Posted inଜାତୀୟ

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି। ୨୦୧୯ରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରଠାରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଛି। ଆସନ୍ତା ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକ ସଭା ନିର୍ବାଚନ ଥିବା ବେଳେ ତାଙ୍କୁ ଦଳରେ ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଉମା ଭାରତୀ ଅନୁଭବ କରୁଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ପ୍ରବେଶକୁ ଦଳର ଅନ୍ୟ ନେତାମାନେ ବିରୋଧ କରୁଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ ଖଜୁରାହୋରୁ ଏବେ ଭାଜପା ରାଜ୍ୟ ସଭାପତି ଭି.ଡି. ଶର୍ମା ଏମ୍‌ପି ଥିବାବେଳେ ଭୋପାଳରୁ ପ୍ରଜ୍ଞା ସିଂ ଠାକୁର ଏବଂ ଝାନ୍ସିରୁ ଅନୁରାଗ ଶର୍ମା ପ୍ରତିନିଧିତ୍ୱ କରୁଛନ୍ତି।

ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ଅଗ୍ନିବର୍ଷୀ ନେତ୍ରୀ ଉମା ଭାରତୀ ୩ ଦିନ ପୂର୍ବରୁ ଛିନ୍ଦଓ୍ବାରାଠାରେ ଗଣମାଧ୍ୟମକୁ କହିଥିଲେ, ଭଗବାନ ରାମ ଏବଂ ହନୁମାନ ଭାଜପାର ପେଟେଣ୍ଟ ନୁହନ୍ତି। ସେମାନଙ୍କୁ ଭକ୍ତି କରିବାର ଅଧିକାର ଏହି ଦଳକୁ ମିଳିନାହିଁ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ। ଭାଜପା ଏବଂ ଜନସଂଘ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମ ଏବଂ ହନୁମାନ ରହିଥିଲେ। ମୋଗଲ ଏବଂ ବ୍ରିଟିଶ ଶାସନ କାଳରେ ମଧ୍ୟ ରାମ, ହନୁମାନଙ୍କ ଅବସ୍ଥିତି ଥିଲା। ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ନିର୍ବାଚନ ମଣ୍ଡଳୀ ଛିନ୍ଦଓ୍ବାରାର ସେମାରିଆଠାରେ ୧୦୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତି ସହ ବିଶାଳ ମନ୍ଦିର ନିର୍ମାଣ କରିଥିବାରୁ ଭାଜପା ରାମ ଏବଂ ହନୁମାନଙ୍କ ନାଁରେ ଶପଥ ନେବ କି ବୋଲି ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ ଉମା ଭାରତୀ ଏହା କହିଥିଲେ।

ଭଗବାନଙ୍କୁ ପୂଜା କରିବା ଅଧିକାର ସମସ୍ତଙ୍କର ରହିଛି। ଭାଜପାର କେତେଜଣ ରାମ ମନ୍ଦିରକୁ ନେଇ ପରିହାସ କରୁଥିବାବେଳେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ଲୋକେ ମଧ୍ୟ ଚାନ୍ଦା ଦେଇଥିବା ସେ କହିଥିଲେ। ଏହାର ୪ ଦିନ ପୂର୍ବରୁ ଉମା ଭାରତୀ ଓବିସି ଲୋଧି ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବୋଧନ କରି ଭାଜପାକୁ ଭୋଟ ଦେବା ଜରୁରୀ ନୁହେଁ, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦିଅ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମମତାଙ୍କ ସରକାର ବି ଭାଙ୍ଗିବ’

କୋଲକାତା,୨୮ା୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭଳି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ମଧ୍ୟ ଉପୁଜିବ ବୋଲି ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା...

ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…

ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି।...

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ...

ପଙ୍ଗୋଙ୍ଗ ହ୍ରଦରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୨୧।୫ : ପୂର୍ବ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ସୋ’ରେ ଚାଇନା ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି। ଚଳିତ ବର୍ଷ ଆରମ୍ଭରେ ସେଠାରୁ କିଛି ଦୂରରେ ବେଜିଂ...

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି...

କ୍ଷମତାର ଅପବ୍ୟବହାର

ନୂଆଦିଲ୍ଲୀ,୧୬ା୨: ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ରାତିଅଧିଆ ଉଠାଇନେବା ସମସ୍ତଙ୍କୁ ଚକିତ କରିଛି।...

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ...

୨ ବର୍ଷ ମଧ୍ୟରେ ୬ ଶହ ଦୁର୍ନୀତିଗ୍ରସ୍ତ ଠକ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି ଯୋଗୀ ସରକାର

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗତ ୨ ବର୍ଷ ମଧ୍ୟରେ ୬ ଶହ ଦୁର୍ନୀତିଗ୍ରସ୍ତ ଠକ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କ ମଧ୍ୟରୁ...

Advertisement
Archives

Model This Week