ଆମେରିକାର ବାଣିଜ୍ୟ ଯୁଦ୍ଧ, ଚାଇନା ସାମଗ୍ରୀ କିଣିବା ମନା…

ଓ୍ବାଶିଟନ, ୧୫।୧୨: ଆମେରିକାର ପ୍ରତିନିଧିସଭାରେ ଉଇଗର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନର ଅନ୍ତିମ ସଂସ୍କରଣ ପାରିତ ହୋଇଛି। ଏହି ବିଲରେ ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଇଗର ସ୍ବୟଂଶାସିତ ଅଞ୍ଚଳରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ନିର୍ମିତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରାବଧାନ ରହିଛି। ପ୍ରତିନିଧିସଭାରେ ମଙ୍ଗଳବାର ରାତିରେ ଭଏସ ଭୋଟରେ ଏହି ବିଲ ପାରିତ ହୋଇଛି।

ବର୍ତ୍ତମାନ ଏହି ବିଲକୁ ଆଲୋଚନା ପାଇଁ ସିନେଟକୁ ପଠାଯିବ । ପ୍ରତିନିଧିସଭାରେ ଗତ ସପ୍ତାହରେ ଏହି ବିଲ୍‌ ୪୨୮-୧ରେ ବିଲ ପାରିତ ହୋଇଥିଲା ଏବଂ ସିନେଟରେ ଗତ ଜୁଲାଇରେ ଭଏସ ଭୋଟରେ ଏହାକୁ ପାରିତ କରାଯାଇଥିଲା। ଚଳିତ ସପ୍ତାହରେ ଉଭୟ ଗୃହ ବିଲର ଅନ୍ତିମ ସଂସ୍କରଣରେ ସହମତି ପ୍ରକାଶ କରିଥିଲେ।

ଉଇଗର, କାଜାକୀ, ର୍କିଗିଜ, ତିବ୍ଦତୀୟ କିମ୍ବା ଚାଇନାର ଅନ୍ୟ ନିର୍ଯାତିତ ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜିନଜିଆନର ଉଇଗର ସ୍ବୟଂଶାସିତ ଅଞ୍ଚଳରୁ ଏସବୁ ସାମଗ୍ରୀର ଆମଦାନୀ ତଥା ବାଣିଜ୍ୟକୁ ନିଷେଧ କରାଯାଇଛି। ଆମେରିକାର ରାଷ୍ଟ୍ରପତିଙ୍କୁ ଏହି ପ୍ରତିବନ୍ଧକ ଲାଗୁ କରାଇବାକୁ ଅନୁରୋଧ କରାଯାଇଛି। ଉଇଗର ସମ୍ପ୍ରଦାୟଙ୍କୁ ନିର୍ଯାତନା ଦେବା ଏବଂ ଅନିଚ୍ଛାକୃତ ଶ୍ରମର ବ୍ୟବହାର ପାଇଁ ଦାୟୀ ଅଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇବା ନେଇ ମଧ୍ୟ କୁହାଯାଇଛି।

ଚାଇନାରେ ଉଇଗୁରୁ ମୁସଲମାନମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଆମେରିକା ଏହି ପଦକ୍ଷେପ ନେଇଛି। ଖବରକାଗଜ ବ୍ଲୁମବର୍ଗ ଏହାର ରିପୋର୍ଟରେ ଏହି ସୂଚନା ଦେଇଛି। ଆମେରିକାର ଏହି ପଦକ୍ଷେପ ଯୋଗୁ ଚାଇନାକୁ ଏକ ବଡ ଝଟ୍‌କା ଲାଗିଛି। ଜିନଜିଆଙ୍ଗରେ, ଉଇଗରମାନଙ୍କୁ କାମ କରିବାକୁ ବାଧ୍ୟ କରାଯାଉଛି। ସେମାନେ ଏହାର ପ୍ରତିବାଦ କଲେ ନିର୍ଯାତନା ଦିଆଯାଉଛି । ଏପରିକି ସେମାନଙ୍କୁ ସର୍ବନିମ୍ନ ମଜୁରୀଠାରୁ କମ ଦରମା ଦିଆଯାଉଛି। ଆମେରିକା ପକ୍ଷରୁ ଲଗାତାର ଏହାର ପ୍ରତିବାଦ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?