Posted inଜାତୀୟ

ଶିନ୍ଦେଙ୍କୁ ସମର୍ଥନ ଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ,୩୦।୭: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳକୁ ଏକାଠି ରଖିବାରେ ସେ ଏକପ୍ରକାର ସଂଘର୍ଷ କରୁଛନ୍ତି। ଏହି ସମୟରେ ତାଙ୍କୁ ଆଉ ଏକ ରାଜନୈତିକ ଝଟକା ଲାଗିଛି। ବିଦ୍ରୋହୀ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜକୁ ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଲିଗାସି ଦାବି କରିଆସୁଥିବାବେଳେ ଉଦ୍ଧବଙ୍କ ପୁତୁରା ନିହାର ଠାକ୍‌ରେ ତାଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି।
ନିହାର ହେଉଛନ୍ତି ବାଲ୍‌ ଠାକ୍‌ରେଙ୍କ ବଡ଼ପୁଅ ବିନ୍ଦୁମାଧବ ଠାକ୍‌ରେଙ୍କ ପୁଅ। ଚଳଚ୍ଚିତ୍ର ପ୍ରଯୋଜକ ଥିବା ବିନ୍ଦୁମାଧବଙ୍କର ୧୯୯୬ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ନିହାର ରାଜନୀତିରେ ପୋଖତ ନ ଥିଲେ ମଧ୍ୟ ପରିବାର ସଦସ୍ୟ ବିଦ୍ରୋହୀ ଶିବିରରେ ଯୋଗଦେବା ଉଦ୍ଧବଙ୍କୁ ଅଡ଼ୁଆରେ ପକାଇଛି। ନିକଟରେ ଉଦ୍ଧବଙ୍କ ଭାଇ ଜୟଦେବଙ୍କ ପୂର୍ବତନ ସ୍ତ୍ରୀ ସ୍ମିତା ଠାକ୍‌ରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ୨୦୧୨ରେ ବାଲ୍‌ ଠାକ୍‌ରେଙ୍କ ଦେହାନ୍ତ ପରେ ତାଙ୍କ ଇଚ୍ଛାପତ୍ରଙ୍କୁ ନେଇ ବିବାଦ ଦେଖାଦେଇଥିଲା। ସେବେଠାରୁ ଊଦ୍ଧବଙ୍କର ଅନ୍ୟ ଦୁଇଭାଇଙ୍କ ପରିବାର ସହ ଭଲ ସମ୍ପର୍କ ନାହିଁ। ନିହାର ଜଣେ ଆଇନଜୀବୀ ହୋଇଥିବାବେଳେ ଭାଜପା ନେତା ହର୍ଷବର୍ଦ୍ଧନ ପାଟିଲଙ୍କ ଝିଅ ଅଙ୍କିତାଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri