ହୁଟି ଦଖଲରେ ଜାତିସଂଘ ଅଫିସ୍‌

କାଇରୋ/ଜେରୁଜେଲମ୍‌,୧୪ା୮: ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀମାନେ ୟେମେନ ରାଜଧାନୀ ସାନାସ୍ଥିତ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟରେ ଆକ୍ରମଣ କରିଛନ୍ତି। ସେମାନେ ମାନବାଧିକାର ଅଫିସ୍‌ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଏବଂ ଆସବାବପତ୍ର ସମେତ ଗାଡ଼ିଗୁଡ଼ିକୁ ନେଇଯିବା ସହ କାର୍ଯ୍ୟାଳୟକୁ କବ୍‌ଜା କରି ରଖିଥିବା ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତିସଂଘ, ସହାୟତା ପ୍ରଦାନକାରୀ ସଂସ୍ଥା ଏବଂ ବିଦେଶୀ ଦୂତାବାସଗୁଡ଼ିକରେ କାର୍ଯ୍ୟରତ ଲୋକମାନଙ୍କୁ ହୁଟି ଟାର୍ଗେଟ କରିଆସୁଛି।
ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ଟୁର୍କଙ୍କ ସୂଚନା ଅନୁଯାୟୀ, ଗତ ୩ ତାରିଖରେ ହୁଟି ବିଦ୍ରୋହୀ ସାନାସ୍ଥିତ ମାନବାଧିକାର ଅଫିସ ପରିସରରେ ପଶିଥିଲେ। ଭୟରେ କର୍ମଚାରୀମାନେ ସମସ୍ତ ଦସ୍ତାବିଜ, ଆସବାବପତ୍ର ଓ ଗାଡ଼ି ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ସାମଗ୍ରୀଗୁଡ଼ିକୁ ଫେରାଇବା ସହ ଅଫିସ ଛାଡ଼ି ଚାଲିଯିବା ପାଇଁ ଟୁର୍କ ଅନୁରୋଧ କରିଥିଲେ ମଧ୍ୟ ହୁଟି ପକ୍ଷରୁ କୌଣସି ଜବାବ ମିଳିନାହିଁ। ଏହି ଘଟଣା ପରେ ସାନା ସମେତ ୟେମେନ୍‌ର ଅନ୍ୟ ସ୍ଥାନରେ ଥିବା ଜାତିସଂଘ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଗତ ଜୁନ୍‌ରେ ହୁଟି ଆତଙ୍କବାଦୀମାନେ ଜାତିସଂଘ ସମେତ କେତେକ ଏନ୍‌ଜିଓରେ କାର୍ଯ୍ୟରତ ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଆମେରିକା-ଇସ୍ରାଏଲ୍‌ ଗୁପ୍ତଚର ନେଟ୍‌ଓ୍ବର୍କ ସହ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରାଯାଇଥିବା ହୁଟି ପକ୍ଷରୁ କୁହାଯାଇଥିଲା।
ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ଲୋହିତ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ହୁଟି ଆକଙ୍କବାଦୀ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଭୋର ସମୟରେ ମଧ୍ୟ ସେମାନେ ଲୋହିତ ସାଗର ଦକ୍ଷିଣ ଭାଗରେ ଏକ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଗତ ମାସରେ ହମାସ୍‌ର ରାଜନୈତିକ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ହତ୍ୟାର ପ୍ରତିଶୋଧ ସ୍ବରୂପ ଇରାନ ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଲୋହିତ ସାଗର ଦେଇ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବାର୍ଷିକ ୧ ଟ୍ରିଲିୟନ ଡଲାର ମୂଲ୍ୟର ମାଲ୍‌ ପରିବହନ ହୋଇଥାଏ। ହୁଟିର ଆକ୍ରମଣ ଯୋଗୁ ତାହା ଗୁରୁତର ପ୍ରଭାବିତ ହୋଇଛି।
ହମାସ୍‌ର ରାଜନୈତିକ ମୁଖ୍ୟଙ୍କୁ ହତ୍ୟା ଘଟଣାରେ ଇରାନ ଇସ୍ରାଏଲ୍‌କୁ ଦାୟୀ କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଇଥିଲା। ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନରୁ ବିରତ ରହିବା ପାଇଁ ୩ ୟୁରୋପୀୟ ରାଷ୍ଟ୍ରଙ୍କ ଅନୁରୋଧକୁ ଇରାନ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଛି। ଯେକୌଣସି ପ୍ରକାର ଜବାବୀ ଆକ୍ରମଣ ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବଢ଼ାଇବ ବୋଲି ବ୍ରିଟେନ୍‌, ଫ୍ରାନ୍ସ ଓ ଜର୍ମାନୀ ନେତା ଇରାନକୁ ଏକ ମିଳିତ ବିବୃତିରେ ଜଣାଇଥିଲେ। ଇତିମଧ୍ୟରେ ଆମେରିକା ଇସ୍ରାଏଲ୍‌କୁ ସମର୍ଥନ ଜଣାଇ ମଧ୍ୟପ୍ରାଚ୍ୟକୁ ଯୁଦ୍ଧବିମାନ, ଯୁଦ୍ଧଜାହାଜ ସମେତ ବୁଡ଼ାଜାହାଜ ପଠାଇଥିବାରୁ ଇରାନ ଆକ୍ରମଣ କଲେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୦ ମାସ ହେଲା ଯୁଦ୍ଧ ଲାଗି ରହିଥିବାବେଳେ ଏହାକୁ ବନ୍ଦ କରିବା ପାଇଁ କାତାର, ଇଜିପ୍ଟ ଏବଂ ଆମେରିକା ଦୀର୍ଘ ମାସ ଧରି ମଧ୍ୟସ୍ଥତା ଜାରି ରଖିଥିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ଗୁରୁବାରଠାରୁ ପୁଣିଥରେ ମଧ୍ୟସ୍ଥମାନେ ଯୁଦ୍ଧବିରତି ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ପାଖାପାଖି ୪୦ ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ହରାଇ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?