ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିବ ବ୍ରିଟେନ

ଲଣ୍ଡନ, ୧୧ା୧୨: ମିଡିଆ ସଂସ୍ଥା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ ହାଇକୋର୍ଟରେ ଆମେରିକା କରିଥିବା ଆବେଦନକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏବେ ତାଙ୍କୁ ହାଇ ସିକ୍ୟୁରିଟି ବେଲମାର୍ଶ ଜେଲରୁ ଆମେରିକା ପଠାଯିବା ଏକ ପ୍ରକାର ନିଶ୍ଚିତ। ୫୦ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ଆସେଞ୍ଜଙ୍କ ବିରୋଧରେ ଆମେରିକାରେ ୧୮ ସଙ୍ଗିନ ମାମଲା ରହିଛି। ସେ ଆମେରିକାର ଗୋପନୀୟ ସେନା ଡକ୍ୟୁମେଣ୍ଟକୁ ଓ୍ବିକିଲିକ୍ସରେ ପ୍ରକାଶ କରିବା ସହ ସେଠାରେ ଗୁପ୍ତଚରଗିରି କରିଥିବା ଅଭିଯୋଗ ରହିଛି। ତେବେ ପ୍ରତ୍ୟର୍ପଣ କରାଯିବା ପରେ ଆମେରିକା ତାଙ୍କ ସହ ମାନବୀୟ ବ୍ୟବହାର କରିବ ବୋଲି ସୁନିଶ୍ଚିତ କରିଥିବା କୋର୍ଟ କହିଛନ୍ତି। ପ୍ରତ୍ୟର୍ପଣ ସମ୍ପର୍କିତ ଅନୁରୋଧ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ପଠାଇବା ନିମନ୍ତେ ନିମ୍ନ ଅଦାଲତର ବିଚାରପତିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୀତି ପଟେଲ ଏହା ଉପରେ ଶେଷ ନିଷ୍ପତ୍ତି ନେବେ।
ମାମଲାର ଶୁଣାଣିବେଳେ ଆସେଞ୍ଜ ବେଲମାର୍ଶ ଜେଲରୁ ଭିଡିଓ ଲିଙ୍କ୍‌ ଯୋଗେ ଉପସ୍ଥିତ ଥିଲେ। ଆସେଞ୍ଜ ମାନସିକ ଭାବେ ଅସୁସ୍ଥ ଥିବାରୁ ସେ ଆମେରିକୀୟ ନ୍ୟାୟିକ ବ୍ୟବସ୍ଥାକୁ ସାମ୍‌ନା କରିପାରିବେନି ବୋଲି ଦର୍ଶାଇ ଗତ ଜାନୁୟାରୀରେ ବ୍ରିଟେନର ଏକ କୋର୍ଟ ଆମେରିକାର ପ୍ରତ୍ୟର୍ପଣ ଆବେଦନକୁ ଜାନୁୟାରୀ ୪ରେ ଖାରଜ କରିଥିଲେ। ଏହି ରାୟକୁ ଆମେରିକା ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆମେରିକାର ଓକିଲ ଆସେଞ୍ଜଙ୍କ ବିରୋଧରେ ୧୭ ଗୁପ୍ତଚରଗିରି ମାମଲା ଏବଂ କମ୍ପ୍ୟୁଟର ଅପବ୍ୟବହାର କରି ଓ୍ବିକିଲିକ୍ସ ପବ୍ଲିକେଶନରେ ହଜାର ହଜାର ଗୋପନୀୟ ସେନା ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଡକ୍ୟୁମେଣ୍ଟକୁ ପ୍ରକାଶ କରିଥିବା ନେଇ ଆଉ ଏକ ମାମଲା ରହିଥିବା କୋର୍ଟରେ ଉପସ୍ଥାପନ କରିଥିଲେ। ଏ ସମସ୍ତ ଅଭିଯୋଗ ସତ ପ୍ରମାଣ ହେଲେ ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ତେବେ ବ୍ରିଟେନ କୋର୍ଟଙ୍କ ଏହି ରାୟ ବିରୋଧରେ ଖୁବ୍‌ଶୀଘ୍ର ତାଙ୍କ ଲିଗାଲ ଟିମ୍‌ ଅପିଲ କରିବେ ବୋଲି ଆସେଞ୍ଜଙ୍କ ପ୍ରେମିକା ଷ୍ଟେଲା ମୋରିସ୍‌ କହିଛନ୍ତି। ବିଶ୍ୱ ମାନବାଧିକାର ଦିବସ ପାଳୁଥିବାବେଳେ ବ୍ରିଟେନ କୋର୍ଟ ଜଣେ ଅନୁସନ୍ଧାନକାରୀ ସାମ୍ବାଦିକତାକୁ ଅନ୍ଧାରକୁ ଠେଲି ଦେବା ସହ ଆସେଞ୍ଜଙ୍କ ଉପରେ ଅତ୍ୟାଚାରର ରାସ୍ତା ଖୋଲି ଦେଇଛନ୍ତି ବୋଲି ଓ୍ବିକିଲିକ୍ସର ଖବରଦାତା କ୍ରିଷ୍ଟିନ୍‌ କହିଛନ୍ତି।

କ’ଣ କରିଥିଲେ ଆସେଞ୍ଜ

ଆସେଞ୍ଜଙ୍କ ଓ୍ବିକିଲିକ୍ସ ୨୦୧୦ରେ ଆମେରିକା ମିଲିଟାରିର ଏକ ଭିଡିଓ ପ୍ରକାଶ କରିଥିଲା। ୨୦୦୭ରେ ଆପାଚି ହେଲିକପ୍ଟର ଆକ୍ରମଣରେ ବାଗ୍‌ଦାଦରେ ୨ ଜଣ ରଏଟର୍ସ ଖବରଦାତାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସଂକ୍ରାନ୍ତରେ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା। ଏଥିସହ ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ସହ ଜଡ଼ିତ ଆମେରିକାର ଅନେକ ଗୋପନୀୟ ସାମରିକ ଏବଂ ପ୍ରତିରକ୍ଷା ଦସ୍ତାବିଜ୍‌ ମଧ୍ୟ ଓ୍ବିକିଲିକ୍ସରେ ପ୍ରକାଶିତ ହୋଇଥିଲା। ସେବେଠାରୁ ସେ ଆମେରିକାର ଓ୍ବାଣ୍ଟେଡ୍‌ ଲିଷ୍ଟ୍‌ରେ ଥିଲେ। ସୁଇଡେନରେ ଆସେଞ୍ଜଙ୍କ ବିରୋଧରେ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ପ୍ରତ୍ୟର୍ପଣରୁ ରକ୍ଷା ପାଇବା ପାଇଁ ସେ ୨୦୧୨ରେ ଲଣ୍ଡନରେ ଥିବା ଇକ୍ୟୁଏଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସେଠାରେ ସେ ୭ ବର୍ଷ ରହିଥିଲେ। ବାରମ୍ବାର ନୋଟିସ ସତ୍ତ୍ୱେ କୋର୍ଟରେ ହାଜର ନ ହେବାରୁ ୨୦୧୯ରେ ତାଙ୍କୁ ବ୍ରିଟେନରେ ଗିରଫ କରାଯାଇଥିଲା। ସୁଇସ୍‌ବ୍ୟାଙ୍କକୁ ସର୍ବାଧିକ କଳାଧନ ଭାରତରୁ ଆସୁଛି ବୋଲି ୨୦୧୧ରେ ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆସେଞ୍ଜ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri