ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି।

ଆମେରିକାର ସାଭାନା ସହରର ରହିଛି ‘ସାଭାନା ହିଲଟନ ହେଡ ବିମାନବନ୍ଦର’। ଅନେକେ ଏହି ଏୟରପୋର୍ଟର ରନୱେରେ ଦୁଇଟି ଆୟତକ୍ଷେତ୍ର ଆକୃତି ସଦୃଶ ଦେଖିଛନ୍ତି ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି।
ଏହି ଅଦ୍ଭୁତ ଆୟତାକାର ଆକୃତିଗୁଡିକ ଦୁଇଟି କବର, ଯାହା ରନୱେ ନମ୍ବର ୧୦ ଓ ୨୮ରେ ରହିଛି। ବର୍ତ୍ତମାନ ଆପଣ ଭାବୁଥିବେ କାହିଁକି ରନୱେରେ କବର ରହିଛି। ତେବେ ଏହା ପଛର କାରଣ ମଧ୍ୟ ଟିକେ ଅଜବ।

ସୂଚନାଥାଉ କି, ଏହି ବିମାନବନ୍ଦର ଯେଉଁ ଜମିରେ ନିର୍ମାଣ କରାଯାଇଛି ତାହା ପୂର୍ବରୁ କ୍ୟାଥରିନ ଏବଂ ରିଚାର୍ଡ ଡଟସନଙ୍କର ଥିଲା। ନିଜ ୫୦ବର୍ଷ ଦାମ୍ପତ୍ୟ ଜୀବନରେ ଚେରୋକି ହିଲ୍ସ ନାମରେ ଜଣାଶୁଣା ଏହି ଜମିରେର ଦମ୍ପତି ଚାଷ କରୁଥିଲେ। ପରେ ୧୮୭୭ରେ କ୍ୟାଥରିନଙ୍କ ମୃତ୍ୟୁ ଓ ସାତ ବର୍ଷ ପରେ ରିଚାର୍ଡଙ୍କ ମୃତ୍ୟୁ ହୋଇଥିଲା। ଦମ୍ପତିଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ଜମିରେ କବର ଦିଆଯାଇଥିଲା।
ପରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଆମେରିକୀୟ ସେନା ନିଜର B-24 ‘ଲିବରେଟର୍ସ’ ଓ ବି-୧୭ ‘ଫ୍ଲାଇଙ୍ଗ ଫୋର୍ଟସ’ କୁ ଲ୍ୟାଣ୍ଡିଂ କରିବା ପାଇଁ ଏହି ଜମି ତଚହ୍ନଟ କରିଥିଲେ।

ରନୱେ ପାଇଁ ରାସ୍ତା ତିଆରି କରିବାବେଳେ ସେନା କ୍ୟାଥରିନ, ରିଚାର୍ଡ ଡଟସନଙ୍କର କବରକୁ ସ୍ଥାନାନ୍ତର କରି ନ ଥିଲା। କାରଣ ସେମାନଙ୍କର ସମ୍ପକୀୟମାନେ କବରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାଜି ହୋଇ ନ ଥିଲେ। କାରଣ ସେମାନଙ୍କର ବିଶ୍ୱାସ ଥିଲା ଯେ, ମୃତ୍ୟୁ ପରେ ଏହି ଦମ୍ପତି ଏହି ଜମିରେ ସବୁଦିନ ପାଇଁ ବଞ୍ଚି ରହିବାକୁ ଚାହୁଁଥିଲେ। ସେମାନେ ଦୀର୍ଘ ଦଶନ୍ଧି ଧରି ଏଠାରେ କଠିନ ପରିଶ୍ରମ କରିଥିଲେ। ଏଭଳି ପରିସ୍ଥିତିରେ ସେନା ସେମାନଙ୍କ କବର ଉପରେ ରନୱେ ନିର୍ମାଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri