ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ମହିଳା ବିଚାରପତିଙ୍କ କାର୍‌ ଡ୍ରାଇଭରଙ୍କ ସମେତ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ଏହା ହେଉଛି ଆତଙ୍କବାଦୀଙ୍କ ପକ୍ଷରୁ ସଦ୍ୟତମ ଘାତକ ଆକ୍ରମଣ। ଏହି ହତ୍ୟାକାଣ୍ଡକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି।
କାତାରରେ ତାଲିବାନ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ସତ୍ତ୍ୱେ କାବୁଲରେ ଆତଙ୍କବାଦୀଙ୍କ ସଂହାରଲୀଳା ଜାରି ରହିଛି। ବିଶେଷକରି ହାଇପ୍ରୋଫାଇଲ୍‌ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ହତ୍ୟା କରିବାର ଧାରା ବଜାୟ ରହିଥିବାରୁ ରାଜଧାନୀରେ ଆତଙ୍କର ବାତାବରଣ ଖେଳିଯାଇଛି। ଏହି କ୍ରମରେ ୨ ମହିଳା ବିଚାରପତି ରବିବାର ସକାଳେ କୋର୍ଟର ଏକ କାର୍‌ରେ ଅଫିସକୁ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ପୋଲିସ ଡିଷ୍ଟ୍ରିକ୍ଟ ୪ର ତିଆମନି ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ଆସି ସେମାନଙ୍କ କାର୍‌କୁ ଆଖିବୁଜା ଗୁଳିବର୍ଷା କରିଥିଲେ। ଭୟ ଓ ଆତଙ୍କରେ ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିଲେ। ଗୁଳିମାଡ଼ରେ ଦୁଇ ମହିଳା ବିଚାରପତି ଟଳିପଡ଼ିଥିବାବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୁପ୍ରିମକୋର୍ଟ ମୁଖପାତ୍ର ଅହମ୍ମଦ ଫହିମ କାଓ୍ବିମ୍‌ କହିଛନ୍ତି, ଦେଶର ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଊର୍ଦ୍ଧ୍ୱ ମହିଳା ବିଚାରପତି କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏହି ଦୁଇ ମହିଳା ବିଚାରପତି ଅନ୍ୟତମ। କିନ୍ତୁ ସେ ଉଭୟଙ୍କ ନାମ ପ୍ରକାଶ କରିନାହାନ୍ତି। ୨୦୧୭ ଫେବୃୟାରୀରେ
ଆତଙ୍କବାଦୀମାନେ ଆଫଗାନିସ୍ତାନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଥିଲେ। ଜଣେ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣ କରିବାରୁ ଅଦାଲତର ୨୦ କର୍ମଚାରୀ ନିହତ ଓ ୪୧ ଆହତ ହୋଇଥିଲେ। ନିକଟରେ ରାଜଧାନୀ କାବୁଲ ସମେତ ଅନ୍ୟ ସହରଗୁଡ଼ିକରେ ସ୍ପଷ୍ଟ ଦିବାଲୋକରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ଡାକ୍ତର ଓ ଆଇନଜୀବୀମାନଙ୍କୁ ହତ୍ୟା କରାଯାଇଛି। ସେହିପରି ଗତ ୧୨ ତାରିଖରେ ଆତଙ୍କବାଦୀମାନେ ୨ ମହିଳା ସେନା ଅଧିକାରୀଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ଆଫଗାନ ସରକାର ତାଲିବାନ୍‌କୁ ଦାୟୀ କରିଥିବାବେଳେ ଆତଙ୍କବାଦୀ ସଙ୍ଗଠନ ଏହାକୁ ଖଣ୍ଡନ କରିଛି। ସଦ୍ୟ ଆକ୍ରମଣ ପାଇଁ ମଧ୍ୟ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏଥିରେ ତାଲିବାନ୍‌ର ସମ୍ପୃକ୍ତି ନାହିଁ ବୋଲି ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି। ପ୍ରକାଶ ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ପେଣ୍ଟାଗନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିଲା। ପେଣ୍ଟାଗନର କହିବା ଅନୁସାରେ, ଆଫଗାନିସ୍ତାନରେ ମାତ୍ର ୨,୫୦୦ ଆମେରିକୀୟ ସୈନ୍ୟ ରହିବେ, ଯାହାକି ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଉକ୍ତ ଘୋଷଣାର ମାତ୍ର ୨ ଦିନ ପରେ ଏହି ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri