ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି

ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା ବ୍ୟତୀତ ତୃତୀୟ କାରଣ ହେଉଛି ୟୁରୋପରେ ରୁଷିଆର ଗ୍ୟାସ ଏବଂ ତୈଳ ଯୋଗାଣ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ ରୁଷିଆ ସେଣ୍ଟ୍ରାଲ ଏସିଆନ ଷ୍ଟଡିଜ, ସେଣ୍ଟ୍ରାଲ ଏସିଆନ ଷ୍ଟଡିଜ (CR & CAS)ର ପ୍ରଫେସର ଅନୁରାଧା ଶିନୋଏ କହିଛନ୍ତି, ସମଗ୍ର ୟୁରୋପ ରୁଷିଆର ଗ୍ୟାସ ଏବଂ ତୈଳ ଯୋଗାଣ ଉପରେ ନିର୍ଭର କରେ। ଆମେରିକା ଏହି ଟେନସନର ବାହାନା କରି ଚାହୁଁଛି ଯେ, ୟୁରୋପରେ ଯାଉଥିବା ଏହି ଯୋଗାଣ ବନ୍ଦ ହେବା ଉଚିତ୍‌। ତାଙ୍କ କହିବାନୁସାରେ, ଆମେରିକା ପ୍ରତି ମୁହୂର୍ତ୍ତରେ ଚାହୁଁଛି ରୁଷିଆରୁ ୟୁରୋପକୁ ଯୋଗାଯାଉଥିବା ଗ୍ୟାସ ଏବଂ ତେଲ ଆମେରିକାରୁ ଯାଉ। ଆମେରିକା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଅଧିକ ତିକ୍ତତା ସୃଷ୍ଟି କରିବାକୁ ଚାହୁଁଛି। ଆମେରିକା ଏହାର ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛି।

ରୁଷିଆ ନର୍ଡ ଷ୍ଟ୍ରିମ-୨ ଗ୍ୟାସ ପାଇପ୍‌ଲାଇନକୁ ଅନୁମୋଦନ ନ କରିବା ପାଇଁ ଆମେରିକା ୟୁରୋପର ବୃହତ୍ତମ ଅର୍ଥନୀତି ଜର୍ମାନୀ ଉପରେ ଚାପ ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ଆମେରିକା ୟୁରୋପର ଅନ୍ୟାନ୍ୟ ଦେଶରେ ମଧ୍ୟ ଯୋଗ ଦେଇଛି। ୟୁରୋପର ଦେଶଗୁଡିକ, ଆମେରିକା ସହିତ ମିଶି ଏହି ଗ୍ୟାସ ପାଇପଲାଇନକୁ ଅନୁମୋଦନ ନ କରିବାକୁ ଜର୍ମାନୀ ଉପରେ ଚାପ ପକାଉଛନ୍ତି । ଆମେରିକା ଏହାର ସ୍ବାର୍ଥ ସାଧନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି। ତେବେ ଏହି ଚାପ କୌଣସି ଉପାୟରେ ସାଧିତ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆର ନୂଆ ରାଜଧାନୀ ନୁସନ୍ତରା…

ଜାକର୍ତା, ୧୯।୧ : ଇଣ୍ଡୋନେସିଆର ସଂସଦ ଦେଶର ନୂତନ ରାଜଧାନୀ ପାଇଁ ଏକ ଆଇନ ଅନୁମୋଦନ କରିଛି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ବୁଡ଼ିଯିବାର ଆଶଙ୍କା ବୃଦ୍ଧି...

ପ୍ରଶାସନକୁ ବିରୋଧ କଲା ଗଣମାଧ୍ୟମ: ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳାରଙ୍ଗରେ ହେଲା ଛପା

ମେଲବୋର୍ନ,୨୧।୧୦: ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦେଶର ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳା ରଙ୍ଗରେ ଛପା ହୋଇଛି।...

ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ଲାଗିଲା କଟକଣା

ଇସଲାମାବାଦ୍‌,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍‌ଆର୍‌ଏ) ନୋଟିସ ଜାରି କରି ଏହି...

ଇଥିଓପିଆର ଟିଗ୍ରେରେ ଭୋକ ଯୋଗୁଁ ୧ଲକ୍ଷ ଶିଶୁଙ୍କର ହେବ ମୃତ୍ୟୁ!

ନୈରୋବି,୩୧ ।୭: ଆସନ୍ତା ବର୍ଷ ଇଥିଓପିଆର ସଙ୍କଟଗ୍ରସ୍ତ ଟିଗ୍ରେ ଅଞ୍ଚଳରେ ୧ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଓ ଏହାର ଅତି କଠୋର ରୂପର ସାମ୍ନା କରିବାକୁ...

ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ

ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର...

ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି

ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ...

ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଏ ଜିତିବ, ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା

ବର୍ଲିନ,୩।୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଲିନରେ ଜର୍ମାନୀର ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି...

ଦଳାଚକଟାରେ ଚାଲିଗଲା ୪୦ ଜୀବନ, ୧୦୦ରୁ ଅଧିକ ଆହତ

ଜେରୁଜେଲମ,୩୦।୪: ଉତ୍ତର ଇସ୍ରାଏଲର ଲାଗ ବି’ ମର୍‌ ବୋନଫାୟାର୍‌ ଫେଷ୍ଟିଭାଲ ଅବସରରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଏହି ଫେଷ୍ଟିଭାଲରେ ଦଳଚକଟା ହେବାରୁ ବହୁ ସଂଖ୍ୟାରେ...

Advertisement
Archives

Model This Week