ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚେତାବନୀ: ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭକୁ ଘେରି ରହିଛନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ୟୁକ୍ରେନରୁ ରୁଷିଆର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ ମଧ୍ୟ ଏକ ସଂକଳ୍ପ ପାରିତ କରିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ଗୁରୁବାର ଅନୁଷ୍ଠିତ ହେବ।
ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଣି ରୁଷିଆକୁ ଚୋବନୀ ଦେଇଛନ୍ତି। ସେ କହିଛନ୍ତି, ରୁଷିଆର ସୈନିକମାନଙ୍କ ମୃତଦେହକୁ ୟୁକ୍ରେନ ମାଟିରେ ପୋତିବାକୁ ଚାହୁଁନାହିଁ। ତେଣୁ ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ। ଜେଲେନସ୍କି ଦାବି କରିଛନ୍ତି ଯେ, ୟୁକ୍ରେନ ସୈନ୍ୟ ଏକ ସପ୍ତାହରେ ୯,୦୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ଏହା ବ୍ୟତୀତ ୨୧୮ ଟ୍ୟାଙ୍କ, ୯୦୦ ଏପିଭି, ୯୦ଟି ତୋପ, ୧୧ଟି ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୩୧ଟି ହେଲିକପ୍ଟର, ୩୦ଟି ବିମାନ, ୬୦ଟି ଇନ୍ଧନ ଟ୍ୟାଙ୍କ ଇତ୍ୟାଦି ସାମିଲ ଅଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ...

ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ

ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ...

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ...

ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର...

ମଶା ମାରିବେ ମଶାଙ୍କୁ, ଶହେ କୋଟି ମଶା ଛାଡ଼ିଲା ଆମେରିକା…

ଓ୍ବାଶିଂଟନ, ୩।୪ : କଥାରେ ଅଛି ଲୁହା ଲୁହାକୁ କାଟେ। ଏହି ମର୍ମରେ ଏବେ ଆମେରିକା ମଶାଙ୍କୁ ମାରିବା ପାଇଁ ମଶା ଛାଡ଼ିଛି। ବିଗତ କିଛି...

ତାଲିବାନ୍‌ ଶିବିର ଉପରେ ଅଜ୍ଞାତ ବିମାନରୁ ବୋମା ମାଡ଼…

କାବୁଲ,୭।୯: ଆଫଗାନିସ୍ତାନରେ ତାଲିବାନ୍‌ ଏବଂ ନର୍ଦନ ଆଲାଇନ୍ସ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଚାଲିଛି। ପଞ୍ଜଶିରରେ ଦଖଲ କରିବା ସତ୍ତ୍ୱେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏପରିସ୍ଥଳେ...

ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ...

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ବର୍ଷେ ଜେଲ

ପ୍ୟାରିସ,୧।୩ : ଦୁର୍ନୀତି ଓ ପେଡଲିଂ ଅଭିଯୋଗରେ ଏକ ଫ୍ରେଞ୍ଚ କୋର୍ଟରେ ସୋମବାର ଦୋଷି ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି। ତାଙ୍କୁ...

Advertisement
Archives

Model This Week