କ୍ରୁଟ୍‌ ମହାପ୍ରବନ୍ଧକଙ୍କୁ ଜାତିସଂଘର ‘ହାବିଟାଟ୍‌ ସ୍କ୍ରଲ୍‌ ଅଫ୍‌ ଅନର୍‌ ଆୱାର୍ଡ’

ଭୁବନେଶ୍ୱର, ୪।୧୦ (ବ୍ୟୁରୋ):ରାଜ୍ୟରେ ‘ମୋ ବସ୍‌’ ସେବା ପରିଚାଳନା କରୁଥିବା କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କୁ ଜାତିସଂଘର ‘ହାବିଟାଟ୍‌ ସ୍କ୍ରଲ୍‌ ଅଫ୍‌ ଅନର୍‌ ଆଓ୍ବାର୍ଡ’ ମିଳିଛି। ରବିବାର ତୁର୍କୀର ବାଲିକେସିର୍‌ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱର ଏହି ପ୍ରତିଷ୍ଠିତ ତଥା ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତି ବିଶେଷ, ସଂଗଠନ ଏବଂ ସଫଳ ପ୍ରକଳ୍ପ ଦ୍ୱାରା ମାନବ ବସତିର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ‘ଆକ୍ଟ ଲୋକାଲ୍‌ ଟୁ ଗୋ ଗ୍ଲୋବାଲ୍‌’ ଥିମ୍‌କୁ ନେଇ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆନ୍ତର୍ଜାତିକ ସ୍ତରରେ ସହରୀ ସଭ୍ୟତାକୁ ବିକଶିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ଉତ୍ସାହିତ କରାଯାଉଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍‌ ସକାରାମତ୍କ ପରିବର୍ତ୍ତନ ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରିବା ସହିତ ଲଗାତାର ପ୍ରୟାସ ଜାରି ରଖିଛି। ଜନ ପରିବହନ କ୍ଷେତ୍ରରେ ମହାପ୍ରବନ୍ଧକଙ୍କ ପଦକ୍ଷେପ, କାର୍ଯ୍ୟନିଷ୍ଠା ଏବଂ ଅଭିନବ ନେତୃତ୍ୱ ଦ୍ୱାରା କ୍ରୁଟ୍‌ର ପରିବହନ ସେବାକୁ ଏକ ଅନ୍ତର୍ଭୁକ୍ତୀକରଣ, ସୁଗମ, ନିରାପଦ ଗମନାଗମନ ବ୍ୟବସ୍ଥାରେ ପରିଣତ କରାଯାଇଛି। ବିଶେଷକରି ଏଥିରେ ମହିଳାଙ୍କୁ ଦିଆଯାଉଥିବା ସୁଯୋଗ ଦିଆଯାଇଛି। ଏହି ଅବସରରେ ଦୀପ୍ତି କହିଛନ୍ତି, ରାଜ୍ୟର ଜନ ପରିବହନ ବ୍ୟବସ୍ଥାରେ ସାଧାରଣରୁ ଅତି ସାଧାରଣ ଯାତ୍ରୀଙ୍କ ଅନ୍ତର୍ଭୁକ୍ତ ଏବଂ ବୃତ୍ତିଗତ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟତାରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇପାରିଛୁ। ଏଭଳି ସମ୍ମାନ ସମାଜ ପାଇଁ ଭଲ କାମ ସହ ସେବାରେ ନୂତନ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ପ୍ରେରଣା ଯୋଗାଇଥାଏ। ଆଗାମୀ ଦିନରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରାପ୍ତି ପାଇଁ କାର୍ଯ୍ୟ କରାଯାଉଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri