେ ବିଜେଡି ଶିବିରକୁ ଅସ୍ଥିର କରିଥିଲା। ଧର୍ମଶାଳା ବ୍ଲକରେ ବିଜେଡିକୁ ୭୫,୪୦୧ ଓ ଭାଜପାକୁ ୩୭,୯୪୪ ଭୋଟ ଓ କଂଗ୍ରେସକୁ ୧୬,୪୭୭ ଭୋଟ ମିଳିଥିଲା। ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦,୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮, ଯାଜପୁର ବ୍ଲକରେ ବିଜେଡି ୫୪,୯୧୨ ଓ ଭାଜପାକୁ ୨୭,୭୧୧ ଭୋଟ ମିଳିଥିଲା। ବିଞ୍ଝାରପୁର ବ୍ଲକରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ ମିଳିଥିଲା। କୋରେଇ ବ୍ଲକରେ ବିଜେଡି ୪୫୦୪୧, ଭାଜପା ୨୭,୬୪୨ ଓ କଂଗ୍ରେସକୁ ୨୦୯୩୩ ଭୋଟ ମିଳିଥିଲା। ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ ପାଇଥିଲା। ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ଏଠାରେ ଭାଜପାର ଭୋଟହାର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଘଟିଥିଲା। ତେବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ଭାଜପା ସେତେଟା ସଫଳତା ପାଇପାରି ନ ଥିଲା। ସୁକିନ୍ଦା ବ୍ଲକରେ ବିଜେଡିକୁ ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସ ୨୦,୨୩୩ ଭୋଟ ପାଇଥିଲା। ଦାନଗଦିରେ ମଧ୍ୟ ଭାଜପା ମାତ୍ର ୬୪୧୮ ଭୋଟ ପାଇଥିବାବେଳେ ବିଜେଡି ୩୫,୬୬୩ ଓ କଂଗ୍ରେସ ୨୭,୫୦୧ ଭୋଟ ପାଇଥିଲା। ବଡଚଣାରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା। ଏହି ଆକଳନ ଚଳିତ ନିର୍ବାଚନରେ ନିଶ୍ଚିତ ଭାବେ ପଟ ପରିବର୍ତ୍ତନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଭାଜପା ଦ୍ୱିତୀୟ ଦଳ ମାନ୍ୟତା ପାଇଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ ଓହରିଯିବା ଭାଜପା ପାଇଁ ଶୁଭଙ୍କର ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଭାଜପା ଜିଲା ସଭାପତି ଗୌତମ ରାୟ ଏହାକୁ ଅସ୍ବୀକାର କରିଛନ୍ତି। ଭାଜପାର ଭୋଟର ଏବେ ବି ସୁରକ୍ଷିତ ରହିଛନ୍ତି। ୨୯ ନମ୍ବର ଜୋନ୍‌ରେ ଜାଣିଶୁଣି କେହି ଓହରି ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri