ଜିଓର ଦୁଇ ନୂଆ ପ୍ଲାନ୍‌

ନୂଆଦିଲ୍ଲୀ,୨୮।୩: ଚଳିତବର୍ଷର ଆଇପିଏଲ୍‌ ସିଜନ ପାଇଁ ଜିଓ ପକ୍ଷରୁ ଆଇପିଏଲ୍‌ପ୍ରେମୀଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଡିଜ୍‌ନି+ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସହିତ ଦୁଇଟି ନୂଆ ମୋବାଇଲ୍‌ ପ୍ଲାନର ଶୁଭାରମ୍ଭ ମଧ୍ୟ କରାଯାଇଛି। ବିଶେଷକରି ୫୫ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଡାଟା ଆଡ୍‌-ଅନ୍‌ ପ୍ଲାନ୍‌ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌ ରହିଛି। ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଆଡ୍‌-ଅନ୍‌ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ଆଦି ପାଇପାରିବେ। ସେହିପରି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌, ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ଜିବି ଡାଟା ସହିତ ଅସୀମିତ ଭଏସ୍‌ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ପାଇପାରିବେ। ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ ଆପ୍‌ ଓ ଡିଜ୍‌ନି+ହଟ୍‌ଷ୍ଟାର ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ୧ ବର୍ଷ ପାଇଁ ମାଗଣାରେ ମିଳିବ। ଡିଜ୍‌ନି+ହଟ୍‌ଷ୍ଟାର୍‌ ସହ ସହଯୋଗିତାରେ ଜିଓ ପକ୍ଷରୁ ବହୁ ସୁଲଭ ପ୍ରିପେଡ୍‌ ପ୍ଲାନର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିବାକୁ ପସନ୍ଦ କରୁଥିବା ଜିଓ ମୋବାଇଲ୍‌ ବ୍ୟବହାରକାରୀମାନଙ୍କ ପାଇଁ ୧୪୯୯ ଟଙ୍କା ଓ ୪,୧୯୯ ଟଙ୍କିଆ ପ୍ଲାନ୍‌ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri