ଚାଇନାରେ ଉଇଗରଙ୍କ ନରସଂହାର…

ସିଡ୍‌ନୀ/ବେଜିଂ,୨୩।୧୦: ଉଇଗର ମୁସଲମାନଙ୍କ ଦମନ ଜିନଜିଆନ ପ୍ରଦେଶରେ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଛି। ଚାଇନାରେ ଉଇଗର ମୁସଲମାନଙ୍କ ନରସଂହାର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲାବେଳେ ପାକିସ୍ତାନ ପକ୍ଷରୁ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରାଯାଉଛି। ସମ୍ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ବର୍ତ୍ତମାନ ଅଷ୍ଟ୍ରେଲୀୟ ନୀତି ପ୍ରତିଷ୍ଠାନର ରିପୋର୍ଟ ମଧ୍ୟ ବେଜିଂ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ କେବଳ ଉଇଗର ନୁହେଁ, ଚାଇନାର କମ୍ୟୁନିଷ୍ଟ ସରକାର ସାଧାରଣ ଲୋକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

ଯେ କୌଣସି ବିଦ୍ରୋହକୁ ଦମନ କରିବା ପାଇଁ, ଅମାନବୀୟ ପ୍ରଣାଳୀ ସରକାର ଗ୍ରହଣ କରିଛନ୍ତି। ଏହି ରିପୋର୍ଟ ଜିନଜିଆନରେ ଚାଇନା ସରକାରଙ୍କ ପକ୍ଷରୁ ଜାରି ରହିଥିବା ଏକଛତ୍ରବାଦୀ ଶାସନକୁ ନିନ୍ଦା କରାଯାଇଛି। ଏହି ରିପୋର୍ଟକୁ ‘ଦ ଆର୍କି;ଟକଚର ଅଫ୍‌ ରିପ୍ରେଶନ: ଅନ୍‌ପ୍ୟାକିଂ ଜିନଜିଆନ ଗଭର୍ନାନ୍ସ’ ଭାବେ ନାମିତ କରାଯାଇଛି। ଏହି ରିପୋର୍ଟ ଦର୍ଶାଯାଇଛି ଯେ, ୨୦୧୪ ପରଠାରୁ ଜିନଜିଆଙ୍ଗରେ ଉଇଗର ଏବଂ ତୁର୍କୀ ସଂଖ୍ୟାଲଘୁମାନଙ୍କର ମାନବିକ ଅଧିକାର ଏକ ନିର୍ଦ୍ଦିଷ୍ଟ ରଣନୀତି ଅନୁଯାୟୀ ଦମନ କରାଯାଉଛି।

ବେଜିଂ ପ୍ରଶାସନ ଉଇଗରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ସୂଚନାନୁସାରେ, ଏହି ୮୦ ପୃଷ୍ଠାର ରିପୋର୍ଟରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଚାଇନାର ପ୍ରକୃତ ଚେହେରା ଅନ୍ତର୍ଜାତୀୟସ୍ତରରେ ପର୍ଦ୍ଦାଫାଶ୍‌ ହୋଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଜିନଜିଆଙ୍ଗରେ କମ୍ୟୁନିଷ୍ଟ ପାର୍ଟି ଶାସିତ ରାଜ୍ୟ କିପରି ଉଇଗରଙ୍କ ବିରୁଦ୍ଧରେ ନରସଂହାର ଯୁଦ୍ଧ ଜାରି ରଖିଛି।

ଏହି ଅନୁସନ୍ଧାନକୁ ବ୍ରିଟେନର ବୈଦେଶିକ, କମନୱେଲଥ ଏବଂ ଡେଭଲପମେଣ୍ଟ ଅଫିସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅନୁସନ୍ଧାନରେ ଉଇଗରଙ୍କ ଜୀବନ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଟ୍ରିନିଟି ମେକାନିଜିମର ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି। ୨୦୧୪ରେ, ଆତଙ୍କବାଦ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ଜିନଜିଆଙ୍ଗର କିଛି ଅଞ୍ଚଳରେ ଏହାର ବ୍ୟବହାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଏହି ଅଞ୍ଚଳର ପ୍ରାୟ ସବୁ ସ୍ଥାନରେ ଜାରି ରହିଛି। ଟ୍ରିନିଟି ମେକାନିଜିମର ପ୍ରଣାଳୀ ଅନ୍ତର୍ଗତ ଗ୍ରାମ କମିଟି ଅଧିକାରୀ, ପୋଲିସ ଅଧିକାରୀ, କେନ୍ଦ୍ରୀୟ ଅଧିକାରୀଙ୍କ ଏକ ଟିମ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିଥାନ୍ତି।

ଉଇଗର ମୁସଲମାନଙ୍କ ଦମନରେ ଚାଇନାର ପଦକ୍ଷେପ ଉପରେ ପାକିସ୍ତାନ ନୀରବ ରହିଛି। ଗତ ସପ୍ତାହରେ ଉଇଗର ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଥିଲେ ଯେ, ମାନବିକ ଅଧିକାର ଉପରେ ଏଭଳି ପ୍ରହାର ଅନୈତିକ। ସେ କହିଥିଲେ ପାକିସ୍ତାନ ଉଇଗର ପ୍ରସଙ୍ଗରେ ଚାଇନା ସହିତ କଥା ହୋଇଛି ଏବଂ ଏହାର ଉତ୍ତର ମଧ୍ୟ ପାଇଛି। ତେବେ ଇମ୍ରାନ୍‌ଙ୍କ ନୀବରତା ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?