ମୋଦିଙ୍କ ଆଭିମୁଖ୍ୟ ବଦଳିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଗତ ନଭେମ୍ବରରେ ବାଇଡେନ୍‌ ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଜଣାପଡ଼ିବା ପରେ ବ୍ରିଟେନର ’ଫାଇନାନ୍ସିଆଲ୍‌ ଟାଇମ୍ସ’ ବିଶ୍ଳେଷଣ କରିଥିଲା, ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସହ ଘନିଷ୍ଠ ହୋଇଥିବା ବିଶ୍ୱନେତାମାନଙ୍କର କ’ଣ ହେବ। ଉକ୍ତ ଖବରର ଶିରୋନାମା ଥିଲା ‘ଟ୍ରମ୍ପ୍‌ଙ୍କ ଯୁଗ ପରେ ଭିନ୍ନ ପଥ ଆପଣାଇବାକୁ ବାଧ୍ୟହେବେ ମୋଦି ’। ଏଥିରେ ବାଇଡେନଙ୍କ ବିଜୟ, ଚାଇନା ସହ ମୁହଁାମୁହଁି ଏବଂ ଏସିଆର ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ସହଭାଗିତା (ଆର୍‌ସିଇପି) ଚୁକ୍ତିରୁ ଭାରତ ବାଦ୍‌ ପଡ଼ିବା ନୂଆଦିଲ୍ଲୀକୁ ଦୁର୍ବଳ କରିବ ବୋଲି କୁହାଯାଇଥିଲା। ଖବରକାଗଜର ମୁଖ୍ୟ ବୈଦେଶିକ ବ୍ୟାପାର କମେଣ୍ଟ୍ରେଟେର ଗିଡେଓନ୍‌ ରଚମ୍ୟାନ୍‌ ଲେଖିଥିଲେ, ‘ଆମେରିକା ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସମ୍ପର୍କ ଅଧିକ ଆହ୍ବାନପୂର୍ଣ୍ଣ ହେବ’। ଏଭଳି ସମୟରେ ମୋଦିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲେ ବାଇଡେନ ଭାରତ ପାଇଁ ଏକ ଉତ୍ତମ ସୁଯୋଗ ପାଲଟିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦିଲ୍ଲୀରେ ଚିନ୍ତାର ବିଷୟ ହେଉଛି କେତେକ ସରକାରୀ ମହଲରେ ବ୍ୟକ୍ତିଗତ ଭାବେ ସ୍ବୀକାର କରାଯାଉଛି ଯେ, କେବଳ ମୋଦିଙ୍କ ‘ଅବ୍‌ କୀ ବାର୍‌ ଟ୍ରମ୍ପ୍‌ ସରକାର’ ଘୋଷଣା ଯୋଗୁ ନୁହେଁ, ବରଂ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟ ପରଠାରୁ ମୋଦି ସରକାରଙ୍କ ସମସ୍ତ କାର୍ଯ୍ୟ ଭାରତର ବହୁଳବାଦ ଓ ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବିବେଚନା କରାଯାଉଛି। ଅବଶ୍ୟ ଅନ୍ୟ କେତେଜଣଙ୍କ ମତରେ ଚାଇନାକୁ ଅଡ଼ୁଆରେ ପକାଇବା ପାଇଁ ମୋଦିଙ୍କ ସହ ବାଇଡେନଙ୍କ କୌଶଳପୂର୍ଣ୍ଣ ବ୍ୟବହାର ଯୋଗୁ ଭାରତ-ଆମେରିକା ସମ୍ପର୍କ ପ୍ରଭାବିତ ହେବ ନାହିଁ। ସେମାନେ ଗତ ସପ୍ତାହରେ ହଠାତ୍‌ ପ୍ରକାଶ ପାଇଥିବା ଆମେରିକାର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ଲକ୍ଷ୍ୟ କରିଛନ୍ତି। ଉକ୍ତ ରଣନୀତିରେ ଚାଇନାର ମୁକାବିଲା ପାଇଁ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି। କିନ୍ତୁ ସେଥିରେ କିଛି ନୂତନତ୍ୱ ନାହିଁ। କମ୍ୟୁନିଷ୍ଟ ଚାଇନା ବିରୋଧରେ ଭାରତକୁ ସନ୍ତୁଳନ ବଜାୟ ରଖିବାର ଏକ ଗଣତାନ୍ତ୍ରିକ ଶକ୍ତି ଭାବେ ଗଢ଼ିତୋଳିବାର ଇଚ୍ଛା ଆମେରିକାର ୩୪ତମ ରାଷ୍ଟ୍ରପତି ଡିଓ୍ବିଟ୍‌ ଡି. ଏସେନ୍‌ହାଓରଙ୍କ ଅମଳରୁ ରହିଆସିଛି। ସେହିପରି ୧୯୯୨ରେ ଆମେରିକାର ଡିଫେନ୍ସ ପଲିସି ଗାଇଡେନ୍ସ ଗୋପନୀୟ ଚିଠାରେ ମଧ୍ୟ ଏହା ସ୍ଥାନ ପାଇଥିଲା। ୨୦୦୫ ମାର୍ଚ୍ଚରେ ଜର୍ଜ ବୁଶ ପ୍ରଶାସନ ଘୋଷଣା କରିଥିଲେ ଯେ, ଭାରତର ସାମରିକ ଶକ୍ତି ବୃଦ୍ଧି ପାଇଁ ଆମେରିକା ସହଯୋଗ କରିବାକୁ ପ୍ରସ୍ତୁତ।
ଜୋ ବାଇଡେନ୍‌ ମଧ୍ୟ ମୋଦିଙ୍କୁ ଡିଲ୍‌ କରିବାରେ ଅନୁରୂପ ଚତୁରତା ଦେଖାଇପାରନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ନରେଶ ଚନ୍ଦ୍ରାଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ୨୦୦୩ରେ ଧର୍ମୀୟ ସ୍ବାଧୀନତା ଓ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଘଟିଥିବା ଦଙ୍ଗା ପରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ବାଜପେୟୀ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ନେଇ ଆମେରିକାରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ସେତେବେଳେ ଯଶଓ୍ବନ୍ତ ସିଂ ଓ ଷ୍ଟ୍ରୋବ୍‌ ଟଲବୋଟ୍‌ଙ୍କ ଆଲୋଚନା ସମୟରେ ଉପସ୍ଥିତ ଥିବା ନରେଶ ଚନ୍ଦ୍ରା ଭାରତ-ଆମେରିକା ସମ୍ପର୍କକୁ ‘ଏକ ଧୀର, ରଣନୈତିକ ଘଣ୍ଟା’ ଭାବେ ଅଭିହିତ କରି କହିଥିଲେ, ଧର୍ମୀୟ ଅଧିକାର, ମାନବାଧିକାର ଆଦି ଉପରେ ପ୍ରଶ୍ନ କୂଟନୀତିରୁ କେବେହେଲେ ବାଦ୍‌ ଦିଆଯିବ ନାହିଁ। ସମ୍ପର୍କ ଓ ଅନ୍ୟ କ୍ଷେତ୍ରରେ ଅଡ଼ୁଆ ସୃଷ୍ଟି ହେଲେ ସେଗୁଡ଼ିକୁ ଅଣାଯାଇଥାଏ।
ଏକଚ୍ଛତ୍ରବାଦୀ ଚାଇନାର ଉତ୍‌ଥାନକୁ ସାମ୍ନା କରିବା ସହ ଆମେରିକାରେ ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଇବା ନେଇ ଜୋ ବାଇଡେନ୍‌ ତାଙ୍କ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷରେ ଗଣତନ୍ତ୍ର ପାଇଁ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନର ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ଗଣତନ୍ତ୍ର ସୂଚକାଙ୍କ ଓ ଫ୍ରିଡମ୍‌ ହାଉସ୍‌ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୧୦ ପାଦ ତଳକୁ ଖସିଯାଇଥିଲା। ବାଇଡେନ ରାଷ୍ଟ୍ରପତି ହେବା ପାଇଁ ଅଭିଯାନ ଆରମ୍ଭ କରିବା ସମୟରେ ଗଣତନ୍ତ୍ରକୁ ତାଙ୍କ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀରେ ପ୍ରାଥମିକତା ଦେଇଥିଲେ। ଗତ ଏପ୍ରିଲରେ ସେ ଟ୍ରମ୍ପ୍‌ ଓ ତାଙ୍କ ଭଳି ଆଉ କେତେଜଣ ନେତାଙ୍କ ଅଧିନାୟକବାଦ, ଜାତୀୟତାବାଦ ଓ ଅଣଉଦାରବାଦକୁ ସମାଲୋଚନା କରିଥିଲେ। ଏହି ନେତାମାନେ ନିଜ ବ୍ୟକ୍ତିଗତ ଓ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଏଭଳି ତତ୍ତ୍ୱ ଆଡ଼କୁ ଢଳୁଥିବା ବାଇଡେନ କହିଥିଲେ। ଏହି ଅବସରରେ ସେ ଏଭଳି ତତ୍ତ୍ୱଗୁଡ଼ିକ ବିରୋଧରେ ଗଣତାନ୍ତ୍ରିକ ଦେଶଗୁଡ଼ିକ ଏକାଠି ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜନୈତିକ ପାଣ୍ଠି ସଂଗ୍ରହରେ ‘କଳା ଅର୍ଥ’କୁ ଶେଷ କରିବା ସହ ଅଧିକାର କର୍ମୀ, ଶ୍ରମିକ ସଙ୍ଗଠନ ଓ ପରିବେଶବିତ୍‌ମାନଙ୍କୁ ଗଣତନ୍ତ୍ର ସମ୍ମିଳନୀରେ ଏକାଠି କରିବା ପାଇଁ ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି, ଯାହାକି ମୋଦି ସରକାରଙ୍କ ପାଇଁ ସହଜ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏଭଳି ସମୟରେ ବାଇଡେନ୍‌ଙ୍କ ଆମେରିକା ସହ ଭାରତର ଉତ୍ତମ ବାଣିଜି୍ୟକ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦି କେତେ ଆଶାବାଦୀ ହୋଇପାରିବେ? ଭାରତ ଚାଇନାକୁ ଦେଖାଇ କହିପାରିବ କି ଯେ, ଆମେରିକା ଆମକୁ ଆବଶ୍ୟକ କରୁଥିବାରୁ ଗଣତନ୍ତ୍ର ଉପରେ ଆମକୁ ଛୁଞ୍ଚତ୍ ଫୋଡ଼ନାହିଁ? ଆମର ମୋଦି ଅଛନ୍ତି, ତେଣୁ ଆମେରିକା ସହିତ ଭଲ ସମ୍ପର୍କ ଦରକାର ନାହିଁ ବୋଲି ପ୍ରଶ୍ନ କରିହେବ କି?


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri