୮ ଶ୍ରେଣୀକୁ ଦୁଇ ଶିକ୍ଷକ

ଲାଠୋର,୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି ା ଆଠଟି ଶ୍ରେଣୀ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି ା ଏହାସତ୍ତ୍ୱେ ସେଠାରେ କାର୍ଯ୍ୟରତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ସାଧନ କେନ୍ଦ୍ର ସଂଯୋଜକ ରୂପେ ନିଯୁକ୍ତି ଦେବାକୁ ପ୍ରୟାସ ହେଉଥିବା ଅଭିଭାବକ ମହଲରେ ଅଭିଯୋଗ ହେଉଛି। ପ୍ରକାଶ ଯେ, କରୁଆଝରରେ ଗତ ୧୯୫୯ ମସିହାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରି ସେଠାରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ବ କରାଯାଇଥିଲା। ଧିରେ ଧିରେ ସେହି ବିଦ୍ୟାଳୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଗଲା। ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଏଠାରେ ପାଠପଢା ହେଉଛି। ସେଥିମଧ୍ୟରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୨୯ ଜଣ ଛାତ୍ରୀଛାତ୍ର ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ କେବଳ ଦୁଇଜଣ ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଛନ୍ତି। ସେହି ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣକୁ ଶିକ୍ଷା ବିଭାଗ ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଯୁକ୍ତି ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦି ତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଏ ତାହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ଜଣେ ମାତ୍ର ଶିକ୍ଷକ ରହିବେ। ଶିକ୍ଷା ଅଧିକାର ଆଇନ ୨୦୧୦ ଅନୁସାରେ ୩୦ ପିଲାଙ୍କୁ ଜଣେ ଶିକ୍ଷକ ହିସାବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୫ ଜଣ ଶିକ୍ଷକ ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୪ ଜଣ ଶିକ୍ଷକ ନିଯୁକ୍ତି ଦେବା କଥା। ହେଲେ ଶିକ୍ଷା ବିଭାଗ ଏଠାରେ ଶିକ୍ଷା ଅଧିକାର ଆଇନର ଖୁଲମଖୁଲା ଉଲ୍ଲଙ୍ଘନ କରି ଶିକ୍ଷକ ନିଯୁକ୍ତି ନ ଦେଇ ଦୁଇଜଣ ଶିକ୍ଷକରେ କାମ ଚଳାଉଛନ୍ତି। ପୁଣି ସେହି ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣକୁ ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଯୁକ୍ତି ଦିଆଗଲେ ଛାତ୍ରୀଛାତ୍ରମାନେ ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ବଞ୍ଚତ୍ତ ହେବେ ବୋଲି ଅଭିଭାବକମାନେ କହିଛନ୍ତି। ଏନେଇ ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୀନକେତନ ବରିହାଙ୍କୁ ପଚାରିବାରେ କରୁଆଝର ବିଦ୍ୟାଳୟର ଶିକ୍ଷକଙ୍କୁ ସାଧନ କେନ୍ଦ୍ର ସଂଯୋଜକ ଭାବେ ନିଯୁକ୍ତି ଦେବାର ଯୋଜନା ନାହଁି। ଉକ୍ତ ବିଦ୍ୟାଳୟରେ ଅଧିକ ଶିକ୍ଷକ କେମିତି ନିଯୁକ୍ତି ଦିଆଯିବ ସେଥିଲାଗି ପଦକ୍ଷେପ ଗ୍ରହଣ କରୁଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri