Posted inଫୁରସତ

ଅର୍ଡର ଦେବେ କ’ଣ, ଗ୍ରାହକଙ୍କ ଖାଦ୍ୟ ଚୋରାଇଲେ ଉବର ଇଟ୍ସର ଡେଲିଭରି ବୟ, ଜଣାପଡ଼ିବା ପରେ…

ନୂଆଦିଲ୍ଲୀ: ଘରଠାରୁ ଦୂରରେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ହାତ ପାହାନ୍ତାରେ ଖାଦ୍ୟ ମିଳିବା ବଡ଼ କଥା। ବିଭିନ୍ନ କମ୍ପାନୀ ଲୋକଙ୍କର ଏଭଳି ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ ମୁତାବକ ଖାଦ୍ୟ ହୋମ୍‌ ଡେଲିଭରି ସେବା ଯୋଗାଇ ଦେଉଛନ୍ତି। ହେଲେ ବିଗତ ଦିନରେ ଡେଲିଭରି ଦେଉଥିବା ଲୋକଙ୍କ ଆଚରଣ ଚର୍ଚ୍ଚାରେ ରହିଆସିଛି। ସେହିଭଳି ଏକ ଘଟଣାକ୍ରମରେ ଉବର ଇଟ୍ସର ଜଣେ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଉକ୍ତ ଯୁବକଜଣଙ୍କ ରାସ୍ତାରେ ବସି ଗ୍ରାହକ ଅର୍ଡର ଦେଇଥିବା ଖାଦ୍ୟକୁ ଚୋରାଉଥିବା ଦେଖାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଯୁବକଜଣଙ୍କ ନିଜ ହାତରେ କିଛି ନୁଡୁଲ୍ସକୁ ଅଲଗା କରି ଏକ ପ୍ଲାଷ୍ଟିକ୍‌ ପାତ୍ରରେ ରଖୁଥିବା ଦେଖାଯାଇଛି। ଏହାପରେ ସେ କିଛି ଖଣ୍ଡ ଚିକେନ ଏବଂ ସୁପ୍‌ ମଧ୍ୟ ବାହାର କରି ଉକ୍ତ ପ୍ଲାଷ୍ଟିକ୍‌ ପାତ୍ରରେ ରଖୁଛନ୍ତି। ପରେ ସେ ପୁନର୍ବାର ପାର୍ସଲଟିକୁ ସିଲ୍‌ କରି ସେଠାରୁ ଚାଲିଯାଉଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଉବର ଇଟ୍ସ ପଦକ୍ଷେପ ନେଇଛି। ସେ ଡେଲିଭରି ଦେଉଥିବା ଉକ୍ତ ଯୁବକଙ୍କୁ ବରଖାସ୍ତ କରିବା ସହ ଗ୍ରାହକଙ୍କୁ କ୍ଷମା ମାଗିଛି।

କହିରଖୁଛୁ, ହୋମ ଡେଲିଭରି ଦେଉଥିବା ଯୁବକଙ୍କ ଏଭଳି ଆଚରଣ ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବରୁ ଲଣ୍ଡନରୁ ଏକ ସମାନ ଖବର ସାମ୍ନାକୁ ଆସିଥିଲା। ଏଥିରେ ଜଣେ ଆଇନ ଛାତ୍ର ଖାଇବା ଅର୍ଡର ଦେଇଥିଲେ, ହେଲେ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନ ଥିଲା। ସେ ଡେଲିଭରି ବୟଙ୍କୁ ଅପେକ୍ଷା କରିଥିଲେ ହେଁ ସେ ତାଙ୍କୁ ଖାଦ୍ୟ ଖାଇଦେଇଥିବା ନେଇ ଏକ ମେସେଜ ପଠାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri