ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବାବେଳେ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏବେ ଓଲଟା ଖବର ଆସିଛି। ଶୁକ୍ରବାର ସକାଳେ ରୁଷିଆ ଭୂଖଣ୍ଡ ଭିତରେ ପଶି ୟୁକ୍ରେନ୍‌ ଆକ୍ରମଣ କରିଛି। ୟୁକ୍ରେନ୍‌ ସେନାର ୨ଟି ହେଲିକପ୍ଟର ସୀମାରୁ ୪୦ କି.ମି. ଉତ୍ତରରେ ଥିବା ରୁଷିଆର ବେଲ୍‌ଗୋରୋଡ୍‌ସ୍ଥିତ ଏକ ତୈଳ ଡିପୋକୁ ଟାର୍ଗେଟ କରିଛି। କ୍ଷେପଣାସ୍ତ୍ର ମାଡ଼ରେ ଉକ୍ତ ଡିପୋ ଜଳିପୋଡ଼ି ଛାରଖାର ହୋଇଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠୁ ୟୁକ୍ରେନୀୟ ସୈନ୍ୟ ଦୁଇଟି ହେଲିକପ୍ଟରରେ ପ୍ରଥମ ଥର ପାଇଁ ରୁଷିଆର ବାୟୁସୀମାରେ ପ୍ରବେଶ କରିଛନ୍ତି। ସେମାନେ ବେଲ୍‌ଗୋରୋଡ୍‌ ତୈଳ ଡିପୋକୁ ଟାର୍ଗେଟ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ତୈଳ ଡିପୋ ଜଳୁଥିବାବେଳର ଦୃଶ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହି ଆକ୍ରମଣ ଶାନ୍ତି ଆଲୋଚନା ପାଇଁ ଆଦୌ ଅନୁକୂଳ ନୁହେଁ ବୋଲି କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ସମାଲୋଚନା କରିଛନ୍ତି। ଆକ୍ରମଣ ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅବଗତ କରାଇଛନ୍ତି। ତେବେ ଏହା ପଛରେ କିଭ୍‌ର ସମ୍ପୃକ୍ତି ଥିବା ବିଷୟକୁ ୟୁକ୍ରେନ୍‌ ସ୍ବୀକାର କିମ୍ବା ଖଣ୍ଡନ କରିନାହିଁ। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ବେଲ୍‌ଗୋରୋଡ୍‌ରେ ସାମରିକ ଅପରେଶନ ନେଇ ତାଙ୍କ ପାଖରେ ସୂଚନା ନାହିଁ। ତାଙ୍କ ମନ୍ତ୍ରଣାଳୟର ମୁଖପାତ୍ର ଓଲେକ୍ସାଣ୍ଡର ମୋଟୁଜ୍‌ୟାଙ୍କିକ୍‌ କହିଛନ୍ତି, ୟୁକ୍ରେନ୍‌ ବର୍ତ୍ତମାନ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ପ୍ରତିରକ୍ଷାମତ୍କ ଅପରେଶନ ଚଳାଇଛି। ଏହାର ତାତ୍ପର୍ଯ୍ୟ ନୁହେଁ ଯେ, ରୁଷିଆ ଭୂଖଣ୍ଡରେ ଯାହା ଆକ୍ରମଣ ହେବ ସେଥିପାଇଁ ୟୁକ୍ରେନ୍‌କୁ ଦାୟୀ କରାଯିବ।
ଇତିମଧ୍ୟରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଭିଡିଓ ଲିଙ୍କ୍‌ ଜରିଆରେ ପୁଣି ଥରେ ଆଲୋଚନା ହୋଇଛି। ରୁଷିଆ ପ୍ରତିନିଧି ଦଳ ମୁଖ୍ୟ ଭ୍ଲାଡିମିର ମେଡିନ୍‌ସ୍କି ଶୁକ୍ରବାର ଆଲୋଚନା ବେଳର ଫଟୋ ଶେୟାର କରିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅଫିସ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି। ୩ ଦିନ ତଳେ ତୁର୍କୀରେ ଉଭୟ ପକ୍ଷଙ୍କ ପ୍ରତିନିଧି ଦଳ ପରସ୍ପର ସହ ଆଲୋଚନା କରିଥିଲେ। କ୍ରିମିଆ ଓ ଡୋନ୍‌ବାସ୍‌କୁ ନେଇ ରୁଷିଆର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ମେଡିନ୍‌ସ୍କି କହିଛନ୍ତି। ପ୍ରକାଶ ଯେ, ରୁଷିଆ ୨୦୧୪ରେ ଦକ୍ଷିଣ ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପକୁ ଦଖଲ କରିଥିଲା। ଡୋନ୍‌ବାସ ହେଉଛି ରୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଭୂଖଣ୍ଡ, ଯାହାକୁ ସାମରିକ ଅପରେଶନ ଆରମ୍ଭ ସମୟରେ ପୁଟିନ୍‌ ଡୋନେସ୍କ ଓ ଲୁହାନ୍‌ସ୍କ ନାମରେ ଦୁଇଟି ସ୍ବାଧୀନ ରାଷ୍ଟ୍ର ରୂପେ ଘୋଷଣା କରିଥିଲେ। ରୁଷିଆ ଭାଷାଭାଷୀ ଲୋକ ବସବାସ କରୁଥିବା ଏହି ଶିଳ୍ପବହୁଳ ଅଞ୍ଚଳକୁ ବିଚ୍ଛିନ୍ନତାବାଦୀମାନେ ନିଜ ନିୟନ୍ତ୍ରଣକୁ ନେବା ପାଇଁ ୨୦୧୪ରୁ ୟୁକ୍ରେନୀୟ ସୁରକ୍ଷା ବଳ ସହ ସଂଘର୍ଷ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?