ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଥିବା ଜଣାଯାଇଛି। ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ୍‌ ଡେଇଁ ଉଭୟେ ଫେରାର୍‌ ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି। ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଉଭୟେ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ବିନା ବାଧାରେ ଜେଲ୍‌ ଭିତରେ ଓ ବାହାରେ ବିଚରଣ କରୁଥିବା ଆଲୋଚନା ହେଉଛି। ଏପରିକି ଶୋଭାବନ ଜେଲ ପାଚେରି ବାହାରେ ଥିବା ଜେଲରଙ୍କ ଘର କାମ କରୁଥିବା ଜଣାଯାଇଛି। ସେଭଳି ସୁମିତ ଜେଲରେ ସର୍ଦ୍ଦାର ଭଳି ଥିଲେ। ତାଙ୍କ ଇସାରାରେ ସବୁ କିଛି ଚାଲୁଥିଲା ବୋଲି ଆଲୋଚନା ହୋଇଛି। ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି। ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ପାଠଶାଠ ପଢ଼ି ନ ଥିବା ବେଳେ କେମିତି କମ୍ପ୍ୟୁଟର କାମ କରୁଥିଲା ବୋଲି ପଚାରିବାରୁ ତାହାର ଅଦ୍ଭୁତ କମ୍ପ୍ୟୁଟର ଜ୍ଞାନ ଥିଲା ବୋଲି ଜେଲର କହିବା ବିସ୍ମିତ କରିଛି।

ସୂଚନାଥାଉକି, ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା। ତେବେ ସେ ସେଥିରେ ବିଫଳ ହୋଇଥିଲା। ଏପରିପ୍ରେକ୍ଷୀରେ ଜେଲରଙ୍କ ସ୍ବକାରୋକ୍ତି ଅନୁଯାୟୀ ତାଙ୍କୁ ଅଫିସରେ କେମିତି ନିଯୁକ୍ତି ଦିଆ ଯାଇଥିଲା ସେ ନେଇ ପ୍ରଶ୍ନ ଉଠିଛି। ଜାଣିଶୁଣି ଉଭୟ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଫେରାର କରାଇ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ଟିଟିଲାଗଡ଼ ଉପଖଣ୍ଡସ୍ଥ କଣ୍ଟାବାଞ୍ଜି ଜେଲରେ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଲିଭୁଣୁ ଟିଟିଲାଗଡ଼ ଜେଲରୁ ୨ ଦୁର୍ଦ୍ଦାନ୍ତ କଏଦୀ ଫେରାର ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

ମମତାଙ୍କ ବଡ଼ ଦାବି, କହିଲେ ସନ୍ଧ୍ୟା ସୁଦ୍ଧା ବଦଳିଯିବ ଗେମ୍‌, ଅସଲ ଗଣତି କଭର କରୁନାହିଁ ଗଣମାଧ୍ୟମ!

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଦିନ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଅଟଳ ମନୋଭାବ ପ୍ରଦର୍ଶନ କଲେ। ଭବାନୀପୁରର TMC ପ୍ରାର୍ଥୀ ମମତା ବାନାର୍ଜୀ…

ମମତାଙ୍କ ଖେଳକୁ ବିଗାଡ଼ିଦେଲା ଏହି ୫ କାରଣ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ୧୮୮ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୯୯ଟି…

ଖାତାକୁ ଗଲା ସୁଭଦ୍ରା ଟଙ୍କା: ଏବେ କରନ୍ତୁ ଚେକ୍‌…

ଭୁବନେଶ୍ୱର,୪।୫: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ୩ୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିଲା ଟଙ୍କା। ୬୧ କୋଟିରୁ ଊର୍ଦ୍ଧ୍ବ…

ସାମାନ୍ୟ ବର୍ଷାରେ ପୋଖରୀ ପାଲଟୁଛି ଗୁଡ଼ାରି ସହର 

ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ…

ଅମାନତ ହରାଇବ TMC? ମ୍ୟାଜିକ ନମ୍ବର ପାର କଲା ଭାଜପା

କୋଲକାତା,୪।୫: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ଭାରତୀୟ ଜନତା ପାର୍ଟି (ଭାଜପା) ଭୋଟରେ ବହୁମତ ହାସଲ କରୁଥିବା ପରି ମନେ ହେଉଛି। ସକାଳ ୧୦ଟା ସୁଦ୍ଧା, ଭାଜପା…

ସହିପାରିଲେନି…. ଚେନ୍ନାଇ DMK ମୁଖ୍ୟାଳୟରେ ଭୋଭୋ ହୋଇ କାନ୍ଦିଲେ ଷ୍ଟାଲିନଙ୍କ ସମର୍ଥକ, ତମ୍ବୁ ମଧ୍ୟ ଭାଙ୍ଗିଲେ

ଚେନ୍ନାଇ,୪।୫: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବା ସହିତ, ତାମିଲନାଡୁରେ ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତା ହେଉଥିବା ପରି ମନେ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri