ଯୁଦ୍ଧ ପାଇଁ ୟୁକ୍ରେନ ଦାୟୀ: ରୁଷିଆ

ମସ୍କୋ,୧ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଇତିମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ୟୁକ୍ରେନ ସଙ୍କଟକୁ ଗୁରୁତର ଭାବେ ଆଲୋଚନା କରାଯାଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ କିଛି ସମୟ ପାଇଁ ନିରବତା ରକ୍ଷା କରାଯାଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାର ଜରୁରୀକାଳିନ ଅଧିବେଶନରେ ଉଭୟ ଦେଶ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଥିଲା । ତେବେ ଏହି ପ୍ରସଙ୍ଗରେ ସଂଯମତା ଆବଶ୍ୟକ ବୋଲି କୁହାଯାଇଛି । କୁଟନୈତିକ ପ୍ରସଙ୍ଗର ଆଲୋଚନା ଜାରି ରଖି ସମସ୍ୟାର ସମାଧାନ ହେବା ଉଚିତ । ଜାତିସଂଘର ସେକ୍ରେଟାରୀ ଜେନରାଲ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଶାନ୍ତି ହେଉଛି ଏହି ସମସ୍ୟାର ସମାଧାନ ।
ମିଳିତ ଜାତିସଂଘର ସାଧାରଣ ସଭାର ଜରୁରୀ ବୈଠକରେ ୟୁକ୍ରେନ୍ କହିଛି ଯଦି ଆମେ ବଞ୍ଚିବୁ ନାହିଁ ତେବେ ମଳିତ ଜାତିସଂଘ ବଞ୍ଚିବ ନାହିଁ । ୟୁକ୍ରେନର ପ୍ରତିନିଧି କହିଛନ୍ତି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୬ ଶିଶୁଙ୍କ ସମେତ ୩୫୨ ଜଣଙ୍କର ମୃତ୍ୟୁ ହେଲାଣି । ଆଗକୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ବୋମା ମାଡ, ମିଶାଇଲ ଆକ୍ରମଣ ଗୁଳିଗୋଳା ବର୍ଷଣ ଏସବୁକୁ ରୁଷିଆକୁ ବନ୍ଦ କରିବାକୁ ପଡିବ । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଏହା ପାଗଳାମି ବୋଲି ୟୁକ୍ରେନ୍ କହିଛି । ପୁଟିନଙ୍କୁ କଡା ସମାଲୋଚନା କରି ୟୁକ୍ରେନର ପ୍ରତିନିଧି କହିଛନ୍ତି, ରୁଷିଆ କେତେବେଳେ ମିଳିତ ଜାତିସଂଘର ସଦସ୍ୟ ହେଲା, ସୋଭିଏତ ସଂଘ ବିଲୋପ ପରେ ରୁଷିଆର ସଦସ୍ୟତା ପାଇଁ କିଏ କେବେ ଭୋଟ ଦେଲେ । ଏପଟେ ଏହାର ଜବାବରେ ରୁଷିଆ କହିଛି ଏ ସମସ୍ତ ଘଟଣା ପାଇଁ ୟୁକ୍ରେନ୍ ଦାୟୀ । ଅର୍ଥାତ୍ ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ କେବଳ ୟୁକ୍ରେନ୍ ଦାୟୀ ।


Enter your email to get our daily news in your inbox.

All Right Reserved By Dharitri.Com

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri