ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିବ ବ୍ରିଟେନ

ଲଣ୍ଡନ, ୧୧ା୧୨: ମିଡିଆ ସଂସ୍ଥା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ ହାଇକୋର୍ଟରେ ଆମେରିକା କରିଥିବା ଆବେଦନକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏବେ ତାଙ୍କୁ ହାଇ ସିକ୍ୟୁରିଟି ବେଲମାର୍ଶ ଜେଲରୁ ଆମେରିକା ପଠାଯିବା ଏକ ପ୍ରକାର ନିଶ୍ଚିତ। ୫୦ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ଆସେଞ୍ଜଙ୍କ ବିରୋଧରେ ଆମେରିକାରେ ୧୮ ସଙ୍ଗିନ ମାମଲା ରହିଛି। ସେ ଆମେରିକାର ଗୋପନୀୟ ସେନା ଡକ୍ୟୁମେଣ୍ଟକୁ ଓ୍ବିକିଲିକ୍ସରେ ପ୍ରକାଶ କରିବା ସହ ସେଠାରେ ଗୁପ୍ତଚରଗିରି କରିଥିବା ଅଭିଯୋଗ ରହିଛି। ତେବେ ପ୍ରତ୍ୟର୍ପଣ କରାଯିବା ପରେ ଆମେରିକା ତାଙ୍କ ସହ ମାନବୀୟ ବ୍ୟବହାର କରିବ ବୋଲି ସୁନିଶ୍ଚିତ କରିଥିବା କୋର୍ଟ କହିଛନ୍ତି। ପ୍ରତ୍ୟର୍ପଣ ସମ୍ପର୍କିତ ଅନୁରୋଧ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ପଠାଇବା ନିମନ୍ତେ ନିମ୍ନ ଅଦାଲତର ବିଚାରପତିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୀତି ପଟେଲ ଏହା ଉପରେ ଶେଷ ନିଷ୍ପତ୍ତି ନେବେ।
ମାମଲାର ଶୁଣାଣିବେଳେ ଆସେଞ୍ଜ ବେଲମାର୍ଶ ଜେଲରୁ ଭିଡିଓ ଲିଙ୍କ୍‌ ଯୋଗେ ଉପସ୍ଥିତ ଥିଲେ। ଆସେଞ୍ଜ ମାନସିକ ଭାବେ ଅସୁସ୍ଥ ଥିବାରୁ ସେ ଆମେରିକୀୟ ନ୍ୟାୟିକ ବ୍ୟବସ୍ଥାକୁ ସାମ୍‌ନା କରିପାରିବେନି ବୋଲି ଦର୍ଶାଇ ଗତ ଜାନୁୟାରୀରେ ବ୍ରିଟେନର ଏକ କୋର୍ଟ ଆମେରିକାର ପ୍ରତ୍ୟର୍ପଣ ଆବେଦନକୁ ଜାନୁୟାରୀ ୪ରେ ଖାରଜ କରିଥିଲେ। ଏହି ରାୟକୁ ଆମେରିକା ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆମେରିକାର ଓକିଲ ଆସେଞ୍ଜଙ୍କ ବିରୋଧରେ ୧୭ ଗୁପ୍ତଚରଗିରି ମାମଲା ଏବଂ କମ୍ପ୍ୟୁଟର ଅପବ୍ୟବହାର କରି ଓ୍ବିକିଲିକ୍ସ ପବ୍ଲିକେଶନରେ ହଜାର ହଜାର ଗୋପନୀୟ ସେନା ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଡକ୍ୟୁମେଣ୍ଟକୁ ପ୍ରକାଶ କରିଥିବା ନେଇ ଆଉ ଏକ ମାମଲା ରହିଥିବା କୋର୍ଟରେ ଉପସ୍ଥାପନ କରିଥିଲେ। ଏ ସମସ୍ତ ଅଭିଯୋଗ ସତ ପ୍ରମାଣ ହେଲେ ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ତେବେ ବ୍ରିଟେନ କୋର୍ଟଙ୍କ ଏହି ରାୟ ବିରୋଧରେ ଖୁବ୍‌ଶୀଘ୍ର ତାଙ୍କ ଲିଗାଲ ଟିମ୍‌ ଅପିଲ କରିବେ ବୋଲି ଆସେଞ୍ଜଙ୍କ ପ୍ରେମିକା ଷ୍ଟେଲା ମୋରିସ୍‌ କହିଛନ୍ତି। ବିଶ୍ୱ ମାନବାଧିକାର ଦିବସ ପାଳୁଥିବାବେଳେ ବ୍ରିଟେନ କୋର୍ଟ ଜଣେ ଅନୁସନ୍ଧାନକାରୀ ସାମ୍ବାଦିକତାକୁ ଅନ୍ଧାରକୁ ଠେଲି ଦେବା ସହ ଆସେଞ୍ଜଙ୍କ ଉପରେ ଅତ୍ୟାଚାରର ରାସ୍ତା ଖୋଲି ଦେଇଛନ୍ତି ବୋଲି ଓ୍ବିକିଲିକ୍ସର ଖବରଦାତା କ୍ରିଷ୍ଟିନ୍‌ କହିଛନ୍ତି।

କ’ଣ କରିଥିଲେ ଆସେଞ୍ଜ

ଆସେଞ୍ଜଙ୍କ ଓ୍ବିକିଲିକ୍ସ ୨୦୧୦ରେ ଆମେରିକା ମିଲିଟାରିର ଏକ ଭିଡିଓ ପ୍ରକାଶ କରିଥିଲା। ୨୦୦୭ରେ ଆପାଚି ହେଲିକପ୍ଟର ଆକ୍ରମଣରେ ବାଗ୍‌ଦାଦରେ ୨ ଜଣ ରଏଟର୍ସ ଖବରଦାତାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସଂକ୍ରାନ୍ତରେ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ଏଥିସହ ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ସହ ଜଡ଼ିତ ଆମେରିକାର ଅନେକ ଗୋପନୀୟ ସାମରିକ ଏବଂ ପ୍ରତିରକ୍ଷା ଦସ୍ତାବିଜ୍‌ ମଧ୍ୟ ଓ୍ବିକିଲିକ୍ସରେ ପ୍ରକାଶିତ ହୋଇଥିଲା। ସେବେଠାରୁ ସେ ଆମେରିକାର ଓ୍ବାଣ୍ଟେଡ୍‌ ଲିଷ୍ଟ୍‌ରେ ଥିଲେ। ସୁଇଡେନରେ ଆସେଞ୍ଜଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ପ୍ରତ୍ୟର୍ପଣରୁ ରକ୍ଷା ପାଇବା ପାଇଁ ସେ ୨୦୧୨ରେ ଲଣ୍ଡନରେ ଥିବା ଇକ୍ୟୁଏଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସେଠାରେ ସେ ୭ ବର୍ଷ ରହିଥିଲେ। ବାରମ୍ବାର ନୋଟିସ ସତ୍ତ୍ୱେ କୋର୍ଟରେ ହାଜର ନ ହେବାରୁ ୨୦୧୯ରେ ତାଙ୍କୁ ବ୍ରିଟେନରେ ଗିରଫ କରାଯାଇଥିଲା। ସୁଇସ୍‌ବ୍ୟାଙ୍କକୁ ସର୍ବାଧିକ କଳାଧନ ଭାରତରୁ ଆସୁଛି ବୋଲି ୨୦୧୧ରେ ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆସେଞ୍ଜ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri