ଦୁଇ ବୈଦିକ ବିଦ୍ୱାନ୍‌

ହିନ୍ଦୁ ପୁରାଣ ଅନୁଯାୟୀ, ବେଦକୁ ମହିଳା ଏବଂ ନୀଚଜାତି ନିକଟରେ ପହଞ୍ଚାଇବା ପାଇଁ ସାଧୁମାନେ କାହାଣୀସବୁ କହିଥିଲେ, ଯାହା ପଞ୍ଚମ ବେଦ ଭାବେ ପରିଚିତ। ଏହି ପଞ୍ଚମ ବେଦରେ ମହାଭାରତ, ରାମାୟଣ ଏବଂ ବହୁ ଲିଖିତ ପୁରାଣ ରହିଛି। ରାମାୟଣରେ ୨ ଜଣ ବୈଦିକ ବିଦ୍ୱାନ୍‌ ଅଛନ୍ତି। ସେମାନେ ସଂସ୍କୃତରେ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି। ପ୍ରଥମ ଜଣକ ହେଉଛନ୍ତି ଜଣେ ପ୍ରବାସୀ ବ୍ରାହ୍ମଣଙ୍କ ପୁଅ ରାବଣ, ଯିଏ ଥିଲେ ଜଙ୍ଗଲ ରକ୍ଷକ( ରାକ୍ଷସ)। ରାବଣ ଥିଲେ ଲଙ୍କାର ରାଜା ଏବଂ ସେ ସୀତାଙ୍କୁ ରାମଙ୍କଠାରୁ ଅଲଗା କରିଛନ୍ତି। ଦ୍ୱିତୀୟ ଜଣକ ହେଉଛନ୍ତି ହନୁମାନ। ସେ ଜଙ୍ଗଲ ନିବାସୀ (ବନ-ନର)। ହନୁମାନ ହେଉଛନ୍ତି ମାଙ୍କଡ଼-ରାଜାଙ୍କର ସେବକ ଏବଂ ସେ ସୀତା ଏବଂ ରାମଙ୍କୁ ଏକାଠି କରିବାରେ ସାହାଯ୍ୟ କରିଛନ୍ତି। ବାଲ୍ମୀକି ଏକ ବିଷୟକୁ ସଂଯୋଜିତ କରିବା ସକାଶେ ଏହି ଚରିତ୍ରଗୁଡ଼ିକୁ ଯତ୍ନର ସହ ଉପସ୍ଥାପନ କରିଥିଲେ । ସଂସ୍କୃତ କିମ୍ବା ବେଦର ଜ୍ଞାନ ଜଣଙ୍କୁ ଜ୍ଞାନୀ କରିବା ପାଇଁ ଯଥେଷ୍ଟ ନୁହେଁ । କାହାଣୀଗୁଡ଼ିକରେ ଅନେକ ଉପମା ବ୍ୟବହାର ହୋଇଛି। ଧାରଣାଗୁଡ଼ିକ କାହାଣୀ ରୂପ ନେଇଛି। ବିଚାରଗୁଡ଼ିକ ଚରିତ୍ର ଏପରିକି ଦୃଷ୍ଟିକୋଣରେ ରୂପାନ୍ତରିତ ହୋଇଛି। ଜଙ୍ଗଲ ହେଉଛି ଏମିତି ଏକ ଦୁନିଆ ଯେଉଁଠାରେ କେହି କାହାର ଯତ୍ନ ନିଅନ୍ତି ନାହିଁ: ତୁମେ ସେଠି ଜିତିବ ଏବଂ ହାରିବ। ଗୋଟିଏ ସ୍ଥାନରେ ରହି ନିଜେ ଖାଇ ଖୁଆଇବା ପାଇଁ ଜମି ଚାଷ କରୁ । ଜମି ହଳ କରିବା ସମୟରେ ସୀତାଙ୍କ ଆବିର୍ଭାବ ହୋଇଥିଲା। ଏହା ଭୌତିକ ବାସ୍ତବତା(ପ୍ରକୃତି) ର ସର୍ବୋତ୍ତମ ଅମଳର ଉଦାହରଣ। ରାମ ହେଉଛନ୍ତି ସ୍ବର୍ଗୀୟ ଉପହାର ଓ ମନସ୍ତାତ୍ତ୍ୱିକ ବାସ୍ତବତା (ପୁରଷ) ର ସର୍ବୋତ୍ତମ ଦୃଷ୍ଟାନ୍ତ। ସୀତା ହେଉଛନ୍ତି ‘ଖାଦ୍ୟ’ର ପ୍ରତୀକ ଯାହାକୁ ଆମେ ଅତ୍ୟଧିକ ଚାହଁିଥାଉ। ରାମ ହେଉଛନ୍ତି ‘ଜ୍ଞାନ’ର ପ୍ରତୀକ ଯାହା ଆମକୁ ସନ୍ତୋଷ ଦିଏ। ଯେତେବେଳେ ଦୁଇଜଣ ଅଲଗା ହୁଅନ୍ତି, ସେତେବେଳେ ଆମକୁ କ୍ଷୁଧା ଗ୍ରାସ କରେ। ଯେତେବେଳେ ଦୁଇଜଣ ଏକତ୍ର ହୁଅନ୍ତି, ସେତେବେଳେ ଆମ ମନରେ ଅନ୍ୟ କ୍ଷୁଧାର୍ତ୍ତଙ୍କ ପାଇଁ ସହାନୁଭୂତି ଆସେ। ସୀତାଙ୍କୁ ରାମଙ୍କଠାରୁ ଅଲଗା କରିଥିବା ରାବଣଙ୍କର ଧନ, ଶକ୍ତି ଏବଂ ଜ୍ଞାନ ଅଛି, କିନ୍ତୁ ସେ ସନ୍ତୁଷ୍ଟ ନୁହନ୍ତି। ସୀତା ଏବଂ ରାମଙ୍କୁ ଏକତ୍ର କରୁଥିବା ହନୁମାନ ଏତେ ସନ୍ତୁଷ୍ଟ ଯେ ଧନ, ଶକ୍ତି ଏବଂ ଜ୍ଞାନ ପାଇଁ ବି ତାଙ୍କର ଇଚ୍ଛା ନାହିଁ ।
ହନୁମାନ ଏବଂ ରାବଣ ବିଷୟରେ ଆଉ ଏକ କାହାଣୀ ଅଛି, ଯାହା ପୁରାଣ ସାହିତ୍ୟର ପରବର୍ତ୍ତୀ ସମୟରେ ଆସିଛି। କହାଣିଟି ଏହିପରି- ପ୍ରତିଦିନ ରାବଣ ଦକ୍ଷିଣ ସମୁଦ୍ର ମଝିିରେ ଅବସ୍ଥିତ ତାଙ୍କ ଦ୍ୱୀପ ଲଙ୍କାରୁ ଉତ୍ତରରେ ଥିବା କୈଳାସ ପର୍ବତକୁ ଯାଇ ଶକ୍ତି(ମାତା ପାର୍ବତୀ)ଙ୍କୁ ଶିବ ବୁଝାଉଥିବା ବେଦ ଶୁଣନ୍ତି। ଦିନେ ରାବଣ ବୈଦିକ ମନ୍ତ୍ର ଜପରେ ବାଦ୍ୟ ବଜାଇଥିଲେ। ଏହା ଶିବଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ରାବଣଙ୍କ ଋଣ ପରିଶୋଧ କରିବାକୁ ତୁରନ୍ତ ତାଙ୍କୁ ଏକ ବର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ରାବଣ କହିଲା, ‘ମୁଁ ତୁମକୁ ଲଙ୍କା ନେଇପାରେ କି? ଯାହାଫଳରେ ମୋତେ ପ୍ରତିଦିନ ଉତ୍ତରଦିଗକୁ ଯାତ୍ରା କରିବାକୁ ପଡ଼ିବ ନାହିଁ“। ଶିବ ଏଥିରେ ରାଜି ହେଲେ। ଏହା ପରେ ରାବଣ ନିଜର ନିଷ୍ଠୁର ଶକ୍ତି ବ୍ୟବହାର କରି କୈଳାସ ପର୍ବତକୁ ଭୂମିରୁ ଉଠାଇ ନେଇ ଦକ୍ଷିଣକୁ ଚାଲିଲେ। ରାବଣ ବିରାଟ ପର୍ବତକୁ ଦକ୍ଷିଣ ଦିଗକୁ ନେବା ଦେଖି ସମସ୍ତେ ଭୟଭୀତ ହେଲେ। ଶିବ ଆଶ୍ଚର୍ଯ୍ୟ ହୋଇଗଲେ। ମା’ଶକ୍ତି କ୍ରୋଧିତ ହୋଇ କହିଲେ, ସେ ବେଦର ସାରାଂଶକୁ ଭଲ ଭାବେ ବୁଝି ନାହିଁ, ଯାହା କରୁଛି ତାହା ଭୁଲ କି ଠିକ ତାହା କେମିତି ବୁଝି ପାରିବ ସେଥିପାଇଁ କିଛି କର। ତେଣୁ ଶିବ ପର୍ବତର ଚଟାଣକୁ ଗୋଡ଼ର ବୃଦ୍ଧା ଅଙ୍ଗୁଳିରେ ଆଘାତ କଲେ। ଏଥିରେ ଏପରି ଶକ୍ତି ଥିଲା ଯେ ଏହାର ଚାପରେ ରାବଣ ଦୁର୍ବଳ ହୋଇ ଶେଷରେ ପର୍ବତ ତଳେ ଚାପି ହୋଇଗଲା। ରାବଣ ନିଜର ଧୃଷ୍ଟତା ପାଇଁ କ୍ଷମା ମାଗିଲେ ଏବଂ ମୁକ୍ତି ଦେବାକୁ ଅନୁରୋଧ କରିଥିଲେ। କୈଳାସ ପର୍ବତ ତଳେ ରାବଣ ଚାପି ହୋଇ ରହିଥିବା ଏବଂ ତାହା ଉପରେ ଶିବଶକ୍ତି ବସିଥିବା ଛବି ଶିବ ପୁରାଣର ସବୁଠୁ ପୁରୁଣା। ସପ୍ତମ ଶତାବ୍ଦୀର ଏହି ଛବି ବା ମୂର୍ତ୍ତି ଓଡିଶା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଦେଖିବାକୁ ମିଳେ। ଏଗୁଡିକ ସେ ସମୟରେ ରାଜାମାନଙ୍କ ଦ୍ୱାରା କରାଯାଇଥିଲା ଯେଉଁମାନେ ପାଶୁପତ ସଂସ୍କୃତିର ପୃଷ୍ଠପୋଷକ ଥିଲେ।
ଶିବ କାହିଁକି ତାଙ୍କ ଉପରେ ରାଗିଗଲେ ତାକୁ ନେଇ ରାବଣ ଦ୍ୱନ୍ଦ୍ୱରେ ପଡ଼ିଥିଲେ। କିମ୍ବଦନ୍ତୀ ଅନୁଯାୟୀ, ଶିବ କହିଲେ,”ତୁମେ ଲଙ୍କାକୁ ଫେରିଯାଅ। ମୁଁ ନିଜେ ସେଠାରେ ତୁମକୁ ଦେଖା କରିବି। ଆଶା କରେ ତୁମେ ସେତେବେଳେ ମୋତେ ଚିହ୍ନିବ।“ ଶିବ ବହୁ ବର୍ଷ ପରେ ହନୁମାନ ରୂପରେ ରାବଣକୁ ଦର୍ଶନ ଦେଇଥିଲେ। କିନ୍ତୁ ରାବଣ ତାଙ୍କୁ ଚିହ୍ନି ପାରିଲା ନାହିଁ। ବରଂ ବଗିଚାରୁ ଫଳ ଚୋରି କରିଥିବା ଏକ ମାଙ୍କଡ଼ ଭାବେ ଦେଖିଲେ, ଯିଏ ସଂସ୍କୃତ ଜାଣିଥିଲେ। ରାବଣଙ୍କ ଆଖି ସହ ଆଖି ମିଳାଇ ହନୁମାନ ସିଧାସଳଖ କଥା ହୋଇଥିଲା। ରାବଣ କହିଲେ, ତୁମେ ମୋର ବଗିଚାରୁ ଫଳ ଚୋରି କରିବାକୁ କିପରି ସାହସ କରୁଛ? ହନୁମାନ ଉତ୍ତର ଦେଲେ, କିନ୍ତୁ ତୁମେ ଅନ୍ୟ ପୁରୁଷର ସ୍ତ୍ରୀ ଚୋରି କରୁ ନାହଁ କି? ଏହି ଭଳିି କାହାଣୀଗୁଡିକ ବିତର୍କକୁ ଆମନ୍ତ୍ରଣ କରେ। ପଶୁ ଓ ମଣିଷ ମଧ୍ୟରେ କି ପ୍ରଭେଦ ରହିଛି? ଜଣେ ବନବାସୀ(ବାନର) ଓ ବୈଦିକ ବିଦ୍ୱାନ (ରାବଣ)ଙ୍କ ମଧ୍ୟରେ କେଉଁ ପାର୍ଥକ୍ୟ ରହିଛି? ପଶୁମାନଙ୍କର ସମ୍ପତ୍ତି ନାହିଁ। ଜଙ୍ଗଲରେ ଜୋର ଯାର ମୂଲକ ତାର। ସେଠାରେ କୌଣସି ଚୋର ନାହାନ୍ତି । ଚୋରି ହେଉଛି ଏକ ମାନବୀୟ ଧାରଣା ଯାହା ସାମାଜିକ ସ୍ତରରେ ସମ୍ପତ୍ତିକୁ ନେଇ ସୃଷ୍ଟି। ଅନ୍ୟ ବୈଦିକ ପଣ୍ଡିତ ରାବଣଙ୍କୁ ଅନ୍ୟ ଜଣେ ବୈଦିକ ପଣ୍ଡିତ ସଂସ୍କୃତେରେ ଚ୍ୟଲେଞ୍ଜ କରିଛନ୍ତି। କିନ୍ତୁ ଏବେ ରାମାୟଣକୁ ଏହିଭଳି ଭାବେ ଦେଖିବାକୁ ଆମକୁ ବୈଦିକ ବିଶେଷଜ୍ଞମାନେ ଶିଖାଇ ନାହାନ୍ତି।
ଐତିହାସିକମାନେ ହିନ୍ଦୁ କାହାଣୀଗୁଡ଼ିକର ଉତ୍କୃଷ୍ଟ ବ୍ୟାଖ୍ୟାକୁ ପ୍ରତ୍ୟାଖ୍ୟାନ କରନ୍ତି। ସେମାନେ ସବୁକିଛି ରାଜନୈତିକ ଦୃଷ୍ଟିରେ ଦେଖନ୍ତି ଏବଂ ବର୍ଣ୍ଣଗତ, ଜାତୀୟତାବାଦୀ ତଥା ଜାତି ପ୍ରଥାକୁ ପସନ୍ଦ କରନ୍ତି । ତେଣୁ ବୌଦ୍ଧ ଧର୍ମକୁ ଧ୍ୱଂସ କରିବା ପାଇଁ ପଞ୍ଚମ ବେଦ ଏକ ବ୍ରାହ୍ମଣୀୟ ପ୍ରଚାର ସାଧନରେ ପରିଣତ ହେଲା, ଯାହାର ଲକ୍ଷ୍ୟ ଥିଲା ବୌଦ୍ଧ ଧର୍ମକୁ ଧ୍ୱଂସ କରିବା ଏବଂ ଜାତିଗତ ପ୍ରାଧାନ୍ୟ ପ୍ରତିଷ୍ଠା କରିବା ସହ ଦକ୍ଷିଣରେ ଆର୍ଯ୍ୟଙ୍କ ପ୍ରଭୁତ୍ୱ ବିସ୍ତାର କରିବା। ଅନ୍ୟମାନେ ଏହାକୁ ଏକ ଗୋଷ୍ଠୀଭିତ୍ତିକ କାହାଣୀ ଭାବରେ ଦେଖନ୍ତି ଯାହା ଶିବ ଭକ୍ତ ରାବଣ ଉପରେ ବିଷ୍ଣୁ (ରାମ)ଙ୍କ ପ୍ରଧାନ୍ୟ ପ୍ରତିପାଦିତ କରେ। ରାଜନେତାମାନେ ରାବଣଙ୍କୁ ହିନ୍ଦୁ ମହିଳାଙ୍କୁ ଚୋରି କରୁଥିବା ଜଣେ ଆକ୍ରମଣକାରୀ ଭାବରେ ଦେଖନ୍ତି। ସେମାନଙ୍କ ପ୍ରତିପକ୍ଷମାନେ ଯୁକ୍ତି କରନ୍ତି ଯେ ରାବଣ ଦ୍ରାବିଡ଼ଙ୍କର ଜଣେ ରକ୍ଷକ ଥିଲେ। ତେବେ କାହାଣୀଗୁଡିକୁ ନେଇ ସୃଷ୍ଟି ହୋଇଥିବା ପଞ୍ଚମ ବେଦକୁ ପଣ୍ଡିତମାନେ ଅଣଦେଖା କରିଛନ୍ତି। ଜ୍ଞାନ ବା ବେଦ କିପରି ପଶୁଙ୍କୁ ମଣିଷରେ ପରିଣତ କରେ ତାହା ଏହି କାହାଣୀଗୁଡ଼ିକ ବ୍ୟାଖ୍ୟା କରିବାକୁ ଉଦ୍ଦିଷ୍ଟ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri