ଉଦୟ ବିହାର, ନୁହେଁ କାହାର

ପାରାଦୀପ,୧୯ା୧୦(ଶରତ ରାଉତ)ପାରାଦୀପର ପ୍ରବେଶପଥ ଦୋଛକି ପାଖରେ ରହିଛି ଉଦୟବିହାର କଲୋନି। ୫୩ ନଂ. ଜାତୀୟ ରାଜପଥ ପାଖରେ ଏହି କଲୋନି ୨୦ବର୍ଷ ହେଲା ହେଲାଣି। ଭୌଗୋଳିକ ଅବସ୍ଥିତି ପାରାଦୀପ ପୌରପାଳିକା ମଧ୍ୟରେ ରହିଛି। କିନ୍ତୁ ସରକାରୀ ନଥିପତ୍ରରେ ତାହା ନୂଆଗଡ ପଞ୍ଚାୟତ ଅଧୀନରେ ଯାଉଛି। ସେଠାରେ ବସବାସ କରୁଥିବା ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପାରାଦୀପ ପୌରପାଳିକା ମଧ୍ୟରେ ଭୋଟର ତାଲିକା ମଧ୍ୟରେ ଅଛନ୍ତି। ଆଉ ଅର୍ଦ୍ଧେକ ପଞ୍ଚାୟତ ଭୋଟର ତାଲିକାରେ ରହିଛନ୍ତି। ଉକ୍ତ କଲୋନିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସ୍ବଚ୍ଛଳ ବର୍ଗରେ ଯାଉଛନ୍ତି। କାରଣ ପାରାଦୀପ ବନ୍ଦର ଚାକିରିରୁ ଅବସର ନେଇଥିବା ଅଧିକାଂଶ ଲୋକ ସେଠାରେ ଜାଗା କିଣି ଘରବାଡି କରି ରହୁଛନ୍ତି। କିନ୍ତୁ ସେଠାକାର ମୌଳିକ ସମସ୍ୟା ରାସ୍ତା, ପାନୀୟଜଳ ଯୋଗାଣ, ସରକାରୀ ଯୋଜନା, ସ୍କୁଲ ଆଦି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। ଯେଉଁଥିପାଇଁ ଉଦୟବିହାର ଉନ୍ନୟନ କମିଟି ୪ ବର୍ଷ ହେଲା ଦ୍ୱେତ ପ୍ରଶାସନ (କୁଜଙ୍ଗ ବ୍ଲକ ଓ ପାରାଦୀପ ପୌରପାଳିକା) ପାଖରେ ଦାବି କରୁଛନ୍ତି। କିନ୍ତୁ ତାଙ୍କର ରାସ୍ତା ନିର୍ମାଣ କାମ ହେଉନାହିଁ। ଏମିତି ଅନେକ ଅଭିଯୋଗ କରିବା ପରେ ଶେଷରେ ୫-ଟି ସଚିବଙ୍କ ଜୁନ୍‌ ୨୯ରେ ଜଣାଇଥିଲେ। ସଚିବ ମଧ୍ୟ ତତ୍କାଳ ପଦକ୍ଷେପ ନେବା ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନକୁ ଲେଖିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଗତ ୨୩ା୮ା୨୦୨୩ରେ ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତଙ୍କୁ ଉଦୟବିହାର କମିଟି ସମ୍ପାଦକ ଶିବ ବିଶ୍ୱାଳ, ନବଘନ ପରିଡା, ଟୁନିଲତା ବଳ, ଧରଣୀଧର ମହାପାତ୍ର, ବୁବୁନା ତାରଣିଆ, କାହ୍ନୁ ମଲ୍ଲିକ ପ୍ରମୁଖ ଲିଖିତ ଭାବେ (ଚିଠି ନଂ. ୬୭୬)ଜଣାଇ ଥିଲେ। ଏହାର ଉତ୍ତରରେ ଉଦୟବିହାର କଲୋନିର ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ପୌରପାଳିକା କରି ପାରିବ ନାହିଁ। କାରଣ ଏହା ପୌରପାଳିକା ସୀମା ବହିର୍ଭୁକ୍ତ । ଏପରି ଚିଠି ପାଇବା ପରେ କଲୋନି କମିଟି ବୁଧବାର ଜଗତ୍‌ସିଂହପୁର ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛି। ସେଥିରେ ଦର୍ଶାଯାଇଛି, ୨ ବର୍ଷ ହେଲା ଅନେକ ଥର ଆମ ଅଭିଯୋଗ ଦେବାପରେ ମଧ୍ୟ କୌଣସି ସମାଧାନ ହେଉନାହିଁ। ତେଣୁ ଆସନ୍ତା ୧୫ଦିନ ପରେ କୁଜଙ୍ଗ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଓ ଶିଳ୍ପ ସଂସ୍ଥା ବୃଦ୍ଧି ହେବା ପରେ ପୌରପାଳିକା ସୀମା ନିର୍ଦ୍ଧାରଣ ଓ ସମ୍ପ୍ରସାରଣ ପାଇଁ ସରକାରୀ ଭାବେ ୨୦୧୪ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ୨୦୧୮ରେ ପୌରପାଳିକା ମଧ୍ୟରେ ଇଫ୍‌କୋ, ଏଏମ୍‌ଏନ୍‌ଏସ୍‌, ତୈଳ ବିଶୋଧନାଗାର, ଉଦୟବିହାର କଲୋନି, ମୂଷାଡିଆ, ବିଜୟଚାନ୍ଦପୁର,ଚନକଣ, ଉଦୟବଟ ଧାମ ମିଶ୍ରଣ ପାଇଁ ତତ୍କାଳୀନ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ଉଦ୍ୟମ କରିଥିଲେ। ସେତେବେଳେ ନୂଆଗଡ ପଞ୍ଚାୟତର କେତେଜଣ ଲୋକ ବିରୋଧ କରି ହାଇକୋର୍ଟରେ ଅଭିଯୋଗ କରିବା ପରେ ତାହା ବନ୍ଦ ରହିଛି। ସେବେଠାରୁ ପୌରପାଳିକା ସମ୍ପ୍ରସାରଣ ପ୍ରସଙ୍ଗ ଆଉ ଆସିନାହିଁ। ରାଜନୈତିକ ହସ୍ତକ୍ଷେପ ମଧ୍ୟ କେତେକାଂଶରେ ରହିଥିବା ଜଣାଯାଏ। ପାରାଦୀପରୁ ଭିତରଗଡ ପର୍ଯ୍ୟନ୍ତ ପୌରପାଳିକା ସୀମା ରହିଛି। ପିପିଏଲ ଛକ ପରେ ଉଦୟବିହାର ତା’ ପରେ ଭିତରଗଡ। କିନ୍ତୁ ଉଦୟବିହାର ନୂଆଗଡ଼ ପଞ୍ଚାୟତ ଅଧୀନରେ ରହିଛି। ସେହିପରି ପାରାଦୀପଗଡ଼ ପଞ୍ଚାୟତ ଅଧୀନର ରହିଛି ଚନକଣ ଗ୍ରାମ। ଯାହା ପାରାଦୀପର ଷଣ୍ଢକୁଦ ବସ୍ତି ପାଖରେ। ସେହି ଚନକଣ ଗଡ଼ ପଞ୍ଚାୟତର ୨୫ ନଂ. ୱାର୍ଡ ରହିଛି। ଚନକଣ ଲୋକେ ସେମାନଙ୍କ ମୌଳିକ ସୁବିଧା ପାଇଁ ପାରାଦୀପ ସହର ଅତିକ୍ରମ କରି ଗଡ ପର୍ଯ୍ୟନ୍ତ ଯାଇଥାନ୍ତି। ଯାହାର ଦୂରତା ପ୍ରାୟ ୨୦ କିମି। ସେହିପରି ବିଜୟଚାନ୍ଦପୁର ବସ୍ତି ଅଠରବାଙ୍କି ଲକପଡା ପାଖରେ। ପାରାଦୀପ ପୌରପାଳିକା ୨ ନଂ. ୱାର୍ଡ ସୀମା ମଧ୍ୟରେ ରହିଛି। କିନ୍ତୁ ସେହି ବସ୍ତି ନୂଆଗଡ ପଞ୍ଚାୟତ ଅଧୀନରେ ରହିଛି। ଏମିତି ଅନେକ ତାରତମ୍ୟ ବସ୍ତି କଲୋନିରେ ରହିଛି। ଯେଉଁଥିପାଇଁ କେତେଜଣ ଲୋକ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଥିବା ବେଳେ ଆଉ ଅନ୍ୟ ଲୋକ ଦ୍ୱେତ ଶାସନର ଫାଇଦା ନେଉଛନ୍ତି। ଯଥା ରାଶନକାର୍ଡ ୨ ଜାଗାରେ ଦର୍ଶାଇ ସୁବିଧା ନେଉଛନ୍ତି। ଦୁଇ ସ୍ଥାନରେ ଅଲଗା ଅଲଗା ସମୟରେ ଭୋଟ ଦେଉଛନ୍ତି। ଏହାର ସୀମା ନିର୍ଦ୍ଧାରଣ ସମସ୍ୟା ସମାଧାନ ପାଇଁ ଉଦୟବିହାର କଲୋନି ବାସିନ୍ଦା ପ୍ରୟାସ ଜାରି ରଖିଛନ୍ତି। ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତଙ୍କୁ ପଚାରିବାରେ ଉକ୍ତ କଲୋନି ରାସ୍ତା ଓ ଡ୍ରେନ ପାଇଁ ଆମେ ମଧ୍ୟ ଅନେକ ଥର ପ୍ରସ୍ତାବ ଦେଲୁଣି। କିନ୍ତୁ ପଞ୍ଚାୟତ ପାଇଁ ଆସୁଥିବା ବଜେଟ ମଧ୍ୟରେ ତାହା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି। ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ଯେହେତୁ ଆମ ସୀମା ମଧ୍ୟରେ ତାହା ଯାଉନି ସେଠାରେ କିଛି କରି ପାରୁନାହିଁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri