Posted inଫୁରସତ

ଅର୍ଡର ଦେବେ କ’ଣ, ଗ୍ରାହକଙ୍କ ଖାଦ୍ୟ ଚୋରାଇଲେ ଉବର ଇଟ୍ସର ଡେଲିଭରି ବୟ, ଜଣାପଡ଼ିବା ପରେ…

ନୂଆଦିଲ୍ଲୀ: ଘରଠାରୁ ଦୂରରେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ହାତ ପାହାନ୍ତାରେ ଖାଦ୍ୟ ମିଳିବା ବଡ଼ କଥା। ବିଭିନ୍ନ କମ୍ପାନୀ ଲୋକଙ୍କର ଏଭଳି ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ ମୁତାବକ ଖାଦ୍ୟ ହୋମ୍‌ ଡେଲିଭରି ସେବା ଯୋଗାଇ ଦେଉଛନ୍ତି। ହେଲେ ବିଗତ ଦିନରେ ଡେଲିଭରି ଦେଉଥିବା ଲୋକଙ୍କ ଆଚରଣ ଚର୍ଚ୍ଚାରେ ରହିଆସିଛି। ସେହିଭଳି ଏକ ଘଟଣାକ୍ରମରେ ଉବର ଇଟ୍ସର ଜଣେ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଉକ୍ତ ଯୁବକଜଣଙ୍କ ରାସ୍ତାରେ ବସି ଗ୍ରାହକ ଅର୍ଡର ଦେଇଥିବା ଖାଦ୍ୟକୁ ଚୋରାଉଥିବା ଦେଖାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଯୁବକଜଣଙ୍କ ନିଜ ହାତରେ କିଛି ନୁଡୁଲ୍ସକୁ ଅଲଗା କରି ଏକ ପ୍ଲାଷ୍ଟିକ୍‌ ପାତ୍ରରେ ରଖୁଥିବା ଦେଖାଯାଇଛି। ଏହାପରେ ସେ କିଛି ଖଣ୍ଡ ଚିକେନ ଏବଂ ସୁପ୍‌ ମଧ୍ୟ ବାହାର କରି ଉକ୍ତ ପ୍ଲାଷ୍ଟିକ୍‌ ପାତ୍ରରେ ରଖୁଛନ୍ତି। ପରେ ସେ ପୁନର୍ବାର ପାର୍ସଲଟିକୁ ସିଲ୍‌ କରି ସେଠାରୁ ଚାଲିଯାଉଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଉବର ଇଟ୍ସ ପଦକ୍ଷେପ ନେଇଛି। ସେ ଡେଲିଭରି ଦେଉଥିବା ଉକ୍ତ ଯୁବକଙ୍କୁ ବରଖାସ୍ତ କରିବା ସହ ଗ୍ରାହକଙ୍କୁ କ୍ଷମା ମାଗିଛି।

କହିରଖୁଛୁ, ହୋମ ଡେଲିଭରି ଦେଉଥିବା ଯୁବକଙ୍କ ଏଭଳି ଆଚରଣ ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବରୁ ଲଣ୍ଡନରୁ ଏକ ସମାନ ଖବର ସାମ୍ନାକୁ ଆସିଥିଲା। ଏଥିରେ ଜଣେ ଆଇନ ଛାତ୍ର ଖାଇବା ଅର୍ଡର ଦେଇଥିଲେ, ହେଲେ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନ ଥିଲା। ସେ ଡେଲିଭରି ବୟଙ୍କୁ ଅପେକ୍ଷା କରିଥିଲେ ହେଁ ସେ ତାଙ୍କୁ ଖାଦ୍ୟ ଖାଇଦେଇଥିବା ନେଇ ଏକ ମେସେଜ ପଠାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri