୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି । ଏମାନେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ଲକ୍ଷ୍ୟର ଥିବା ବେଳେ କ୍ୱିଭ୍ ଠାରୁ ୟୁକ୍ରେନ୍ ସେନା ମାତ୍ର ୨୬ କିଲୋମିଟର ଦୂରରେ ଥିବା କୁହାଯାଉଛି । ଏପଟେ ୟୁକ୍ରେନ୍ ସରକାର ଦାବି କରିଛନ୍ତି ଯେ ଶୁକ୍ରବାର ରୁଷିଆ ସେନା ପଶ୍ଚିମ ୟୁରୋପରେ ଥିବା ବିମାନବନ୍ଦର ନିକଟରେ ବହୁ ସଂଖ୍ୟାରେ ବୋମା ବିସ୍ଫୋରଣ କରିଛନ୍ତି । ପୁଟିନ ସେନାଙ୍କ ପ୍ରାୟ ୬୪ କିଲୋମିଟର ଲମ୍ବା ଲାଇନ କେବଳ ଆକ୍ରମଣ ଢଙ୍ଗରେ ରହିଛନ୍ତି । ରୁଷିଆ ସେନା ଆକମ୍ରଣରେ ୟୁକ୍ରେନର ଅଧିକାଂଶ ସ୍କୁଲ, ହସ୍ପିଟାଲ ନଷ୍ଟ ହୋଇଯାଇଥିବା ବେଳେ ମାରିୟୁପୋଲ ସହର ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଏହାସହ ଏଠାରେ ରାସ୍ତା ଉପରେ ପଡିଥିବା ଗଣ୍ଡା ଗଣ୍ଡା ମୃତଦେହ ବଖାଣୁଛି ରୁଷିଆ ସେନାର ବର୍ବରତା । ଗୋଟିଏ ପଟେ ରୁଷିଆ ସେନାର ଆକ୍ରମଣ ଅନ୍ୟପଟେ ଜୀବନ ବଞ୍ଚିବାକୁ ସଂଘର୍ଷ । ଏହାରି ଭିତରେ ସାଧାରଣ ଜନତା ଖାଦ୍ୟ ପାନୀୟ ପାଇଁ ଯେମିତି ସଂଘର୍ଷ କରି ଚାଲିଛନ୍ତି । ମୁନ୍ଦାଏ ପାଣିପାଇଁ ସାଧାରଣ ଜନତା ଏଣେତେଣେ ଧାଉଁଛନ୍ତି । ଆବଶ୍ୟକ ମୁତାବକ ଖାଦ୍ୟ ଓ ପାନୀୟ ବ୍ୟବହାର କରିବାକୁ ଏମାନେ ବାଧ୍ୟ ଅନ୍ୟପଟେ ଯୁଦ୍ଧ ଥମିବାର ନାଁ ନେଉ ନ ଥିବା ବେଳେ ୟୁକ୍ରେନର ପ୍ରାୟ ୨୫ ଲକ୍ଷ ଲୋକ ଦେଶଛାଡି ଚାଲି ଯାଇଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri