ହୁଟି ଦଖଲରେ ଜାତିସଂଘ ଅଫିସ୍‌

କାଇରୋ/ଜେରୁଜେଲମ୍‌,୧୪ା୮: ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀମାନେ ୟେମେନ ରାଜଧାନୀ ସାନାସ୍ଥିତ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟରେ ଆକ୍ରମଣ କରିଛନ୍ତି। ସେମାନେ ମାନବାଧିକାର ଅଫିସ୍‌ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଏବଂ ଆସବାବପତ୍ର ସମେତ ଗାଡ଼ିଗୁଡ଼ିକୁ ନେଇଯିବା ସହ କାର୍ଯ୍ୟାଳୟକୁ କବ୍‌ଜା କରି ରଖିଥିବା ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜାତିସଂଘ, ସହାୟତା ପ୍ରଦାନକାରୀ ସଂସ୍ଥା ଏବଂ ବିଦେଶୀ ଦୂତାବାସଗୁଡ଼ିକରେ କାର୍ଯ୍ୟରତ ଲୋକମାନଙ୍କୁ ହୁଟି ଟାର୍ଗେଟ କରିଆସୁଛି।
ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲକର ଟୁର୍କଙ୍କ ସୂଚନା ଅନୁଯାୟୀ, ଗତ ୩ ତାରିଖରେ ହୁଟି ବିଦ୍ରୋହୀ ସାନାସ୍ଥିତ ମାନବାଧିକାର ଅଫିସ ପରିସରରେ ପଶିଥିଲେ। ଭୟରେ କର୍ମଚାରୀମାନେ ସମସ୍ତ ଦସ୍ତାବିଜ, ଆସବାବପତ୍ର ଓ ଗାଡ଼ି ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ସାମଗ୍ରୀଗୁଡ଼ିକୁ ଫେରାଇବା ସହ ଅଫିସ ଛାଡ଼ି ଚାଲିଯିବା ପାଇଁ ଟୁର୍କ ଅନୁରୋଧ କରିଥିଲେ ମଧ୍ୟ ହୁଟି ପକ୍ଷରୁ କୌଣସି ଜବାବ ମିଳିନାହିଁ। ଏହି ଘଟଣା ପରେ ସାନା ସମେତ ୟେମେନ୍‌ର ଅନ୍ୟ ସ୍ଥାନରେ ଥିବା ଜାତିସଂଘ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଗତ ଜୁନ୍‌ରେ ହୁଟି ଆତଙ୍କବାଦୀମାନେ ଜାତିସଂଘ ସମେତ କେତେକ ଏନ୍‌ଜିଓରେ କାର୍ଯ୍ୟରତ ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଆମେରିକା-ଇସ୍ରାଏଲ୍‌ ଗୁପ୍ତଚର ନେଟ୍‌ଓ୍ବର୍କ ସହ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରାଯାଇଥିବା ହୁଟି ପକ୍ଷରୁ କୁହାଯାଇଥିଲା।
ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ଲୋହିତ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ହୁଟି ଆକଙ୍କବାଦୀ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଭୋର ସମୟରେ ମଧ୍ୟ ସେମାନେ ଲୋହିତ ସାଗର ଦକ୍ଷିଣ ଭାଗରେ ଏକ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି। ଗତ ମାସରେ ହମାସ୍‌ର ରାଜନୈତିକ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ହତ୍ୟାର ପ୍ରତିଶୋଧ ସ୍ବରୂପ ଇରାନ ଇସ୍ରାଏଲ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଲୋହିତ ସାଗର ଦେଇ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବାର୍ଷିକ ୧ ଟ୍ରିଲିୟନ ଡଲାର ମୂଲ୍ୟର ମାଲ୍‌ ପରିବହନ ହୋଇଥାଏ। ହୁଟିର ଆକ୍ରମଣ ଯୋଗୁ ତାହା ଗୁରୁତର ପ୍ରଭାବିତ ହୋଇଛି।
ହମାସ୍‌ର ରାଜନୈତିକ ମୁଖ୍ୟଙ୍କୁ ହତ୍ୟା ଘଟଣାରେ ଇରାନ ଇସ୍ରାଏଲ୍‌କୁ ଦାୟୀ କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଇଥିଲା। ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନରୁ ବିରତ ରହିବା ପାଇଁ ୩ ୟୁରୋପୀୟ ରାଷ୍ଟ୍ରଙ୍କ ଅନୁରୋଧକୁ ଇରାନ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଛି। ଯେକୌଣସି ପ୍ରକାର ଜବାବୀ ଆକ୍ରମଣ ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବଢ଼ାଇବ ବୋଲି ବ୍ରିଟେନ୍‌, ଫ୍ରାନ୍ସ ଓ ଜର୍ମାନୀ ନେତା ଇରାନକୁ ଏକ ମିଳିତ ବିବୃତିରେ ଜଣାଇଥିଲେ। ଇତିମଧ୍ୟରେ ଆମେରିକା ଇସ୍ରାଏଲ୍‌କୁ ସମର୍ଥନ ଜଣାଇ ମଧ୍ୟପ୍ରାଚ୍ୟକୁ ଯୁଦ୍ଧବିମାନ, ଯୁଦ୍ଧଜାହାଜ ସମେତ ବୁଡ଼ାଜାହାଜ ପଠାଇଥିବାରୁ ଇରାନ ଆକ୍ରମଣ କଲେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୦ ମାସ ହେଲା ଯୁଦ୍ଧ ଲାଗି ରହିଥିବାବେଳେ ଏହାକୁ ବନ୍ଦ କରିବା ପାଇଁ କାତାର, ଇଜିପ୍ଟ ଏବଂ ଆମେରିକା ଦୀର୍ଘ ମାସ ଧରି ମଧ୍ୟସ୍ଥତା ଜାରି ରଖିଥିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ଗୁରୁବାରଠାରୁ ପୁଣିଥରେ ମଧ୍ୟସ୍ଥମାନେ ଯୁଦ୍ଧବିରତି ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ପାଖାପାଖି ୪୦ ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ଲକ୍ଷ ଲକ୍ଷ ଲୋକ ଘରଦ୍ୱାର ହରାଇ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri