କଟକ ସହରବାସୀଙ୍କୁ ଦୁଇପଦ

ଇଏ ହେଉଛି ଆମ ହଜାର ବର୍ଷର ସହର କଟକ। କେବଳ ଭାରତ ନୁହେଁ, ଭାରତ ବାହାରେ କଟକ ସହରକୁ ଅନେକ ଜାଣନ୍ତି। ଏହି ଐତିହାସିକ ସହରର ଦୁଇ ପଟେ ମହାନଦୀ ଓ କାଠଯୋଡ଼ି। କଟକ ମାଟିରେ ଅନେକ କାଳଜୟୀ, କୃତୀ ପୁରୁଷ, ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବା ବ୍ୟକ୍ତିତ୍ୱଙ୍କର ଅଭାବ ନାହିଁ। ବିଶ୍ୱର ବିରଳ ଏହି ସହରର ନିଆରାପଣ ହେଉଛି ସବୁ ଧର୍ମର ସମନ୍ବୟ। ଜଣେ ସକାଳୁ ଉଠିଲେ ଏ ସହରକୁ ଟିକିଏ ବୁଲି ଆସିଲେ ବେଶ୍‌ ଭଲ ଭାବରେ ସେ ବୁଝିପାରିବ। ମନେପଡ଼ୁଛି ପ୍ରତିଥଯଶା ବ୍ୟଙ୍ଗହାସ୍ୟ ଶିରୋମଣି ଫତୁରାନନ୍ଦ ଏକଦା କହିଥିଲେ, କଟକ ସହରରେ ଆଲାରାମ ଘଡ଼ିର ଆବଶ୍ୟକତା ନାହିଁ। ଏଠି ଭୋରୁ ଭୋରୁ ଆଲାରାମ ସ୍ବତଃ ବାଜି ଉଠେ। କଟକର ବାଉନ ବଜାର ତେପନ ଗଳି ଭିତରେ କେଉଁଠି ‘ରାମ ରାମ ହରେ ହରେ ତ କେଉଁ ଗଳିରେ ଆଲ୍ଲା ହୋ ଆକବର’। କହିବାକୁଗଲେ ଆଲାରାମ କଟକିଆଙ୍କ ନିଦ ଯେପରି ଭାଙ୍ଗି ଦେଇଥାଏ, ତା’ପରେ ସହର ଆରମ୍ଭ ହୁଏ ଛକମୁଣ୍ଡର ଚା’ଖଟିର ଆସରରୁ। ଏଠି ଚା’ଖଟିଟି ଖାଲି ଚା’ପିଇବା ଲୋକଙ୍କର ମେଳଣ ଜାଗା ନୁହେଁ, ଢିଙ୍କିଶାଳରୁ ଢେଙ୍କାନାଳ କିମ୍ବଦନ୍ତୀ ବିଜୁବାବୁଙ୍କଠାରୁ ମୋହନ ମାଝୀ, ସେ ଟ୍ରମ୍ପ୍‌ ହୁଅନ୍ତୁ ବା ୟୁକ୍ରେନ୍‌ ଯୁଦ୍ଧ କେଉଁ ପ୍ରସଙ୍ଗ ମଧ୍ୟ ବାଦ୍‌ପଡ଼େନା। ଏ ସବୁ ଭିତରେ ପୁରୁଣାକାଳିଆର ରେଡିଓରେ ସେହି ମୋଟା ଗଳାର ସମ୍ବାଦର ଶବ୍ଦଗୁଡ଼ିକ କାନ ଗହ୍ବରରେ ପଡ଼ିଥାଏ। ଓଡ଼ିଆଯାକର ତମାମ ଦୈନିକ ଖବରକାଗଜ ଭୋରୁ ଭୋରୁ ପହଞ୍ଚତ୍ୟାଏ। ତେବେ ଅଦ୍ଭୁତ କଥା ହେଉଛି, ଖବରକାଗଜରେ କିଏ ଆତ୍ମହତ୍ୟା କରିଛି ତ କେଉଁଠି ବ୍ରହ୍ମକମଳ ଫୁଟିଛି, ଏସବୁ ପ୍ରକାଶ ପାଇବା ପୂର୍ବରୁ କିନ୍ତୁ ଚା’ଖଟିର ସମ୍ବାଦ ଆସରରେ ଆଗେ ପଡ଼ିଯାଏ।
ଏହି ବିଚିତ୍ର ସହରର ଜୀବନଚକ୍ର ଏକ ସ୍ବାଭାବିକ ପ୍ରବାହମାନ ଧାରା ପରି ଚାଲିଥାଏ। ଓଡ଼ିଆ ଭାଇଟି ବରା ପିଆଜି ଗୁଲୁଗୁଲା ପ୍ରସ୍ତୁତ କଲାବେଳକୁ ମୁସ୍‌ଲିମ ଭାଇଟି ତା’ ନୀତି ବେଉସା ଭିତରେ ଖାସି କାଟିବାରେ ଲାଗିଗଲାଣି। ଦିନ ତମାମ ସମସ୍ତେ ନିଜ ନିଜ ବେପାର ବଣିଜକୁ ନେଇ ବ୍ୟସ୍ତ ଥାଆନ୍ତି। ପୁଣି ମୁହଁ ସଞ୍ଜ ହେଲାବେଳେ ଆସର ଜମେ ଚା’ଖଟିର। ଇଏ ହେଉଛି କଟକ ସହର, ଭାଇଚାରାର, ଅତୁଟ ଭାଇ ବନ୍ଧନର ସହର। ଏଠି ଓଡ଼ିଆ ହେଉ କି ବଙ୍ଗାଳୀ, ମୁସଲମାନ ହେଉ କି ଖ୍ରୀଷ୍ଟିଆନ୍‌, ପଞ୍ଜାବୀ ହେଉ ବା ଯେ କେହି ସମସ୍ତେ ଏଠି ଭାଇ ଭାଇ। ଇଏ ହେଉଛି କଟକର ଆରାଧ୍ୟ ଦେବୀ ମା’ କଟକଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପରମ କୃପା। ବାଟ ଭୁଲି ଖାଲି ପେଟରେ କଟକରେ ଦୁଆର ଘାଟ ଖୋଜି ବୁଲୁଥିବା ଲୋକଟିକୁ କଟକିଆ ଖାଲି ପେଟରେ ଛାଡ଼ି ନଥା’ନ୍ତି। ଆପଣ ଜଣେ ଜଣେ ରିକ୍ସାବାଲାଙ୍କୁ ଦେଖିବେ କହିବାକୁଗଲେ ଦିହରେ ପଳାଏ ମାଉଁଶ ନଥିବ, କିନ୍ତୁ କି ଖରା କି ବର୍ଷା ଯାତ୍ରୀଙ୍କୁ ନେଇ ନିରାପଦରେ ପହଞ୍ଚାଇ ଦେଇଥାଏ। ମନେପଡ଼ୁଛି ଓଡ଼ିଶୀ ସଂଗୀତର ସୁରମଣି ବାଳକୃଷ୍ଣ ଦାସଙ୍କ କଥା। ଆକାଶବାଣୀ ଥିଲା ତାଙ୍କ କର୍ମସ୍ଥଳୀ। ସେଇଠି ଯେଉଁ ରିକ୍ସାବାଲାଟି ବି ଡାକ ଛାଡ଼ି ଛାଡ଼ି ଯାଏ, ଏପରି ବିରାଟ ବପୁବାଲା ଲୋକଙ୍କୁ ବି ସେ ତା’ ରିକ୍ସାରେ ନେଇପାରେ। କଟକ ଭିତରେ ଅନେକ କଥା ରହିଛି ଲେଖି ବସିଲେ ତ ଗ୍ରନ୍ଥ ହେବ।
କଟକ ସହର ସତରେ ବଡ଼ ବିଚିତ୍ର ସହର। ଏ ଶବ୍ଦଟିକୁ ଦେଖନ୍ତୁ। ଏହାର ଦୁଇ ପଟେ ‘କ’। ପୁରୁଣା ଐତିହାସିକ ଘଟଣା ପ୍ରବାହ ଏହି ସହରରେ ଅନେକ ଘଟଣ, ଅଘଟଣ ଘଟିଛି। ସେ ସବୁର ସମାଧାନ ବି ହୋଇଛି। ବଡ଼ କଥା ହେଲା କଟକରେ ଭାଇଚାରା ଆଉ ସାହି ମୁରବିଙ୍କ ସମ୍ମାନର ଗୁରୁତ୍ୱ ଯଥେଷ୍ଟ। ତଥାପି ଦଶହରା ମେଢ଼ ବେଳେ ବଗୁଲିଆମାନଙ୍କ ଉତ୍ତେଜନା ସୃଷ୍ଟିକାରୀ ଘଟଣା ସହରବାସୀଙ୍କୁ କିଛି କ୍ଷଣ ପାଇଁ ମନସ୍ତାପ ଭିତରକୁ ଠେଲି ଦେଇଥିଲା। ଯଦିଓ ପ୍ରଶାସନଠାରୁ ସାହି ମୁରବି ସମସ୍ତେ ତ୍ୱରିତ ଭାବେ ହାତରେ ହାତ ମିଶାଇ ଏକାଠି ହୋଇ ବସିଲେ ଆଉ ଘଟଣାକୁ ତୁଟାଇଦେଲେ। ଇଏ ପରା ଭାଇଚାରାର ସହର। ଏଠି ଜଣେ ଭଡ଼ାଟିଆ ଯେଉଁ ସାହିର ହୋଇ ଥାଆନ୍ତୁନା କାହିଁକି ଅନ୍ୟ କୌଣସି ସାହିର କୌଣସି ଜଣେ ତାଙ୍କୁ ଅସମ୍ମାନ କଲେ ଏହା ଭଡାଟିଆଙ୍କ ପାଇଁ ଯେତେବଡ଼ ସ୍ବାଭିମାନର ପ୍ରସଙ୍ଗ ହୋଇନଥାଏ ସେ ସାହି ବାସିନ୍ଦାଙ୍କ ପାଇଁ ଏହା ସମ୍ମାନର ପ୍ରସଙ୍ଗ ହୋଇଥାଏ। କଟକରେ ଶାନ୍ତି କମିଟି ରହିଛି, ସବୁ ସାହିର ମୁରବିମାନେ ଏକାଠି ହୋଇ ଏହାର ସମାଧାନ କରିଆସିଛନ୍ତି। ତେବେ ସୋସିଆଲ ମିଡିଆ ବା ଗୁଜବକୁ ଆଦୌ ବିଶ୍ୱାସ କରିବା କଥା ନୁହେଁ। ସହରରେ ଶାନ୍ତି ଜାରି ରହିବା ଦାୟିତ୍ୱ ଆମ ସମସ୍ତଙ୍କର। ଯଦିଓ ଷଷ୍ଠ ଦଶନ୍ଧିରେ କଟକ ସହରରେ ଦଙ୍ଗା କଥା ଶୁଣାଯାଏ, କିନ୍ତୁ କଟକ ହେଉଛି ଏପରି ଏକ ଭିନ୍ନ ସହର; ଯେଉଁଠି ସାମ୍ପ୍ରଦାୟିକତା ନଥାଏ। ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତିର ଉଦାର ଗ୍ରହଣୀୟତା ଏଠି ସମସ୍ତଙ୍କ ପାଇଁ ବଡ଼। ଇଏ ହେଉଛି ସେହି ସହର, ଯେଉଁଠି କହିବାକୁଗଲେ ଜଣେ ହିନ୍ଦୁ ଅକ୍ଷୟ ମହାନ୍ତି, ଜଣେ ମୁସଲମାନ ସିକନ୍ଦର ଆଲାମ ଆଉ ଜଣେ ଖ୍ରୀଷ୍ଟିଆନ୍‌ ପ୍ରଣବ ପଟ୍ଟନାୟକ, ଏମିତି ଏକ ସମୟ ଥିଲା ଓଡ଼ିଆ ସଂଗୀତ ଜଗତରେ ସେମାନେ ଛାଇ ହୋଇଯାଇଥିଲେ। ହଜାର ବର୍ଷର କଟକ ସହରର ଜଣେ ଖାଣ୍ଟି କଟକିଆ ଭାବେ ପାରସ୍ପରିକ ସମ୍ପର୍କକୁ ନଷ୍ଟ ନ କରି ଏପରି ଭାଇଚାରା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏହା ଆମ ସମସ୍ତଙ୍କର ଦାୟିତ୍ୱ, ଏହାକୁ ଭୁଲିଯିବା ଅନୁଚିତ।
ମୋ: ୯୮୬୧୪୬୪୯୩୨

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?