ୟୁକ୍ରେନ୍‌ରୁ ସୁନ୍ଦରଗଡ଼ ଫେରିଲେ ୨ଛାତ୍ରୀଛାତ୍ର, କହିଲେ ଅନୁଭୂତି

ସୁନ୍ଦରଗଡ଼, ୩।୩ (ଡି.ଏନ୍‌.ଏ.): ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ସୁନ୍ଦରଗଡ଼ ଜିଲାର ୨ ଛାତ୍ରୀଛାତ୍ର ବୁଧବାର ଘରକୁ ଫେରିଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଫ୍ରାଙ୍କଲିନ୍‌ କୁଜୁରଙ୍କ କନ୍ୟା ସ୍ମିତି କୁଜୁର ଓ ରାଉରକେଲାର ସାକିତ ସୋହେବ ଖାନ୍‌। ସ୍ମିତି ଘରକୁ ଫେରିବା ପରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଥିଲେ। ସେ ଗତ ଜାନୁୟାରୀ ୨୬ରେ ଡାକ୍ତରୀ ପାଠ ପଢିିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ୟୁକ୍ରେନ୍‌ସ୍ଥିତ ୟୁଜରୋଡ୍‌ ନ୍ୟାଶନାଲ ୟୁନିଭର୍ସିଟିରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ ଭାବେ ନାମ ଲେଖାଇଥିଲେ। ସେଠାକାର ପରିବେଶରେ ଖାପଖୁଆଇ ପାଠପଢିବା ଆରମ୍ଭ କରିବା ସମୟରେ ହଠାତ୍‌ ୟୁକ୍ରେନ୍‌ ଏବଂ ରୁଷିଆ ଯୁଦ୍ଧ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେମାନେ ୟୁକ୍ରେନ୍‌ର ପଶ୍ଚିମ ପଟରେ ରହୁଥିବାବେଳେ ପୂର୍ବ ଭାଗରେ ଏହି ଯୁଦ୍ଧ ହେଉଥିବାରୁ ପ୍ରଥମେ ଆଶ୍ୱସ୍ତ ରହିଥିଲେ। ହଠାତ୍‌ ଯୁଦ୍ଧର ବିଭୀଷିକା ବୃଦ୍ଧି ପାଇ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ରୁଷୀୟ ସୈନ୍ୟଙ୍କର ଅତର୍କିତ ଆକ୍ରମଣ ଖବର ଜଣାପଡିବା ପରେ ଭୟଭୀତ ହୋଇପଡିଥିଲେ ବୋଲି କହିଛନ୍ତି ସ୍ମିତି। ଏହି ୟୁନିଭର୍ସିଟିରେ ୬ବର୍ଷିଆ ଡାକ୍ତରୀ ପାଠ୍ୟକ୍ରମରେ ପ୍ରଥମବର୍ଷରୁ ପିଜି ପର୍ଯ୍ୟନ୍ତ ପ୍ରାୟ ୬୦୦ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରିଥାନ୍ତି। ଯୁଦ୍ଧ ଯୋଗୁ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ଫେରିବା ପାଇଁ ବିମାନ ଟିକେଟ କରିବାକୁ ଆରମ୍ଭ କରିଦେଇଥିଲୁ। ହେଲେ ବିମାନ ଭଡା ଆଶାତୀତ ଭାବେ ବୃଦ୍ଧି ପାଇ ୧ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ଆଶାଆଶଙ୍କା ଭିତରେ ଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ଆମକୁ ଭାରତ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା। ଆମ ୟୁନିଭର୍ସିଟିକୁ ଭାରତ ଦୂତାବାସ ପକ୍ଷରୁ ୫ଟି ବସ ପଠାଯାଇଥିଲା। ପ୍ରାୟ ୨୪୦ ଭାରତୀୟ ଛାତ୍ରୀଛାତ୍ର ଓ ୟୁନିଭର୍ସିିଟିରେ କାର୍ଯ୍ୟରତ ଭାରତର ଅଧ୍ୟାପକ ଏହି ବସ୍‌ରେ ଆସିଥିଲେ। ପ୍ରାୟ ଅଧଘଣ୍ଟାର ବସ୍‌ ଯାତ୍ରା ପରେ ଆମେ ହଙ୍ଗେରି ସୀମାରେ ପହଞ୍ଚତ୍ଥିଲୁ। ସେଠାରେ ସକାଳ ସାଢେ ୯ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଭିସା, ପାସପୋର୍ଟ ଆଦି ଆନୁଷଙ୍ଗିକ ଯାଞ୍ଚ ସକାଶେ ଆମେ ବସ୍‌ ମଧ୍ୟରେ ଅଟକି ରହିଥିଲୁ। ୟୁକ୍ରେନ୍‌ ଏବଂ ହଙ୍ଗେରି ସୀମାରେ ଦୀର୍ଘ ୧୦ରୁ ୧୧ଘଣ୍ଟାର ସମୟରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ସ୍ବଦେଶକୁ ଫେରି ପାରିବୁ କି ନାହିଁ ସେ ଆଶା ମଉଳି ଯାଇଥିଲା। ୧୧ଘଣ୍ଟା ପରେ ଆମକୁ ବସ୍‌ ନେଇ ହଙ୍ଗେରିର ବୁଦାପେଷ୍ଟ ଏୟାରପୋର୍ଟରେ ପହଞ୍ଚତ୍ଥିଲା। ୨୮ତାରିଖ ସକାଳ ସାଢେ ୮ଟାରୁ ବିମାନ ଯୋଗେ ଆସି ଦିଲ୍ଲୀ ଏୟାର ପୋର୍ଟରେ ପହଞ୍ଚତ୍ଥିଲୁ। ସେଠାରୁ ଆମ ଓଡିଶାର ଛାତ୍ରୀଛାତ୍ରଙ୍କୁ ଓଡିଶା ଭବନକୁ ନିଆଯାଇଥିଲା। ମୁଁ ରାଉକେଲାର ଛାତ୍ରଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚତ୍ଥିଲୁ। ସେଠାରେ ସମ୍ବଲପୁର ଗୋଶାଳାରେ ଶିକ୍ଷକତା କରୁଥିବା ମିନୁ କୁଜୁର, ବାପା ଫ୍ରାଙ୍କଲିନ୍‌ କୁଜୁରଙ୍କ ସମେତ ପରିବାରବର୍ଗ ଆମକୁ ସ୍ବାଗତ କରିଥିଲେ। ନିଜ ଘରକୁ ଫେରିବା ପରେ ବେଶ୍‌ ଖୁସି ଏବଂ ଆଶ୍ୱସ୍ତି ଅନୁଭବ କରୁଥିବା କହିଛନ୍ତି ସ୍ମିତି। ଏଥିପାଇଁ ସେ ଭାରତ ସରକାର, ଓଡିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଏଥିସହ ୟୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri