ୟୁକ୍ରେନ୍‌ ସାଜିଛି ବଳିର ଛେଳି, ବାଇଡେନ୍‌ ପୁଟିନ୍‌ ପୁଣି ମୁହାଁମୁହିଁ…

ଓ୍ବାଶିଂଟନ, ୮।୨ : ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ବାଇଡେନ୍‌ ସୋମବାର ଧମକ ଦେଇଛନ୍ତି ଯେ ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କରିବାକୁ ଅନୁମତି ଦିଆଯିବ ନାହିଁ।

ବାଇଡେନ କହିଛନ୍ତି ଯେ ରୁଷିଆର ଉଚ୍ଚାଭିଳାଷୀ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ ନିର୍ମାଣରେ ବାଧା ସୃଷ୍ଟି ହେବ। ତେବେ ଗ୍ୟାସ ପାଇପଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-୨ କୁ କିପରି ବନ୍ଦ କରାଯିବ ସେ ସେ ସ୍ପଷ୍ଟ କରି ନାହାଁନ୍ତି। ୟୁକ୍ରେନ ସୀମା ନିକଟରେ ରୁଷୀୟ ସୈନ୍ୟମାନଙ୍କର ଏକତ୍ର ହେବା ପରଠାରୁ, ଆମେରିକା ସତର୍କ ହେବା ସହିତ ଏବଂ ରୁଷିଆର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି।

ଏଭଳି କହି ବାଇଡେନ୍‌ ୟୁକ୍ରେନ ପ୍ରସଙ୍ଗରେ ରୁଷିଆକୁ ନୂଆ ଚେତାବନୀ ଦେଇଛନ୍ତି। ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ବାଇଡେନ୍‌ ଏହା କହିଛନ୍ତି। ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ ସେ ନର୍ଡ ଷ୍ଟ୍ରିମ-୨ ନିର୍ମାଣକୁ କିପରି ବନ୍ଦ କରିବେ, ସେ କେବଳ ଉତ୍ତର ଦେଇଛନ୍ତି ଯେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମେ ଏହା କରିପାରିବା। ୟୁକ୍ରେନରେ ରୁଷିଆର ସମ୍ଭାବ୍ୟ ସାମରିକ ଆକ୍ରମଣ ବିରୋଧରେ ଆମେରିକା ଏବଂ ଜର୍ମାନୀ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବାକୁ ଯୋଜନା କରିଛନ୍ତି।

ନର୍ଡ ଷ୍ଟ୍ରିମ-୨ ରୁଷିଆର ଏକ ଉଚ୍ଚାଭିଳାଷୀ ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରକଳ୍ପ। ଏହା ପଶ୍ଚିମ ରୁଷିଆ ଦେଇ ଉତ୍ତର-ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ଗ୍ୟାସ ପାଇପଲାଇନର ଲମ୍ବ ପ୍ରାୟ ୧,୨୭୫ କିଲୋମିଟର। ଏହି ପ୍ରକଳ୍ପଟି ରୁଷିଆର ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଜପ୍ରୋମର ମାଲିକାନାରେ ରହିଛି। ପ୍ରକଳ୍ପଟି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାକୁ ୟୁରୋପ ଏଜେନ୍ସି ଦ୍ୱାରା ଅନୁମୋଦନ ହୋଇନାହିଁ।

ଉଲ୍ଲେଖନୀୟ ବିଷୟ ହେଉଛି, ଆମେରିକାର ଅଧିକାରୀମାନେ ଦାବି କରୁଛନ୍ତି ଯେ ୟୁକ୍ରେନ ସୀମା ନିକଟରେ ରୁଷିଆ ୧୦୦,୦୦୦ରୁ ଅଧିକ ସୈନ୍ୟଙ୍କୁ ଜମା କରିଛି। ଏଥି ସହିତ ରୁଷିଆ କୌଣସି ଆକ୍ରମଣ ଯୋଜନା କରୁନାହିଁ ବୋଲି ମଧ୍ୟ କହୁଛି। ଏହା ସହିତ ରୁଷିଆ ଆମେରିକାରୁ ଏକ ଗ୍ୟାରେଣ୍ଟି ଦାବି କରିଛି ଯେ ୟୁକ୍ରେନକୁ ନାଟୋର ସଦସ୍ୟ କରାଯିବ ନାହିଁ, କିନ୍ତୁ ଆମେରିକା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।

ଫଳରେ ୟୁକ୍ରେନ୍‌ କେବଳ ବଳିର ଛେଳି ଭାବେ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri