ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ହତ୍ୟା

କାବୁଲ,୧୮ା୧: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀମାନେ ବର୍ବରତାର ସୀମା ଲଂଘିଛନ୍ତି। ରାଜଧାନୀ କାବୁଲରେ ସେମାନେ ରବିବାର ସୁପ୍ରିମକୋର୍ଟର ୨ ଜଣ ମହିଳା ବିଚାରପତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ମହିଳା ବିଚାରପତିଙ୍କ କାର୍‌ ଡ୍ରାଇଭରଙ୍କ ସମେତ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ଏହା ହେଉଛି ଆତଙ୍କବାଦୀଙ୍କ ପକ୍ଷରୁ ସଦ୍ୟତମ ଘାତକ ଆକ୍ରମଣ। ଏହି ହତ୍ୟାକାଣ୍ଡକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି।
କାତାରରେ ତାଲିବାନ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ସତ୍ତ୍ୱେ କାବୁଲରେ ଆତଙ୍କବାଦୀଙ୍କ ସଂହାରଲୀଳା ଜାରି ରହିଛି। ବିଶେଷକରି ହାଇପ୍ରୋଫାଇଲ୍‌ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ହତ୍ୟା କରିବାର ଧାରା ବଜାୟ ରହିଥିବାରୁ ରାଜଧାନୀରେ ଆତଙ୍କର ବାତାବରଣ ଖେଳିଯାଇଛି। ଏହି କ୍ରମରେ ୨ ମହିଳା ବିଚାରପତି ରବିବାର ସକାଳେ କୋର୍ଟର ଏକ କାର୍‌ରେ ଅଫିସକୁ ଯାଉଥିବାବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ପୋଲିସ ଡିଷ୍ଟ୍ରିକ୍ଟ ୪ର ତିଆମନି ଅଞ୍ଚଳରେ ଅଜ୍ଞାତ ବନ୍ଧୁକଧାରୀମାନେ ଆସି ସେମାନଙ୍କ କାର୍‌କୁ ଆଖିବୁଜା ଗୁଳିବର୍ଷା କରିଥିଲେ। ଭୟ ଓ ଆତଙ୍କରେ ଯିଏ ଯୁଆଡ଼େ ଧାଇଁବାରେ ଲାଗିଥିଲେ। ଗୁଳିମାଡ଼ରେ ଦୁଇ ମହିଳା ବିଚାରପତି ଟଳିପଡ଼ିଥିବାବେଳେ ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୁପ୍ରିମକୋର୍ଟ ମୁଖପାତ୍ର ଅହମ୍ମଦ ଫହିମ କାଓ୍ବିମ୍‌ କହିଛନ୍ତି, ଦେଶର ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଊର୍ଦ୍ଧ୍ୱ ମହିଳା ବିଚାରପତି କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏହି ଦୁଇ ମହିଳା ବିଚାରପତି ଅନ୍ୟତମ। କିନ୍ତୁ ସେ ଉଭୟଙ୍କ ନାମ ପ୍ରକାଶ କରିନାହାନ୍ତି। ୨୦୧୭ ଫେବୃୟାରୀରେ
ଆତଙ୍କବାଦୀମାନେ ଆଫଗାନିସ୍ତାନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଥିଲେ। ଜଣେ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣ କରିବାରୁ ଅଦାଲତର ୨୦ କର୍ମଚାରୀ ନିହତ ଓ ୪୧ ଆହତ ହୋଇଥିଲେ। ନିକଟରେ ରାଜଧାନୀ କାବୁଲ ସମେତ ଅନ୍ୟ ସହରଗୁଡ଼ିକରେ ସ୍ପଷ୍ଟ ଦିବାଲୋକରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ଡାକ୍ତର ଓ ଆଇନଜୀବୀମାନଙ୍କୁ ହତ୍ୟା କରାଯାଇଛି। ସେହିପରି ଗତ ୧୨ ତାରିଖରେ ଆତଙ୍କବାଦୀମାନେ ୨ ମହିଳା ସେନା ଅଧିକାରୀଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ଆଫଗାନ ସରକାର ତାଲିବାନ୍‌କୁ ଦାୟୀ କରିଥିବାବେଳେ ଆତଙ୍କବାଦୀ ସଙ୍ଗଠନ ଏହାକୁ ଖଣ୍ଡନ କରିଛି। ସଦ୍ୟ ଆକ୍ରମଣ ପାଇଁ ମଧ୍ୟ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏଥିରେ ତାଲିବାନ୍‌ର ସମ୍ପୃକ୍ତି ନାହିଁ ବୋଲି ଏହାର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି। ପ୍ରକାଶ ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ପେଣ୍ଟାଗନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିଲା। ପେଣ୍ଟାଗନର କହିବା ଅନୁସାରେ, ଆଫଗାନିସ୍ତାନରେ ମାତ୍ର ୨,୫୦୦ ଆମେରିକୀୟ ସୈନ୍ୟ ରହିବେ, ଯାହାକି ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଉକ୍ତ ଘୋଷଣାର ମାତ୍ର ୨ ଦିନ ପରେ ଏହି ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri