Posted inଜାତୀୟ

ଉଦ୍ଧବଙ୍କ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ, ଜାନୁୟାରୀ ୨୩ରେ ଶେଷ ହେଉଛି କାର୍ଯ୍ୟକାଳ…

ମୁମ୍ବାଇ,୨୨।୧ : ଶିବସେନାରେ ବିଦ୍ରୋହ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଶିବସେନା ଉଦ୍ଧବ ବାଲାସାହେବ ଠାକରେର ନେତା ଉଦ୍ଧବ ଠାକରେଙ୍କର ଦଳୀୟ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ ପଡ଼ିଛି। ସେ ଦଳର ମୁଖ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତାଙ୍କର ଅଧ୍ୟକ୍ଷ କାର୍ଯ୍ୟକାଳ ଜାନୁଆରୀ ୨୩ ରେ ଶେଷ ହେବାକୁ ଯାଉଛି।

ଶିବସେନାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଧବ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ଉଭୟ ଦଳ ପ୍ରକୃତ ଶିବସେନା ବୋଲି ଦାବି କରୁଛନ୍ତି। ଶୁକ୍ରବାର ନିର୍ବାଚନ ଆୟୋଗରେ ହୋଇଥିବା ଶୁଣାଣି ସମୟରେ ଉଦ୍ଧବ ଦଳର ପରାମର୍ଶଦାତା ପାର୍ଟିରେ ଆଭ୍ୟନ୍ତରୀଣ ନିର୍ବାଚନ କରିବାକୁ କିମ୍ବା ସ୍ଥିତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ଆୟୋଗ ଏହା ଉପରେ ନୀରବ ରହିଛନ୍ତି।

ଜାନୁଆରୀ ୩୦ ସୁଦ୍ଧା ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ ଆୟୋଗ ଉଭୟ ଗୋଷ୍ଠୀଙ୍କୁ କହିଛନ୍ତି। ବାଲ ଠାକରେଙ୍କ ମୃତ୍ୟୁ ପରେ ଉଦ୍ଧବ ୨୦୧୩ରେ ଏବଂ ପରେ ୨୦୧୮ ରେ ଶିବସେନା ମୁଖ୍ୟ ହୋଇଥିଲେ। ବାଲ ଠାକରେଙ୍କ ପରେ ଦଳର କୌଣସି ମୁଖ୍ୟ ନାହାଁନ୍ତି ବୋଲି ନିର୍ବାଚନ ଆୟୋଗରେ ଶିନ୍ଦେଙ୍କ ଦଳ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri