ଆନ୍ଧ୍ରରେ ଫଶିଥିବା ୨ ଓଡ଼ିଆ ପ୍ରବାସୀ ଉଦ୍ଧାର

ଗୋପ,୫।୮(ଡି.ଏନ୍‌.ଏ.): ଦୀର୍ଘମାସ ଧରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ହୋଟେଲରେ ଭୋକ ଉପାସରେ ଫସିଥିବା ୨ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ପୁରୀ ଜିଲା ଗୋପ ବ୍ଲକ ଅଧୀନ ବନ୍ତଳି ପଞ୍ଚାୟତ ମହାପୁର ଗ୍ରାମର ପବିତ୍ର ନାୟକ( ୪୮) ଓ ପ୍ରଭାକର ଗୋଚ୍ଛାୟତ (୩୩)।

ଗୁରୁବାର ସକାଳେ ୨ଜଣ ଗାଁରେ ପହଁଞ୍ଚିବା ପରେ ପରିବାର ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଥମ କରୋନା ଲହର ପରେ ପବିତ୍ର ଓ ପ୍ରଭାକର ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିଲେ। ମାତ୍ର କରୋନା କଟକଣାକୁ ନେଇ ସେଠାରେ କମ୍ପାନୀ ଖୋଲି ନ ଥିଲା। ଫଳରେ ସେମାନେ ଘରୁ ନେଇ ଥିବା ଟଙ୍କା ଅଳ୍ପଦିନ ସରିଯାଇଥିଲା। କିଛିଦିନି ଭୋକ ଉପାସରେ ବୁଲିବା ପରେ ଶ୍ରୀକାକୁଲମର ଏକ ହୋଟେଲରେ ସେମାନେ କାର୍ଯ୍ୟ କରିଥିଲେ। କିନ୍ତୁ ହୋଟେଲ ମାଲିକ କାର୍ଯ୍ୟ କରିବାର କିଛିଦିନ ପରେ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରିଥିଲେ। କୌଣସି ପ୍ରକାର ଘଟଣା ସଂକ୍ରାନ୍ତରେ ପରିବାର ଲୋକ ଜାଣି ସାହାଯ୍ୟ ପାଇଁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ମହାପୁର ଅଞ୍ଚଳର ସାମାଜିକ କର୍ମୀ ଦେବଦତ୍ତ ବିଶ୍ବରଞ୍ଜନ ଘଟଣା ବିଷୟରେ ଜାଣି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୨ ରାଜ୍ୟର ପୋଲିସ ବିଭାଗକୁ ଟୁଇଟ୍‌ କରି ଗତ ୩ ତାରିଖରେ ଜଣାଇଥିଲେ। ଟୁଇଟ୍‌ ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ ଉକ୍ତ ହୋଟେଲରୁ ୨ ଓଡ଼ିଆଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଯାଇଥିଲା। ଗୁରୁବାର ସକାଳୁ ଏହି ଓଡ଼ିଆ ପ୍ରବାସୀ ଗାଁରେ ପହଞ୍ଚିଲେ। ପରିବାରର ସଦସ୍ୟ ଉଦ୍ଧାର କରିବାରେ ଦେବଦୂତ୍ତ ସାଜିଥିବା ଦେବଦତ୍ତ ବିଶ୍ବରଞ୍ଜନଙ୍କ ସହ ୨ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri