ଚାଇନାରେ ଉଇଗରଙ୍କ ନରସଂହାର…

ସିଡ୍‌ନୀ/ବେଜିଂ,୨୩।୧୦: ଉଇଗର ମୁସଲମାନଙ୍କ ଦମନ ଜିନଜିଆନ ପ୍ରଦେଶରେ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଛି। ଚାଇନାରେ ଉଇଗର ମୁସଲମାନଙ୍କ ନରସଂହାର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲାବେଳେ ପାକିସ୍ତାନ ପକ୍ଷରୁ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରାଯାଉଛି। ସମ୍ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ବର୍ତ୍ତମାନ ଅଷ୍ଟ୍ରେଲୀୟ ନୀତି ପ୍ରତିଷ୍ଠାନର ରିପୋର୍ଟ ମଧ୍ୟ ବେଜିଂ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ କେବଳ ଉଇଗର ନୁହେଁ, ଚାଇନାର କମ୍ୟୁନିଷ୍ଟ ସରକାର ସାଧାରଣ ଲୋକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଯେ କୌଣସି ବିଦ୍ରୋହକୁ ଦମନ କରିବା ପାଇଁ, ଅମାନବୀୟ ପ୍ରଣାଳୀ ସରକାର ଗ୍ରହଣ କରିଛନ୍ତି। ଏହି ରିପୋର୍ଟ ଜିନଜିଆନରେ ଚାଇନା ସରକାରଙ୍କ ପକ୍ଷରୁ ଜାରି ରହିଥିବା ଏକଛତ୍ରବାଦୀ ଶାସନକୁ ନିନ୍ଦା କରାଯାଇଛି। ଏହି ରିପୋର୍ଟକୁ ‘ଦ ଆର୍କି;ଟକଚର ଅଫ୍‌ ରିପ୍ରେଶନ: ଅନ୍‌ପ୍ୟାକିଂ ଜିନଜିଆନ ଗଭର୍ନାନ୍ସ’ ଭାବେ ନାମିତ କରାଯାଇଛି। ଏହି ରିପୋର୍ଟ ଦର୍ଶାଯାଇଛି ଯେ, ୨୦୧୪ ପରଠାରୁ ଜିନଜିଆଙ୍ଗରେ ଉଇଗର ଏବଂ ତୁର୍କୀ ସଂଖ୍ୟାଲଘୁମାନଙ୍କର ମାନବିକ ଅଧିକାର ଏକ ନିର୍ଦ୍ଦିଷ୍ଟ ରଣନୀତି ଅନୁଯାୟୀ ଦମନ କରାଯାଉଛି।

ବେଜିଂ ପ୍ରଶାସନ ଉଇଗରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ସୂଚନାନୁସାରେ, ଏହି ୮୦ ପୃଷ୍ଠାର ରିପୋର୍ଟରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଚାଇନାର ପ୍ରକୃତ ଚେହେରା ଅନ୍ତର୍ଜାତୀୟସ୍ତରରେ ପର୍ଦ୍ଦାଫାଶ୍‌ ହୋଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଜିନଜିଆଙ୍ଗରେ କମ୍ୟୁନିଷ୍ଟ ପାର୍ଟି ଶାସିତ ରାଜ୍ୟ କିପରି ଉଇଗରଙ୍କ ବିରୁଦ୍ଧରେ ନରସଂହାର ଯୁଦ୍ଧ ଜାରି ରଖିଛି।

ଏହି ଅନୁସନ୍ଧାନକୁ ବ୍ରିଟେନର ବୈଦେଶିକ, କମନୱେଲଥ ଏବଂ ଡେଭଲପମେଣ୍ଟ ଅଫିସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅନୁସନ୍ଧାନରେ ଉଇଗରଙ୍କ ଜୀବନ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଟ୍ରିନିଟି ମେକାନିଜିମର ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି। ୨୦୧୪ରେ, ଆତଙ୍କବାଦ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ଜିନଜିଆଙ୍ଗର କିଛି ଅଞ୍ଚଳରେ ଏହାର ବ୍ୟବହାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଏହି ଅଞ୍ଚଳର ପ୍ରାୟ ସବୁ ସ୍ଥାନରେ ଜାରି ରହିଛି। ଟ୍ରିନିଟି ମେକାନିଜିମର ପ୍ରଣାଳୀ ଅନ୍ତର୍ଗତ ଗ୍ରାମ କମିଟି ଅଧିକାରୀ, ପୋଲିସ ଅଧିକାରୀ, କେନ୍ଦ୍ରୀୟ ଅଧିକାରୀଙ୍କ ଏକ ଟିମ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିଥାନ୍ତି।

ଉଇଗର ମୁସଲମାନଙ୍କ ଦମନରେ ଚାଇନାର ପଦକ୍ଷେପ ଉପରେ ପାକିସ୍ତାନ ନୀରବ ରହିଛି। ଗତ ସପ୍ତାହରେ ଉଇଗର ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଥିଲେ ଯେ, ମାନବିକ ଅଧିକାର ଉପରେ ଏଭଳି ପ୍ରହାର ଅନୈତିକ। ସେ କହିଥିଲେ ପାକିସ୍ତାନ ଉଇଗର ପ୍ରସଙ୍ଗରେ ଚାଇନା ସହିତ କଥା ହୋଇଛି ଏବଂ ଏହାର ଉତ୍ତର ମଧ୍ୟ ପାଇଛି। ତେବେ ଇମ୍ରାନ୍‌ଙ୍କ ନୀବରତା ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri