Advertisement

ଜିଓର ଦୁଇ ନୂଆ ପ୍ଲାନ୍‌

ନୂଆଦିଲ୍ଲୀ,୨୮।୩: ଚଳିତବର୍ଷର ଆଇପିଏଲ୍‌ ସିଜନ ପାଇଁ ଜିଓ ପକ୍ଷରୁ ଆଇପିଏଲ୍‌ପ୍ରେମୀଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଡିଜ୍‌ନି+ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସହିତ ଦୁଇଟି ନୂଆ ମୋବାଇଲ୍‌ ପ୍ଲାନର ଶୁଭାରମ୍ଭ ମଧ୍ୟ କରାଯାଇଛି। ବିଶେଷକରି ୫୫ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଡାଟା ଆଡ୍‌-ଅନ୍‌ ପ୍ଲାନ୍‌ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌ ରହିଛି। ୫୫୫ ଟଙ୍କିଆ ଜିଓ କ୍ରିକେଟ୍‌ ଆଡ୍‌-ଅନ୍‌ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ଆଦି ପାଇପାରିବେ। ସେହିପରି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍‌, ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ଜିବି ଡାଟା ସହିତ ଅସୀମିତ ଭଏସ୍‌ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ପାଇପାରିବେ। ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ ଆପ୍‌ ଓ ଡିଜ୍‌ନି+ହଟ୍‌ଷ୍ଟାର ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ୧ ବର୍ଷ ପାଇଁ ମାଗଣାରେ ମିଳିବ। ଡିଜ୍‌ନି+ହଟ୍‌ଷ୍ଟାର୍‌ ସହ ସହଯୋଗିତାରେ ଜିଓ ପକ୍ଷରୁ ବହୁ ସୁଲଭ ପ୍ରିପେଡ୍‌ ପ୍ଲାନର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିବାକୁ ପସନ୍ଦ କରୁଥିବା ଜିଓ ମୋବାଇଲ୍‌ ବ୍ୟବହାରକାରୀମାନଙ୍କ ପାଇଁ ୧୪୯୯ ଟଙ୍କା ଓ ୪,୧୯୯ ଟଙ୍କିଆ ପ୍ଲାନ୍‌ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରକରେ ସରକାରଙ୍କୁ ମିଳିବନି ଆର୍‌ବିଆଇ ବଳକା ଅର୍ଥ

ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ...

୯ ବଡ଼ ବ୍ୟାଙ୍କ ବିରୋଧରେ ମାମଲା ଦାଏର କରିବ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌

ନୂଆଦିଲ୍ଲୀ,୧୧-୬: କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନୂଆ ବୋର୍ଡ ଦେଶର ୯ ବଡ଼ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା...

ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍‌ ଗୁରୁବାର ସେନ୍‌ସେକ୍ସ ୭୬୨.୧୦ ପଏଣ୍ଟ...

ଏକତା ଦ୍ୱାରା ସଫଳତା ମିଳିଥାଏ

କଟକ,୨୪।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୩୯ତମ ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

ମାଡ଼ି ଆସୁଛି ମହାମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୯।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ବିଶ୍ୱ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଗତି ଏବେ ଠପ୍‌ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ...

୩.୭୧ ଲକ୍ଷ କୋଟି ଛୁଇଁବ ଓ୍ବେଡିଂ ବଜାର

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ବିବାହ ବଜାର ଉପରେ ପ୍ରଭାବ ପକାଇଛି। ଫଳରେ କ୍ୟାଟରିଂ, ଟେଣ୍ଟ ହାଉସ, ବିବାହ ମଣ୍ଡପ, ନିମନ୍ତ୍ରଣପତ୍ର, ଫୁଲ ସାଜସଜ୍ଜା, ବ୍ୟାଣ୍ଡ ବାଜା...

ଭାରତୀୟ କର୍ତ୍ତୃପକ୍ଷଙ୍କୁ ଚୋକ୍‌ସୀଙ୍କ ଖୋଲା ଆମନ୍ତ୍ରଣ

ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍‌ସୀ କହିଛନ୍ତି।...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୬-୭: ବ୍ରିଟେନର ଓ୍ବେଷ୍ଟ ମିନଷ୍ଟର ଅଦାଲତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ବ୍ରିଟିଶ...

Advertisement
Archives

Model This Week