ରାଜନୈତିକ ଚାପ ଆଗରେ ନୋଇବେନି ଆମେରିକା ଔଷଧ କମ୍ପାନୀ: ସୁରକ୍ଷା ପ୍ରମାଣ ପରେ ଆସିବ କରୋନା ଟୀକା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୯: ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଶୀଘ୍ର କରୋନା ଟୀକା ବଜାରକୁ ଆଣିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏହାଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରାଯିବାର ଆଶା ରହିଛି। ତେବେ କୌଣସି ରାଜନୈତିକ ଚାପ ଆଗରେ ଆମେରିକା ଔଷଧ କମ୍ପାନୀଗୁଡ଼ିକ ମୁଣ୍ଡ ନୋଇବେନି ବୋଲି ରୋକ୍‌ ଠୋକ୍‌ କହିଦେଇଛନ୍ତି। ସୁରକ୍ଷିତ ଏବଂ କରୋନା ବିରୋଧରେ ପ୍ରଭାବଶାଳୀ ହେଉଥିବା ପ୍ରମାଣ ମିଳିବା ପରେ ଟୀକାକୁ ବଜାରକୁ ଛଡ଼ାଯିବ ବୋଲି ଔଷଧ କମ୍ପାନୀଗୁଡ଼ିକ କହିଛନ୍ତି। ଫାଇଜର, ଜନସନ୍‌ ଆଣ୍ଡ୍‌ ଜନସନ୍‌ ଏବଂ ମୋଡର୍ନା ଆଦି ୩ ଔଷଧ କମ୍ପାନୀଗୁଡ଼ିକ ପକ୍ଷରୁ ଏସମ୍ପର୍କିତ ଏକ ମିଳିତ ବିବୃତି ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଗଣମାଧ୍ୟମ ସଂସ୍ଥା ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ ଅନୁସାରେ ଏହି ମିଳିତ ବିବୃତିକୁ ଏବେ ଚୂଡାନ୍ତ ରୂପ ଦିଆଯାଉଛି। ଫାଇଜର ଏବଂ ମୋଡର୍ନା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟୀକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଜାରି ରହିଛି। ଅପର ପକ୍ଷରେ ଜନସନ୍‌ ଆଣ୍ଡ୍‌ ଜନସନ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟୀକାର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଟ୍ରାଏଲ୍‌ ପରେ ସୁରକ୍ଷା ପ୍ରମାଣ ପତ୍ର ଆଧାରରେ ଟୀକାର ବଜାର ପ୍ରବେଶ କରାଯିବ। କୌଣସି ରାଜନୈତିକ ଦଳର ଫାଇଦା ପାଇଁ ସମୟ ପୂର୍ବରୁ କରୋନା ଟୀକାକୁ ବଜାରକୁ ଅଣାଯିବ ନାହିଁ ବୋଲି ସମ୍ପୃକ୍ତ କମ୍ପାନୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri