Categories: ଖେଳ

ଆଇରନ ମ୍ୟାନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ

ଭୁବନେଶ୍ୱର,୧୪।୮(ସ୍ପୋଟର୍‌ସ ବ୍ୟୁରୋ): ଆଇରନ ମ୍ୟାନ ପ୍ରତିଯୋଗିତା ପାଇଁ ଦୁଇ ଓଡ଼ିଆ ସୌଭାଗ୍ୟ କୁମାର ରଥ(୩୩) ଏବଂ ବିଜୟ କୁମାର ଦାସ(୪୮) କାଜାଖସ୍ତାନରେ ପହଞ୍ଚିଛନ୍ତି। ସୌଭାଗ୍ୟଙ୍କର ଏହା ଦ୍ୱିତୀୟ ଆଇରନ ମ୍ୟାନ ପ୍ରତିଯୋଗିତା ହେବାକୁ ଥିବା ବେଳେ ବିଜୟ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିବେ। ଆଇରନ ମ୍ୟାନରେ ୩.୮ କିମି ସନ୍ତରଣ, ୧୮୦କିମି ସାଇକେଲ ଚାଳନା ଏବଂ ୪୨.୨ କିମି ଦୌଡ଼ ପ୍ରତିଯୋଗିତାକୁ ୧୬ ଘଣ୍ଟା ୩୦ ମିନିଟ ମଧ୍ୟରେ ସାରିବାକୁ ହେବ।

ଅଗଷ୍ଟ ୧୪ରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୁର୍‌ ସୁଲତାନ)ଠାରେ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶରୁ ୧୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହା ମଧ୍ୟରୁ ୧୦୦୦ ଜଣ ହାଫ୍‌ ଆଇରନ ମ୍ୟାନ ଏବଂ ୭୦୦ ଜଣ ଫୁଲ୍‌ ଆଇରନ ମ୍ୟାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରୁ ସମୁଦାୟ ୩୦୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Share